)
1.PM Modi Birthday: ଯିଏ ନିଜକୁ ଯେଭଳି ଗଢିଥିଲେ। ଠିକ୍ ସେହିପରି, କ୍ଷମତାର ଅଧିକାରୀ ହୋଇପାରିଥିଲେ।ଦେଶ ତାଙ୍କ ଉପରେ ବିଶ୍ବାସ ସ୍ଥାପନା କରିବା କୌଣସି ଦୁର୍ଘଟଣା ନ ଥିଲା। ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଦେଶର ମଙ୍ଗ ଧରି ସେ ଦେଶକୁ ଆଗେଇ ନେଇଥିଲେ। ଏଭଳି ଜଣେ ପ୍ରତିଭାର ଅଧିକାରୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି। ସ୍ବାଧିନ ଭାରତର ଜଣେ ପ୍ରମୁଖ ବ୍ୟକ୍ତିତ୍ବ। ଏପରିକି ସମାଲୋଚକମାନେ ମଧ୍ୟ ମୋଦୀଙ୍କ କାର୍ଯ୍ୟକୁ ପ୍ରଂଶସା ନ କରି ରହିପାରନ୍ତିନି।। ୧୯୫୦ ଜାନୁଆରୀ ୨୬ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା। ସେହିବର୍ଷ ସେପ୍ଟେମ୍ବର ୧୭ରେ ମୋଦୀଙ୍କ ଜନ୍ମ। ଚଳିତ ବର୍ଷ ସେ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ସମୟରେ ମୋଦି ଯୁବ ସମାଜର ଲୋକପ୍ରିୟ ନେତା ହୋଇପାରିଛନ୍ତି। ଭାରତରେ ନେତାଙ୍କ ଅଭାବନାହିଁ। ହେଲେ ରାଷ୍ଚ୍ରନେତା ବିରଳ। କିନ୍ତୁ ମୋଦୀଙ୍କ କାହାଣୀ ରାଷ୍ଟ୍ରରେ ଅଟକି ନାହିଁ। ବିରଳ ବିଶ୍ବ ନେତାର ଛାପ ସାରା ବିଶ୍ବରେ ପଡ଼ିସାରିଛି।
2.Odisha News: ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଉପରେ ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡ଼ି ରାଜ୍ଯ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର ଟିମ୍। ମୁକ୍ତେଶ୍ଵର ମନ୍ଦିର ନିକଟ ଜଙ୍ଗଲରେ ଗତ ଶନିବାର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଦ୍ବିତୀୟ ଅଭିଯୁକ୍ତ କାଳିଆକୁ ପୁଲିସ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରୁ ଧରି ପୁରୀକୁ ଆଣୁଛି ସେ ପୁରୀରେ ଆଜି ପହଞ୍ଚିବାପରେ ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।
3.Odisha Government Officials Arrested: ଓଡ଼ିଶା ଭିଜିଲାନ୍ସ ବୁଧବାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (BEO) କାର୍ଯ୍ୟାଳୟରୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ଅଭିଯୋଗରେ ଦୁଇଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଦୁଷ୍ମନ୍ତ କୁମାର ସାହୁ (ଜୁନିୟର ଆସିଷ୍ଟାଣ୍ଟ) ଏବଂ ଗୋପବନ୍ଧୁ ସାହୁ (ପିଅନ)। ଭିଜିଲାନ୍ସ ଅନୁଯାୟୀ ଏମାନେ ଅଭିଯୋଗକାରୀଙ୍କ ଦରମା ଏବଂ ବକେୟା ପ୍ରଦାନ ପାଇଁ ଲାଞ୍ଚ ମାଗୁଥିଲେ। ଦୁଷ୍ମନ୍ତ କୁମାର ସାହୁଙ୍କ ଦରମା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୭,୦୦୦ ଟଙ୍କା ଏବଂ ବକେୟା ପ୍ରଦାନ ପାଇଁ ଅତିରିକ୍ତ ୧୮,୦୦୦ ଟଙ୍କା ଦାବି କରିଥିଲେ। ଦାବିରେ ବିଚଳିତ ହୋଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
4.Trump Calls Modi: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ତାଙ୍କ ୭୫ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ଧନ୍ୟବାଦ ମୋର ବନ୍ଧୁ, ମୋର ୭୫ତମ ଜନ୍ମଦିନରେ ଆପଣଙ୍କ ଫୋନ୍ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣଙ୍କ ପରି, ମୁଁ ମଧ୍ୟ ଭାରତ-ଆମେରିକା ବିଶ୍ୱ ସହଭାଗୀତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।
5.Srimandira: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ଭକ୍ତଙ୍କ ଉଦ୍ଦେଶ୍ୟରେ ଅଗ୍ରାଧିକାର ଭିତ୍ତିରେ ବ୍ୟବହାର ସପକ୍ଷରେ ମତ ରଖିବା ସହ ଏକ ରିଭ୍ୟୁ ପିଟିସନ୍ ଉପରେ ଦାଖଲ ହୋଇଖଥିବା ଅନ୍ତରୀଣ ଆବେଦନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ରିଭ୍ୟୁ ପିଟିସନ୍ ନମ୍ବର-176/2008 ଉପରେ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନ ନମ୍ବର 109/2024କୁ ଖାରଜ କରିବା ସହ ଏହି ଜମିର ବ୍ୟବହାର ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉଚିତ୍ ନିଷ୍ପତ୍ତି ନେଇଥିବା ମାନ୍ୟବର କୋର୍ଟ ଅନୁଭବ କରିଛନ୍ତି । ପୁରୀ ସହରର ସମ୍ପୃକ୍ତ ମୂଲ୍ୟବାନ ଜମି ଉପରେ ଭକ୍ତଙ୍କ ପାଇଁ ଭକ୍ତ ନିବାସ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି 2017 ମସିହାରେ ନିଷ୍ପତ୍ତି ନେଇଥିଲେ ।
6.Crime: କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ। ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ। ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍ ରିକ୍ରିଏସନ କରି ବାହାର କରାଗଲା। ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ। ଦୀପକ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ଆପଣାଇଥିଲା। ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଛି।
7.Kalinga Ghati: କଳିଙ୍ଗା ଘାଟି ଭୂସ୍ଖଳନ; ମରାମତି ପାଇଁ ପ୍ରାୟ ୭ ଦିନ ଲାଗିବ। ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀଙ୍କ ସୂଚନା। ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ। ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା। ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି।
8.Assembly: ବିଧାନସଭା ଅଧିବେଶନ ପୂର୍ବରୁ କମିଶନରେଟ୍ ପୋଲିସର ସୁରକ୍ଷା ଯାଞ୍ଚ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିବ ବିଧାନସଭା ଅଧିବେଶନ। ଏନେଇ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହଙ୍କ ସୂଚନା। ୩୦ ପ୍ଲାଟୁନ୍ ଫୋର୍ସ ଓ ପ୍ରାୟ ୧୫୦ ଅଫିସର୍ ସୁରକ୍ଷା ଦାୟିତ୍ବରେ ରହିବେ। ଆଇନଶୃଙ୍ଖଳା ଦୃଷ୍ଟିରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
9.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ୨୬ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସେପ୍ଟେମ୍ବର ୧୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମସ୍ତ ୧୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
10.Odisha News: ଆରମ୍ଭ ହେଲା ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା। କଳସ ଯାତ୍ରାରେ ଦୁଲୁକିଲା ସହର। ପାରାଦୀପ ର ଅନ୍ୟତମ ଗଣପର୍ବ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି। ପାଗ ଅନୁକୂଳ ଥିବାରୁ ଆଜି ସକାଳୁ ସକାଳୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି କଳସ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ପୁରୁଷ ଓ ମହିଳା ମାନେ ସାମିଲ ହୋଇଥିବା ବେଳେ ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଛି କଳସ ଶୋଭାଯାତ୍ରା। ମହୋଦଧୀ ରୁ ଜଳ ଆଣିବା ପରେ ରିତୀନିତୀ ଅନୁଯାୟୀ ଆରମ୍ଭ ହେବ ପୂଜା।