)
1.Bhubaneswar: ଭୁବନେଶ୍ବର ଫର୍ଚୁନ ଟାୱାର ପଛପଟ ଏକ ସ୍ଥାନରେ ଅଗ୍ନିକାଣ୍ଡ। ଏକ ନିର୍ମାଣ ସଂସ୍ଥାର ଫାଇଭର ପାଇପ୍ ଓ ପାଣି ଟ୍ୟାଙ୍କର ଜଳୁଛି। ହୁତୁହୁତୁ ହୋଇ ଜଳୁଛି ନିଆଁ, ଲିଭାଇବାକୁ ଅଗ୍ନିଶମ ଟିମ୍ର ଉଦ୍ୟମ। ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇପାରି ନାହିଁ।
2.Amrit Udyan Open: ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନର ଅମୃତଉଦ୍ୟାନ ଖୋଲିବ। ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣମାନେ ଏହି ଉଦ୍ୟାନ ପରିଭ୍ରମଣ କରିପାରିବେ। ସପ୍ତାହ ୬ ଦିନ ଏହା ଖୋଲା ରହିବ। ମିଳିଥିବା ସୂଚନା ଅନୁସାରେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଉଦ୍ୟାନ ବୁଲି ଦେଖିପାରିବେ। ତେବେ ଏହି ଉଦ୍ୟାନକୁ ପ୍ରବେଶ ସମୟ ସୀମା ସନ୍ଧ୍ୟା ୫ଟା ୧୫ ମିନିଟ ପର୍ଯ୍ୟନ୍ତ ରଖାଯାଇଛି। ତେବେ ସୋମବାର ଦିନ ଉଦ୍ୟାନର ସଫେଇ ଓ କାଣ୍ଟଛାଣ୍ଟ କାର୍ଯ୍ୟ ପାଇଁ ବନ୍ଦ ରହିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।
3.Magha mela controversy: ଚଳିତ ବର୍ଷ ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କୁ ସ୍ନାନ କରିବାରୁ ବାରଣ କରାଯିବା ଏବଂ ପରେ ଧାରଣାରେ ବସିବାକୁ ବାଧ୍ୟ କରାଯିବା ଘଟଣା ଏକ ନୂଆ ବିବାଦ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ପଦ୍ମ ବିଭୂଷଣ ତୁଳସୀପୀଠଧିଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି, ଯାହା ସମଗ୍ର ଧାର୍ମିକ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିଛି। ସେ କହିଛନ୍ତି ଯେ ଶାସ୍ତ୍ର ବିରୁଦ୍ଧରେ କୌଣସି କାର୍ଯ୍ୟର ସୁଖଦ ପରିଣାମ ହୁଏ ନାହିଁ, ଏବଂ ଯେକେହି ଶାସ୍ତ୍ର ବିରୁଦ୍ଧରେ କାର୍ଯ୍ୟ କରେ ସେ ସୁଖ, ଶାନ୍ତି କିମ୍ବା ମୋକ୍ଷ ପାଇବ ନାହିଁ। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ସେ ନିଜେ ପାଦରେ ସ୍ନାନ କରିବାକୁ ଯାଆନ୍ତି କାରଣ ଶାସ୍ତ୍ର ଅନୁସାରେ ଏହା ହିଁ ଉଚିତ୍।
4.Poll: ରାଜ୍ୟରେ ପୁଣିଥରେ ନିର୍ବାଚନୀ ପାଣିପାଗ ସରଗରମ ହେବାକୁ ଯାଉଛି। ଓଡ଼ିଶାରେ ନୂତନ ଭାବେ ଗଠିତ ହୋଇଥିବା ୨୪ଟି ପୌର ସଂସ୍ଥାରେ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି।
5.IAF Flight Crash: ନୂଆଦିଲ୍ଲୀ: ବୁଧବାର ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଦୁଃଖଦ ଘଟଣା ଘଟିଛି। ବାୟୁସେନାର ଏକ ଛୋଟ ବିମାନ ହଠାତ୍ ଉଡ଼ୁଥିବା ସମୟରେ ଭାରସାମ୍ୟ ହରାଇ ସହରର ଏକ ପୋଖରୀରେ ଖସି ପଡ଼ିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ବିମାନଟି କେପି ଇଣ୍ଟର କଲେଜ ପଛରେ ଥିବା ପୋଖରୀରେ ନିୟନ୍ତ୍ରଣ ହରାଇ ଖସିପଡିଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଏହା ଭାରତୀୟ ବାୟୁସେନାର ଏକ ମାଇକ୍ରୋଲାଇଟ୍ ବିମାନ ଥିଲା କୁହାଯାଉଛି। କିନ୍ତୁ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପଟେ ଇଞ୍ଜିନ୍ ଫେଲ୍ ହେବା ଯୋଗୁଁ ବିମାନଟି ପୋଖରୀରେ ଖସି ପଡିଥିବା ନେଇ କୁହାଯାଉଛି। ପାଣିରେ ପଡ଼ିବା ପୂର୍ବରୁ ଏହା ବହୁତ ସମୟ ପର୍ଯ୍ୟ
6.Free Gas cylinder: ମହିଳାମାନଙ୍କୁ ମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରୁଥିବା ରାଜ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଦିଲ୍ଲୀ ମଧ୍ୟ ସେଥିରେ ସାମିଲ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବା ପୂର୍ବରୁ ଏହି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ପାଇଥିବା ଦିଲ୍ଲୀ ସରକାର ମାର୍ଚ୍ଚ ମାସରେ ହୋଲି ପର୍ବ ସମୟରେ ଗରିବମାନଙ୍କୁ ଏହି ଗ୍ୟାସ୍ ସିଲିଣ୍ଡର ଯୋଗାଇବେ। ଆର୍ଥିକ ଦୁର୍ବଳ ବର୍ଗର (EWS) ମହିଳାମାନେ ମଧ୍ୟ ମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇପାରିବେ।
7.Weather Report Today: ଦେଶରେ ଶୀତର ଲହରୀ ଜାରି ରହିଥିବା ବେଳେ ପାଗରେ ହେବାକୁ ଯାଉଛି ପରିବର୍ତ୍ତନ। ପଶ୍ଚିମ ଝଡ଼ ପ୍ରଭାବରେ ପଶ୍ଚିମ ହିମାଳୟରେ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଶୀତର ଲହରୀ ଥିବା ବେଳେ କିଛି ସ୍ଥାନରେ ବରଫପାତ ହେଉଛି। ଏହା ବ୍ୟତୀତ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସମତଳ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି।
8.Chief Secretary Odisha: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ‘ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ୭ ଦିନରେ ବ୍ୟକ୍ତିଗତ ଭାବେ ଜବାବ ଦିଅ,କେନ୍ଦ୍ର ସଚିବମାନଙ୍କଠୁ ପ୍ରାପ୍ତ ଚିଠିର ସମୟସୀମା ମଧ୍ୟରେ ନିଶ୍ଚିତ କର’।
9.Accident: ବାରିପଦା ଏନ୍ଏଚ୍ ୧୬ ଦରକୋଳି ଛକରେ ସିରିଜ୍ ଦୁର୍ଘଟଣା। କାର୍କୁ ଧକ୍କା ଦେଲା ପିକ୍ଅପ୍, ପିକ୍ଅପ୍କୁ ଧକ୍କା ଦେଲା ଟ୍ରକ୍। ପିକ୍ଅପ୍ ଭ୍ୟାନ୍ରେ ଥିବା ୩ ଜଣ ଗୁରୁତର ଆହତ। ଟ୍ରକ୍ ଓ ପିକ୍ଅପ୍ ଜବତ, କାର୍ ନେଇ ଡ୍ରାଇଭର୍ ଚମ୍ପଟ୍।
10.India vs New Zealand 1st T-20: ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ରେ ଆଜି ଭାରତ- ନ୍ୟୁଜିଲାଣ୍ତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିଲାଗି ଉଭୟ ପକ୍ଷ ଜୋରଦାର୍ ପ୍ରସ୍ତୁତି କରିଛନ୍ତି। ଦିନିକିଆ ସିରିଜ୍ ହାତଛଡା କରିଥିବା ଭାରତୀୟ ଦଳ ଟି-୨୦ ସିରିଜ୍ ରେ ଭଲ ପ୍ରଦର୍ଶନ କରି ସମ୍ମାନ ଫେରି ପାଇବା ଲକ୍ଷରେ ରହିଛି। ଆଗକୁ ଟି-୨୦ ବିଶ୍ବକପ୍ ରହିଛି। ଏହି ମେଗା ଇଭେଣ୍ଟର ଅବ୍ୟବହିତ ପୂର୍ବରୁ ଭାରତୀୟ ଖେଳାଳୀ ରିହଲସଲ୍ ସୁଯୋଗ ପାଇବେ। ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ଫର୍ମ ଟିମ୍ ମ୍ୟାନେଜମେଣ୍ଟ ର ଚିନ୍ତା ବଢାଇଛି। ୨୦୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଟୁର୍ ପରଠାରୁ ସେ ଏ ପର୍ଯ୍ୟନ୍ତ ଟି-20ରେ ଗୋଟିଏ ହେଲେ ବି ଅର୍ଦ୍ଧଶତର ହାସଲ କରିପାରିନାହାଁନ୍ତି।