Advertisement
Article Detail0/zeeodisha/odisha2738212
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Vigilance Raid: ୩୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ମତ୍ସ୍ୟ ଅଧିକାରୀ । ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ଧରାପଡ଼ିଲେ। ସବ୍‌ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ।

2.Digha Jagannath Temple: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ତେଜିଲା ବିବାଦ। ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ କିଛି ଦଇତାପତି ସେବାୟତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି। 

3.Metro: କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା।  'ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ ହେବ, କଟକ ବସ୍‌ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି: ନଗର ଉନ୍ନୟନ ମନ୍ତ୍ରୀ। 'ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି, କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ହେବ ମେଟ୍ରୋ'।

Add Zee News as a Preferred Source

4.Pahalgam terrorist attack: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା, ଯାହା ପାଇଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ କଷ୍ଟକର ସମୟ ଏବଂ ସମସ୍ତଙ୍କୁ ଏକାଠି ଆତଙ୍କବାଦ ବିରୋଧରେ ଲଢ଼ିବାକୁ ପଡିବ। କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାର ଗମ୍ଭୀରତା ଦେଖନ୍ତୁ।ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ଆବେଦନ: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ ଦାବି କରି ଏକ ଜନହିତକର ଆବେଦନ ଦାଖଲ କରିଥିବା ଓକିଲମାନଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଏନ. କୋଟିଶ୍ୱର ସିଂହ କହିଥିଲେ, "ଦାୟିତ୍ୱବାନ ହୁଅ। ଦେଶ ପ୍ରତି ଆପଣଙ୍କର କିଛି କର୍ତ୍ତବ୍ୟ ଅଛି।

5.Odisha Weather: ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆଜି ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଓ ୭ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ। ଆସନ୍ତା କାଲି ୧୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୬ ଜିଲ୍ଲା ହେଉଛି ଢେଙ୍କାନାଳ, ଜଗତସିଂହପୁର, ଦେବଗଡ଼, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କୋରାପୁଟ ଓ ମାଲକାନାଗିରି।

6.Crime: ନାବଳିକାଙ୍କ ଘରେ ପଶିଲା ଯୁବକ । ଏକୁଟିଆ ପାଇ ନାବାଳିକାଙ୍କୁ ହାଣି ପକାଇଲା । ଫଳରେ ଘର ଚଟାଣରେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଲେ ନାବାଳକ । ଏପରି ଏକ ବୀଭତ୍ସ କାଣ୍ଡ ବ୍ରହ୍ମପୁରରେ ଘଟିଛି । 

7.LPG Price Down(ନୂଆଦିଲ୍ଲୀ): ମଇ ମାସ ଆରମ୍ଭ ପୂର୍ବରୁ ଗ୍ୟାସ ଦରକୁ ନେଇ ଆସିଲା ଖୁସି ଖବର। ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଯାହା ଦ୍ୱାରା ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିଛି। ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ସଦ୍ୟତମ ହ୍ରାସ ପରେ, ନୂତନ ମୂଲ୍ୟ ଆଜି ୧ ମଇ, ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଏହି ହ୍ରାସ କରିଛନ୍ତି। ଘରେ ବ୍ୟବହୃତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରି ପରିସ୍ଥିତିରେ,କମ୍ପାନୀଗୁଡ଼ିକର ଏହି ନିଷ୍ପତ୍ତିରୁ ସାଧାରଣ ଲୋକଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଏହି ହ୍ରାସ ରେଷ୍ଟୁରାଣ୍ଟ ଏବଂ ହୋଟେଲ ମାଲିକମାନଙ୍କୁ ଆଶ୍ୱସ୍ତି ଦେବ।

8.Labour Day 2025: ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ପ୍ରତିବର୍ଷ ମଇ 1ରେ ଏହି ଶ୍ରମିକ ଦିବସ ପାଳିତ ହୋଇଥାଏ। ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନଟି ହେଉଛି ମେ ୧ ବା ଆଜିର ଦିନ । ମେ ୧ ଶ୍ରମ ଦିବସ ବା ଶ୍ରମିକ ଦିବସ ଭାବରେ ବିଶ୍ୱରେ ବେସ୍ ଜଣାଶୁଣା । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।

9.Sports News(ଭୁବନେଶ୍ୱର) : ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଚମକିଛନ୍ତି ଆଦିବାସୀ ଓଡିଆ ଝିଅ ଝିଲି ମୁଣ୍ଡା। ତୀରନ୍ଦାଜ ଝିଲି ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ନିକଟରେ ବିଶାଖାପାଟଣାରେ ଆୟୋଜିତ ଜନଜାତୀୟ କ୍ରୀଡା ମହୋତ୍ସବ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତାରେ ୨୦୨୫ ରେ ଓଡ଼ିଶା ପାଇଁ ୧୭ ବର୍ଷରୁ କମ୍ ବର୍ଗରେ ସେ ଏହି ଗୌରବ ଆଣି ଦେଇଛନ୍ତି । 

10.ATM Transaction Rules: ଗ୍ରାହକଙ୍କ ପାଇଁ ବଡ଼ ଖବର।   ଅନ୍ୟ ବ୍ୟାଙ୍କ୍ ଏଟିଏମ୍ ରୁ ଲିମିଟେଡ୍ ଠୁ ଅଧିକ ଥର ଟଙ୍କା ଉଠାଣ ଆଜିଠୁ ମହଙ୍ଗା ହୋଇଛି । ଏହି ନୂଆ ନିୟମ ଆଜିଠାରୁ ଲାଗୁ ହୋଇଛି। ତେବେ, ଆସନ୍ତୁ ଜାଣିବା କେତେ ଟଙ୍କା ଗ୍ରାହକଙ୍କୁ ଅଧିକ ଦେବାକୁ ପଡିବ। ଅନ୍ୟ ବ୍ୟାଙ୍କର ଏଟିଏମ୍ ରୁ ଧାର୍ଯ୍ୟ  ଲିମିଟ୍ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡିବ। ପୂର୍ବରୁ  ଏଥିପାଇଁ ୧୭ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏହା ୧୯ ଟଙ୍କା ହୋଇଯିବ। 

About the Author