)
1.Stipend: ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା। ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା। ଜାନୁଆରୀ ସୁଦ୍ଧା ୪ ଲକ୍ଷ ୧୭ ହଜାର ଦିବ୍ୟାଙ୍ଗ ପାଉଥିଲେ। କାଲି ଆଉ ୮୩ ହଜାର ୧୩୫ ଦିବ୍ୟାଙ୍ଗଙ୍କୁ ମିଳିଛି। ଜୁନ୍ ମାସରୁ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଏହି ସୁବିଧା ପାଇବେ।
2.Odisha News: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।
3.Odisha Plus 3 classes: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ନାମଲେଖା ପ୍ରକ୍ରିୟା ସମାପ୍ତ ହେବା ପରେ ଜୁଲାଇ ୧୫ ରୁ ଯୁକ୍ତ ୩ କ୍ଲାସ୍ ଆରମ୍ଭ ହେବ। ସେ ଆଶ୍ୱାସନା ଦେଇଛନ୍ତି ଯେ କର୍ତ୍ତୃପକ୍ଷ ଗତ ବର୍ଷର ବିଳମ୍ବକୁ ଏଡାଇବା ପାଇଁ ପଦକ୍ଷେପ ନେଇଛନ୍ତି। ସେତେବେଳେ ଦୀର୍ଘ ସମୟ ଧରି ନାମଲେଖା ଯୋଗୁଁ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରଥମ ସେମିଷ୍ଟରରୁ ବଞ୍ଚିତ ହୋଇଥିଲେ।
4.Rath Yatra 2025: ଆଜି ସକାଳେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥଖଳା ଠାରେ ରଖି ଚକ ଗୁଡ଼ିକରେ ଚାଞ୍ଚ ବାନ୍ଧି ସାଇତିଛନ୍ତି। ତିନିରଥର ଭୂଇଁ ନିର୍ମାଣରେ ଆବଶ୍ୟକ ଅଂଶ ଗୁଡ଼ିକ ପ୍ରସ୍ତୁତ ପାଇଁ ଆଜି ରଥ ଅମୀନ ତିନି ରଥ ଚାଳିକୁ ଖାମ୍ବି,ଭୂଇଁ ଚଉତା ଏବଂ ନିରାଡି ନିର୍ମାଣ ପାଇଁ ପ୍ରଥମ ଦଫାରେ ୪ ଟି ଲେଖାଏଁ ଆବଶ୍ୟକ ୨୦ ଫୁଟିଆ ଧଉରା, ଅସନ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ, ତିନିରଥ ମହାରଣା ସେବକ ମାନେ ଉକ୍ତ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି।
5.Murshidabad violence : ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ ସଂଶୋଧନ ଆଇନ 2025 ବିରୋଧରେ ପ୍ରତିବାଦରେ ହୋଇଥିବା ସାମ୍ପ୍ରଦାୟିକ ହିଂସାର ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟି ଏହାର ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଯେଉଁଥିରେ ସ୍ଥାନୀୟ ତୃଣମୂଳ କଂଗ୍ରେସର ନେତା ଏବଂ ପୋଲିସର ନିଷ୍କ୍ରିୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। କଲିକତା ହାଇକୋର୍ଟ ଦ୍ୱାରା ଗଠିତ ଏକ ତଦନ୍ତ କମିଟିର ରିପୋର୍ଟରେ କୁହାଯାଇଛି ଯେ ଗତ ମାସରେ ବଙ୍ଗଳାର ମୁର୍ଶିଦାବାଦର ଅନେକ ଅଞ୍ଚଳରେ ୱାକଫ ସଂଶୋଧନ ବିଲ୍ ବିରୋଧରେ ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ।
6.Matric Supplementary Exam: ମାଟ୍ରିକ୍ ପରୀକ୍ଷାରେ ଉତିର୍ଣ୍ଣ ହୋଇ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ତେବେ, ଆସନ୍ତୁ ଜାଣିବ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ବାରା ପରିଚାଳିତ ଏହି ପରୀକ୍ଷା କେବେ ହେବାକୁ କାର୍ଯ୍ୟସୂଚୀ ଜାରି ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ବାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ବାରା ପରିଚାଳିତ ଉକ୍ତ ପରୀକ୍ଷା ଜୁଲାଇ ୧୦ ତାରିଖରେ ଶେଷ ହେବ।
7.Odisha Election News: ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲାପରିଷଦ ପାଇଁ ଜୁନ୍ ୨୩ରେ ଭୋଟ ଗ୍ରଅହଣ କରାଯିବ। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନ ତତ୍ପରତା ପ୍ରକାଶ କରିଛନ୍ତି। ଏହି ନିର୍ବାଚନରେ ଦଳୀୟ ଚିହ୍ନ ଭିତ୍ତିରେ ରାଜନୀତିକ ପାର୍ଟିମାନେ ସିଧାସଳଖ ଲଢ଼େଇ ଲଢ଼ିବାକୁ ଥିବାରୁ ଏହାକୁ ରାଜନୀତିକ ମହଲରେ ଅନେକ ଗୁରୁତ୍ୱ ଦିଆଯାଇଛି।
8.Weather Update: ବଦଳିବ ରାଜ୍ୟର ପାଣିପାଗ ମିଜାଜ୍ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ହେଲେ, ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।
9.Operation Sindoor: ପାକିସ୍ତାନର ହାବ, ଭାବ ଓ କାର୍ଯ୍ୟପନ୍ଥାକୁ ବଦଳାଇ ଦେଇଛି ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’। ତିନିଦିନର ନିରନ୍ତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ୧୧ ବିମାନ ଆଡ୍ଡା ଧ୍ୱଂସ ହୋଇଛି। ପାକିସ୍ତାନ ଦୈର୍ଘ୍ୟ, ପ୍ରସ୍ଥକୁ ନମାନି ସବ ଅଞ୍ଚଳରେ ଆକ୍ରମଣ କରି ଭାରତ ସୂଚାଇଛି ଯେ ଆଉ ପାକିସ୍ତାନ ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପ ହେଲେ ଭାରତ ଚୁପ ବସିବ ନାହିଁ। ଭାରତର ଏହି ଶାଣିତ ଜବାବକୁ ସାରା ବିଶ୍ୱ ପ୍ରଶଂସା କରୁଛି ଆଉ ଭାରତଯେ ପାକିସ୍ତାନକୁ ଆଣ୍ଠେଇବାକୁ ବାଧ୍ୟ କରିଛି ସେଥିରେ ସନ୍ଦେହ ନାହିଁ। କେମିତି ସବୁ ବଦଳିଛି ପାକିସ୍ତାନର ଚିତ୍ର। ଆଉ କେମିତି ବଦଳିବାକୁ ଯାଉଛି ଏହାର ଚରିତ୍ର ସେ ସମ୍ପର୍କରେ କିଛି ପ୍ରମୁଖ ବିନ୍ଦୁ ଏହି ରିପୋର୍ଟରେ।
10.Sara Tendulkar Breakup: ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ସଚିନ ତେନ୍ଦୁଲକରଙ୍କ ପ୍ରିୟ ଝିଅ ସାରା ତେନ୍ଦୁଲକରଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ଖବର ଆସିଛି। କିଛି ଦିନ ପୂର୍ବରୁ ସେମାନଙ୍କ ପ୍ରେମ ସମ୍ପର୍କର ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା ଏବଂ ଏବେ ଏହି ଅପଡେଟ୍ ନେଟିଜେନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଷ୍ଟାର ମାନଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥଙ୍କ ନାମ ପୂର୍ବରୁ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବୟା ନାଭେଲି ନନ୍ଦାଙ୍କ ସହ ମଧ୍ୟ ଜଡିତ ଥିଲା।