)
1.Odisha Vigilance: ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ଭଦ୍ରକର ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ବାମନବିନ୍ଧା ସେବା ସହାୟକ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ସୋସାଇଟିର ପାଣ୍ଠିରୁ ୧୩,୩୨,୨୬୦ ଟଙ୍କା ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ ଖଟୁଆ ବିଭିନ୍ନ ଜିନିଷ ପାଇଁ ରେକର୍ଡ ଜାଲିଆତି କରି ୧,୩୩୨,୨୬୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଅନିୟମିତତାରେ ସଦସ୍ୟଙ୍କ ସଞ୍ଚୟରୁ ଅନଧିକୃତ ଉଠାଣ, ଡେବୁକରେ କମ୍ ବାଲାନ୍ସ ଦେଖାଇବା ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହାରଠାରୁ ଅଧିକ ମଣ୍ଡି ଶ୍ରମ ଫି ବୃଦ୍ଧି କରିବା ଅନ୍ତର୍ଭୁକ୍ତ।
2.Ratnabhandar: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର। ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ। ୬ଟି ଆଲମିରା ଓ ୬ଟି ପ୍ୟାକେଟ୍ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ। ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚାବି ପଡ଼ିଛି, ଟ୍ରେଜେରୀକୁ ହସ୍ତାନ୍ତର ହେବ। ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି। SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି। ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ।
3.BJD: ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି।
4.Azam Khan: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଆଜି ଜେଲ ମୁକୁଳିଛନ୍ତି। ସମସ୍ତ ୭୨ଟି ମାମଲାରେ ଜାମିନ ପାଇବା ପରେ ତାଙ୍କୁ ୨୩ ମାସ ପରେ ଜେଲରୁ ମୁକ୍ତ କରାଯାଇଥିଲା। ଆଜମ ଖାନଙ୍କ ବଡ଼ ପୁଅ ଅଦୀବ ତାଙ୍କୁ ସ୍ୱାଗତ କରିବାକୁ ଜେଲରେ ପହଞ୍ଚିଥିଲେ। ଜେଲ ବାହାରେ ଆଜମ ଖାନଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ଆଜମ ଖାନ ଆଜି ସକାଳ ୭ଟାରେ ଜେଲରୁ ମୁକୁଳିବାରେ ଥିଲା। କିନ୍ତୁ ତାଙ୍କର ମୁକୁଳିବା ପାଇଁ କିଛି ସମୟ ବିଳମ୍ବିତ ହୋଇଥିଲା। ସେ ଦୁଇଟି ମାମଲାରେ ଜରିମାନା ଦେଇ ନଥିଲେ।
5.Panipaga Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ରିପୋର୍ଟ ଅନୁସାରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ। ଏ ନେଇ ବୁଧବାର ସେପ୍ଟେମ୍ବର ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୨୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୫ ତାରିଖ ପାଖାପାଖି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି, ଯାହାକି ୨୬ ତାରିଖ ପାଖାପାଖି ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ପୁଣି ଥରେ ଅକ୍ଟୋବର ୨ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
6.Dhabaleswar: ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ। ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ। ନଭେମ୍ବର ୫ରେ ଡ଼ଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ। ନଭେମ୍ବର ୧ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ। ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।
7.Kalinga Ghati: ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ଗତକାଲି ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ନିଷ୍ପତ୍ତି। କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି। ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ୍ ଯିବ କହିଲେ ଜିଲ୍ଲାପାଳ।
8.Bou Butu Bhuta: ବକ୍ସ ଅଫିସରେ ଧୁମ୍ ମଚାଇଥିଲା ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ'। ରଜ ବଜାରକୁ ନଜରରେ ରଖି ରିଲିଜ ହୋଇଥିବା ଏହି ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' ଓଡ଼ିଆ ଦର୍ଶକଙ୍କୁ ଓଡ଼ିଆ ଫିଲ୍ମ ପ୍ରତି ଭଲପାଇବା ଆହୁରି ବଢାଇଦେଇଥିଲା। ଜୁନ ୧୨ ତାରିଖ ରେ ରିଲିଜ ହୋଇଥିବା ବେଳେ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିଥିଲା। ଏବେ ଏହି ଫିଲ୍ମକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ରେକର୍ଡ ଭାଙ୍ଗିଥିବା ଏହି ଓଡ଼ିଆ ଚଳଚ୍ଚିତ୍ର 'ବୋଉ ବୁଟୁ ଭୂତ' ର ରିମେକ୍ ତିଆରି କରିବାକୁ ଯାଉଛି। ଏବେ କପି-ରାଇଟ୍ ନେବା ପ୍ରକ୍ରିୟା ଜାରି ରହିଥିବା କୁହାଯାଉଛି।
9.Odisha News: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ କୁଡ଼ବିଲ ଗାଁ ଦୁବନାଳୀ ସାହି ଜଙ୍ଗଲର ଏକ ଧାନ ଜମି ପାଖରୁ ଏକ ମାଈ ହାତୀର ଗଳିତ ଶଵ ଉଦ୍ଧାର ହୋଇଛି। ହାତୀର ବୟସ ୧୦ ବର୍ଷ ହେବ ଓ ହାତୀ ଟିର ବିଦୂତ ଆଘାତରେ ମୃତ୍ୟୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସୂଚନା ଦେଇଛନ୍ତି। ହାତୀଟି ର ପ୍ରାୟ 15ରୁ 20ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
10.Katrina Kaif: ଏହି ଡିସେମ୍ବରକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହକୁ ଚାରି ବର୍ଷ ପୁରିବ। ବିବାହର ଚାରି ବର୍ଷ ପୂରଣ ହେବା ପୂର୍ବରୁ, ଏହି ଦୁଇ ଷ୍ଟାର ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଏହି ଯୋଡ଼ି ଖୁବ୍ ଶିଘ୍ର ପିତା-ମାତା ହେବାକୁ ଯାଉଛନ୍ତି। ଭିକି ଏବଂ କ୍ୟାଟ୍ରିନା କୈଫ୍ ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି। ସେମାନେ ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ସହିତ ଏହି ଖୁସି ଖବର ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେଉଛି।