)
1.Diwali: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଯାହାକୁ ନେଇ ପୁରଠୁ ପଲ୍ଲୀ, ସହର ବଜାର ସବୁଠାରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଏନେଇ ସବୁଠି ଦେଖିବାକୁ ମିଳିଛି ଖୁସିର ମାହୋଲ। ଆଲୋକର ପର୍ବ ଦୀପାବଳିକୁ ନେଇ କୁହାଯାଉଛି ଯେ, ଦୀପାବଳିରେ ଦୀପ ଲଗାଇ ମନାନ୍ତୁ ଦୀପାବଳି। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେ ପକାଯାଇଥାଏ। ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍ ବିଷ୍ଣୁ ହିରଣ୍ୟକଶ୍ୟପଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା।
2.Diwali Wish: ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବନାରେ ଆଲୋକିତ କରୁ।" ପ୍ରଧାନମନ୍ତ୍ରୀଙ୍କ ସହିତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ରାଜନେତାମାନେ ମଧ୍ୟ ଆଲୋକର ପର୍ବ ଅବସରରେ ଦେଶ ଏବଂ ଏହାର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
3.PM Nareandra Modi: ନୌବୀରଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। INS ବିକ୍ରାନ୍ତରେ ମୋଦି ଯବାନଙ୍କ ସହ ଦୀପାବଳି ପାଳିଛନ୍ତି। ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ତାସହ ସମୁଦ୍ର ଭିତରୁ ରହି ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି।
4.AQI: ଦୀପାବଳି ପୂର୍ବରୁ ବିଶାକ୍ତ ହେଲା ଦିଲ୍ଲୀ ବାୟୁ। ୩୮ ସ୍ଥାନରୁ ୧୨ଟି ସ୍ଥାନରେ ବାୟୁର ମାନ ହେଲା ଅତ୍ୟନ୍ତ ଖରାପ। ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା। ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ। ରାଜଧାନୀରେ ବାଣ ଫୁଟାଇବା ପରେ କଣକଣା ଜାରୀ। ରାଜଧାନୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ଅତି ଖରାପ’ ଶ୍ରେଣୀରେ ପହଞ୍ଚିଛି। ଏହି ସ୍ଥିତି ନାଗରିକଙ୍କ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହେବା ସହ ଦୀପାବଳି ଉତ୍ସବ ସମୟରେ ଆହୁରି ଖରାପ ହେବା ଆଶଙ୍କା ରହିଛି।
5.US President: ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହୋଇଥିଲା। ହ୍ୱାଇଟ୍ ହାଉସରେ ସେମାନଙ୍କ ସାକ୍ଷାତ ସମୟରେ, ରାଷ୍ଟ୍ରପତି ଟ୍ରମ୍ପ ଜେଲେନସ୍କିଙ୍କୁ ରୁଷର ସର୍ତ୍ତାବଳୀ ଗ୍ରହଣ କରିବାକୁ ଚାପ ପକାଇଥିଲେ। ଚେତାବନୀ ଦେଇ କହିଥିଲେ ଯେ ଯଦି ସେ ଏପରି ନ କରନ୍ତି, ତେବେ ପୁଟିନ ୟୁକ୍ରେନକୁ ଧ୍ୱଂସ କରିଦେବେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଜେଲନସ୍କିଙ୍କୁ ଟ୍ରମ୍ପ ଗାଳି କରିବା ସହିତ ତାଙ୍କ ଉପରକୁ କାଗଜ ଫିଙ୍ଗି ଥିବା ମଧ୍ୟ ଦେଖିବାକୁ ମିଳିଥିଲା।
6.Daspalla: ଦଶପଲ୍ଲା ଓ ପୁରୀ ମଧ୍ୟରେ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍। ଆଜି ପୂର୍ବାହ୍ନ ୧୧ଟା ୩୦ରେ ଦଶପଲ୍ଲାରୁ ପୁରୀକୁ ଗଡ଼ିଲା। ଅପରାହ୍ଣ ୪ଟାରୁ ପୁରୀରୁ ଦଶପଲ୍ଲାକୁ ଗଡ଼ିବ।
7.Weather Report: ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି, ୨୪ ଘଣ୍ଟାରେ ଅବପାତ। କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ଆଶଙ୍କା। ଏବେଠାରୁ ଭୟଭୀତ ହେବାର କୌଣସି କାରଣ ନାହିଁ।
8.Nuapada byelection: ନୂଆପଡ଼ା ଉପନିର୍ବାଚନ; ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ସ୍ନେହାଙ୍ଗିନୀ ଛୁରିଆ। ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥିନୀ କରିଛି ବିଜୁ ଜନତା ଦଳ। ୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ। ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଜୟ ଢ଼ୋଲକିଆ। କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ ମାଝୀ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ। ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ।
9.Dhabaleswar: ଧର୍ମ ମାସ କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଗୋଟିଏ ଦିନରେ ସୋମବାର ସହ ଦୀପାବଳି ତିଥି ପଡିଥିବାରୁ ବେଶ ଭିଡ ଦେଖିବାକୁ ମିଳିଛି ବାବା ଧବଳେଶ୍ୱରଙ୍କ ପୀଠରେ।
10.Odisha News: ଆମରଣ ଅନଶନରେ ବସିଥିବା ଟ୍ରକ ମାଲିକ କୁ ଫଳରସ ପିଆଇଲେ ସାଂସଦ ଡ. ବିଭୂ ପ୍ରସାଦ ତରାଇ। ପାରାଦୀପ ରେ ଥିବା ଜଗନ୍ନାଥ ଟ୍ରକ ମାଲିକ ସଂଘରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ୍ ହୋଇଥିବା ଅଭିଯୋଗ କରି ୧୦ଦିନ ହେବ ସଂଘର ଅସନ୍ତୁଷ୍ଟ ଟ୍ରକ ମାଲିକ ମାନେ ସଂଘ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ୩ଦିନ ଧରି ଆମରଣ ଅନଶନରେ ବସିଥିବା ଟ୍ରକ ମାଲିକ ଉପେନ୍ଦ୍ର ନାଥ ସାହୁ ଙ୍କୁ ସାଂସଦ ବିଭୂ ପ୍ରସାଦ ତରାଇ ଫଳରସ ପିଆଇ ଆମରଣ ଅନଶନକୁ ଭଙ୍ଗ କରାଇଛନ୍ତି।