)
1.Dharmendra Deol Died:ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। "ହି-ମ୍ୟାନ୍" ଭାବରେ ଜଣାଶୁଣା ଏହି ଅଭିନେତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ଧରି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ଘରକୁ ନିଆଯାଇଥିଲା ଏବଂ ଘରେ ତାଙ୍କର ଚିକିତ୍ସା କରାଯାଉଥିଲା।IANS ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ପବନ ହଂସ ଶ୍ମଶାନରେ କରାଯିବ। ତେବେ ଏନେଇ ପାରିବାରିକ ସୂତ୍ରରୁ କୌଣସି ସୂଚନା ମିଳିନାହିଁ। ଏଠାରେ କହି ରଖୁ କି ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣ ନାମ ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ। ସେ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନାସରାନି ଗାଁରେ ଜନ୍ମଗ୍ରହଣ କରିଥିଲେ।
2.Justice Surya Kant :ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର 53ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିଛନ୍ତି। CJI ଭାବରେ ତାଙ୍କର କାର୍ଯ୍ୟକାଳ ୧୪ ମାସ ପାଇଁ ରହିବ। ସେ CJI ଭୂଷଣ ଆର. ଗଭାଇଙ୍କ ସ୍ଥାନ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟ ବିଚାରପତି ଭୂଷଣ ଆର. ଗଭାଇ ଭାରତୀୟ ସମ୍ବିଧାନର ଧାରା 124 ର ଧାରା 2 ଅନୁଯାୟୀ ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ମନୋନୀତ କରିଥିଲେ। ରାଷ୍ଟ୍ରପତି ଏହି ନାମାଙ୍କନକୁ ଅନୁମୋଦନ କରି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।
3.Crime News: ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା କରି NH କଡ଼ରେ ଫୋପାଡ଼ାଯାଇଛି ମୃତ ଦେହ। ଚନ୍ଦକା ଥାନା ଗୋଡ଼ିବାରି ଅଞ୍ଚଳରେ ହତ୍ୟା କରି ଫିଙ୍ଗିଦେଇଥିବା ସୂଚନା। ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ମୃତ ଯୁବକ ଜଣଙ୍କ ଏକ ଟେଣ୍ଟ ହାଉସ୍ରେ କାମ କରୁଥିଲେ।
4.Human Sagar: ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ। ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ।
5.India Gate protest:ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ଗୁରୁତର ଚାପ ସୃଷ୍ଟି କରିଛି। ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଏହାର ଜବାବରେ, କିଛି ଲୋକ ପ୍ରଦୂଷଣ ବିରୋଧରେ ଇଣ୍ଡିଆ ଗେଟରେ ପ୍ରତିବାଦ କରିଥିଲେ। ସେମାନେ ସମ୍ପ୍ରତି ନିହତ ମାଓବାଦୀ ହିଡମାଙ୍କ ସମର୍ଥନରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହି ସମୟରେ, ବିକ୍ଷୋଭକାରୀମାନେ ପୋଲିସକୁ ଘଉଡ଼ାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ଉପରେ ଗୋଲମରିଚ ଓ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଅନେକ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ତିନି କିମ୍ବା ଚାରି ଜଣ ପୋଲିସ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
6.Odisha Weather Report: ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି। ୨୪ ତାରିଖରେ ଅର୍ଥାତ ଆଜି ସୋମବାର ଏହା ଅବପାତର ରୂପ ନେବ। ୨୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିବା ଆଗରୁ ଦିଗ ବଦଳାଇ ମିଆଁମାର ପଳାଇବ। ଓଡ଼ିଶାରେ ବିଶେଷ ପ୍ରଭାବ ପକାଇବନି ଓ କମ୍ ବର୍ଷା ହେବ।
7.Paddy Procurement: ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। 'ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି। ଠିକ୍ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ,ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ। କଟ୍ନି ଛଟ୍ନି ଉପରେ ରାଜ୍ୟ ସରକାର ନଜର ରଖିଥିବା କହିଛନ୍ତି ସମବାୟ ମନ୍ତ୍ରୀ।
8.CM Mohan Majhi: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଉପସ୍ଥିତ ରହିବେ। ଅଢ଼େଇ ମାସରୁ ଅଧିକ ସମୟ ପରେ ଏହି ଅଭିଯୋଗ ଶୁଣାଣି ହେବାକୁ ଯାଉଛି। ହଠାତ୍ ଏହି ଅଭିଯୋଗ ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଛି। ତେବେ ପୂର୍ବରୁ ପଞ୍ଜିକୃତ ହୋଇଥିବା ଅଭିଯୋଗକାରୀମାନେ ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନିଜର ଆପତ୍ତି ସିଧାସଳଖ ଶୁଣାଇପାରିବେ।
9.Israel Air Strike in Beirut: ନୂଆଦିଲ୍ଲୀ: ଇସ୍ରାଏଲ ଲେବାନନର ରାଜଧାନୀ ବେରୁତରେ ଏକ ବିମାନ ଆକ୍ରମଣ କରି ହିଜବୋଲାର ସେନା ମୁଖ୍ୟ ହାଇଥାମ୍ ତାବାତାବାଇଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ଆକ୍ରମଣ ଦକ୍ଷିଣ ବୈରୁତ ସହର ଦହିୟେହରେ ଏକ ବଡ଼ କୋଠାକୁ ଟାର୍ଗେଟ କରିଥିଲା। ଯେଉଁଠାରେ ହିଜବୋଲା ମୁଖ୍ୟ ରହୁଥିଲେ। ଏହି ଆକ୍ରମଣରେ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା ଏବଂ ୨୦ରୁ ଅଧିକ ବାସିନ୍ଦା ଆହତ ହୋଇଥିଲେ। ଏହି ଆକ୍ରମଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଅନେକ ଗାଡ଼ି ପୋଡ଼ିଯାଇ ପାଉଁଶ ହୋଇଯାଇଥିଲା।
10.Sports News: ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଇସିସି ଅଧ୍ୟକ୍ଷ ଜୟ ଶାହ। ଗତକାଲି କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ନେପାଳକୁ ୭ ଓ୍ୱିକେଟରେ ହରାଇ ଚାମ୍ପିଅନ୍ ହୋଇଥିଲା ଟିମ୍ ଇଣ୍ଡିଆ।