Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Trending Photos
)
1.Salary to govt Employee: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବ। ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
2.Hirakud: ପ୍ରବଳ ବର୍ଷା ଓ ଜଳ ବୃଦ୍ଧି କାରଣରୁ ଦିନ ୧୨ ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ହୀରାକୁଦ ଜଲଭଣ୍ଡାର ସମୁଦାୟ ୧୬ ଟି ଗେଟ ଖୋଲାଯାଇଛି। ଏବେ ବାମ ପଟର ୧୧ ଟି ଓ ଡାହାଣ ପଟର ୫ ମିଶି ସମୁଦାୟ ୧୬ ଟି ଗେଟ ଖୋଲା ଯାଇଛି। ଆଜି ଦିନ ୧୨ ଟା ସୁଦ୍ଧା ୧୬ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଦିନ ୧୨ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ର ଜଳ ସ୍ତର ୬୨୯.୯୫ ଘନଫୁଟ ରହିଛି।
3.Shreemayee Mishra: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଲେ ଶ୍ରୀମୟୀ ମିଶ୍ର। ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି। ଦଳର ସଭାପତି ସବୁ ଶୁଣିଲା ପରେ କହିଲେ ରାଜନୀତିରେ ଏପରି ଘଟେ। ଏହି ଘଟଣା ହିଁ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା। ମତେ ଲାଗିଲା ସତରେ କ'ଣ ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ଵ ନାହିଁ । ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀ ସ୍ବାର୍ଥ ଦୃଷ୍ଟିରୁ ଚୁପ ରହିଲେ।
4.PM Modi: ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର DMF କକ୍ଷରେ ବୈଠକ। ମୋଦିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି। ୨୭ରେ ଝାରସୁଗୁଡ଼ାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ମୋଦି।
5.Cabinet Decision: ଏହି ଦୀପାବଳି ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ହେବାକୁ ଯାଉଛି। GST ହ୍ରାସ ପରେ ସରକାର ଏବେ ଦୀପାବଳି ବୋନସ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁଷ୍ଠିତ ଏକ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ୍ ଘୋଷଣା କରିଛନ୍ତି। କ୍ୟାବିନେଟ କହିଛି ଯେ ଦୀପାବଳି ପୂର୍ବରୁ ରେଳ କର୍ମଚାରୀମାନଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ।
6.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ରିପୋର୍ଟ ଅନୁସାରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ। ଏ ନେଇ ଗୁରୁବାର ସେପ୍ଟେମ୍ବର ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୨୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।ଆସନ୍ତା ୨୫ ତାରିଖ ପାଖାପାଖି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି, ଯାହାକି ୨୬ ତାରିଖ ପାଖାପାଖି ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ପୁଣି ଥରେ ଅକ୍ଟୋବର ୨ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
7.Subhamitra Sahoo: ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ବିଧାନସଭାରେ ମୁଲତବି ଆଲୋଚନାରେ କହିଲେ ଆଇନ ମନ୍ତ୍ରୀ। ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା। ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ। ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା କହିଲେ ଆଇନ ମନ୍ତ୍ରୀ। ଟ୍ରକ୍ ଦୁର୍ଘଟଣା ରେ ମୃତ୍ୟୁ ହେଲା ବୋଲି ସେତେବେଳେ କୁହାଗଲା। ଯେଉଁ ଟ୍ରକ୍ ଦୁର୍ଘଟଣା କରିଥିଲା କୁହାଗଲା, ସେଦିନ ସେହି ଟ୍ରକ୍ ରାଉରକେଲାରେ ଥିଲା। ସେତେବେଳେ କାହା ସରକାର ଥିଲା, ସତ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା।
8.Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତିସଂଘ (UN) ଗସ୍ତ ଆଲୋଚନାର ବିଷୟ ପାଲଟିଥିଲା । ଯେତେବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟବହାର କରାଯାଉଥିବା ଏସ୍କାଲେଟର (Escalator) ହଠାତ୍ ବନ୍ଦ ହୋଇଗଲା ଏବଂ ତାଙ୍କ ଭାଷଣ ସମୟରେ ଟେଲିପ୍ରମ୍ପଟର୍ ମଧ୍ୟ କାମ କରିବା ବନ୍ଦ କରିଦେଲା। ଟ୍ରମ୍ପ ଏହି ଘଟଣାକୁ ହାଲୁକା ଭାବରେ ନେଇଥିଲେ,କିନ୍ତୁ ହ୍ୱାଇଟ୍ ହାଉସ୍ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଦାବି କରିଛି। ହ୍ୱାଇଟ୍ ହାଉସ୍ ବିଶ୍ୱାସ କରେ ଯେ ରାଷ୍ଟ୍ରପତିଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଏସ୍କାଲେଟର(Escalator)କୁ ଜାଣିଶୁଣି ବନ୍ଦ କରାଯାଇଥାଇପାରେ।
9.Manmath Routray: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ବାନ। ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ୍। ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ। ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି। ଦଳ ତାଙ୍କୁ ସସ୍ପେଣ୍ଡ୍ କରି ଯଥାର୍ଥ ନିଷ୍ପତ୍ତି ନେଇଛି।
10.Congress: ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ। ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍ଜିରେ ଠେଲାପେଲା। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ। ଲୋୟର୍ ପିଏମ୍ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଉପସ୍ଥିତ। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ମହିଳା କଂଗ୍ରେସର ପ୍ରତିବାଦ।