Advertisement
Article Detail0/zeeodisha/odisha2695149
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1. Congress: ବିଧାୟକଙ୍କ ନିଲମ୍ବନ ନେଇ କଂଗ୍ରେସର ହଲ୍ଲାବୋଲ । କାଲି ରାତି ସାରା ରାସ୍ତାରେ କାଟିବା ପରେ ଆଜି ପୁଣି ଚଳାଇଛି ହାଇଡ୍ରାମା । ରାଜରାସ୍ତାରେ ପୋଲିସ ସହ ମୁହାଁମୁହିଁ, ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ 

2.Bande Bharat:ବନ୍ଦେ ଭାରତ ଟ୍ରେନ୍‌କୁ ଢେଲା ମାଡ଼ କଲେ ଦୁର୍ବୃତ୍ତ। ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ଼ ହୋଇଥିବା ସୂଚନା ମିଳିଛି। କଲୁଙ୍ଗା ଷ୍ଟେସନରେ ୨ଟି ବଗିକୁ କେହି ଢେଲା ମାଡ଼ କରିଥିବା ସୂଚନା। ୨ଟି ବଗିର କାଚ ଭାଙ୍ଗି ଯାଇଛି, କେହି ଆହତ ହୋଇନାହାନ୍ତି।

3.KOTIA: କୋଟିଆ ରେ କିଛି ଦିନ ହେଲା ଆନ୍ଧ୍ର ତରଫରୁ କୋଟିଆ ଲୋକଙ୍କୁ ଭ୍ରମିତ କରା ଯାଉଛି। ଓଡ଼ିଶା ବିରୁଦ୍ଧରେ ଲୋକଙ୍କୁ ମତାଇ ଆନ୍ଧ୍ର ମୁହାଁ କରିବାକୁ ପ୍ରୟାସ ଜାରି ରହିଛି। ଦୁଇ ଦିନ ତଳେ ଆଦିବାସୀ ଗିରୀଜନ ସଂଘ ତରଫରୁ ଆନ୍ଧ୍ରର ସାଳୁରୁ ତହସିଲଦାର ଙ୍କୁ ଓଡ଼ିଶା ବିରୁଦ୍ଧରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ଏପରିକି ଗତକାଲି ସାଲୁରୁ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଶେଖ୍ ମୌଲି, ଜଙ୍ଗଲ ବିଭାଗ ଅଧିକାରୀ ପ୍ରମୁଖ ଆସି ଯାହାକୁ ନେଇ ଆନ୍ଧ୍ର ପକ୍ଷରୁ, ସ୍ଥାନୀୟ ଲୋକେ , ଆଦିବାସୀ ଗିରିଯନ ସଂଘ ସମେତ ସିପିଏମ ରାଜନୈତିକ ଦଳ ତରଫରୁ ତୁମ୍ବି ତୁଫାନ କରାଯାଉଛି ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଫେରି ଯାଇଥିଲେ।

Add Zee News as a Preferred Source

4.Congress: ଆଜି ରାଜ୍ୟ ବିଧାନସଭାରେ ବିରୋଧି ଦଳର ହଟ୍ଟଗୋଳ , ଘଣ୍ଟମାଡ ଏବଂ ନାରାବାଜି ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।  ଗୃହକୁ ନିୟନ୍ତ୍ରଣ କରିବାକୁ ଯାଇ ବାଚସ୍ପତି ସୁରମା ପାଢୀ ଶୁନ୍ୟ କାଳରେ ଗୃହରେ ଥିବା  ୨ ଜଣ କଂଗ୍ରେସ ବିଧାୟକଙ୍କୁ ମର୍ଯ୍ୟଦାହୀନ ଆଚରଣ ଯୋଗୁଁ ନିଲମ୍ବିତ କରିଛନ୍ତି। ଏହାଦ୍ବାରା ନିଲମ୍ବିତ ହୋଇଥିବା ବିଧାୟକଙ୍କ ସଂଖ୍ୟା ୧୪ ରେ ପହଞ୍ଚିଛି। ଅପରପକ୍ଷେ ଗୃହରେ ଉପସ୍ଥିତ ଥିବା ବିଜେଡି଼ ସରକାରଙ୍କର ଏହି ପଦକ୍ଷେଦ ଦ୍ବାରା ବିରୋଧି ଦଳର ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ମତ ରଖିଛି। 

5.Vigilance raid: ଜଟଣୀ ପୌରପାଳିକା EO ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ଭୁବନେଶ୍ବରରେ ୪ଟି ଫ୍ଲାଟ୍‌, ବ୍ରହ୍ମପୁରରେ ୨ଟି କୋଠା ମିଳିଛି। ଏଥିସହ ୧୧ ପ୍ଲଟ, ୪୭୫ ଗ୍ରାମ ସୁନା, ୧୭ ଲକ୍ଷ କ୍ୟାସ୍‌, ୯୦ ଲକ୍ଷର ଜମା ମଧ୍ୟ ଜବତ କରିଛି ଭିଜିଲାନ୍ସ।

6.Amit Shah: ଆଜି ସଂସଦରେ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ ଆଲୋଚନା ପାଇଁ ଉପସ୍ଥାପନ ହେବ। ଏହାସହ ଗୋଆ ବିଧାନସଭାରେ ଅନୁସୂଚିତ ଜାତି ସଂରକ୍ଷଣକୁ ନେଇ ଏକ ବିଧେୟକ ଆସିବାର କାର୍ଯ୍ୟକ୍ରମ ରହିଛି।  ସେହିପରି ଓ୍ୱକ୍ଫ ଆଇନ ସଂଶୋଧନ ବିଧାୟକକୁ ନେି ଆଜି ସ୍ୱତନ୍ତ୍ର ଭାବେ ସାଂସଦ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‍। 

7.Weather Update: ବଦଳିଲା ପାଣିପାଗର ମିଜାଜ୍ । ପାଖାପାଖି ସପ୍ତାହେ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇଥିଲା। ପାଣିପାଗ ବିଭାଗରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖିର ପ୍ରଭାବ ରହିବ ନାହିଁ। ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଉପରମୁହାଁ ହେବ ପାରଦ। କେବଳ ସେତିକି ନୁହେଁ,  ୪ ଦିନ ଭିତରେ ପୁଣି ୪ ରୁ ୫ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୭ ତାରିଖ ବେଳକୁ ପାରଦ ୪୦ ପାଖାପାଖି ପହଞ୍ଚିବ ପାରଦ। 

8.Chief Justice: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ସେ ଆଜି ସକାଳ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପତି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  ।

9.CBI: ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍ । ଭୂପେଶ ବଘେଲଙ୍କ ରାୟପୁର ଓ ଭିଲାଇ ସ୍ଥିତ ବାସଭବନରେ ଚଢ଼ାଉ । ମହାଦେବ ବେଟିଂ ଆପ୍‌ ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତନାଘନା।

10.IPL 2025 Orange Cap and Purple Cap Holder: ଇଣ୍ଡିଆନ ପ୍ରିମିୟର ଲିଗ୍ ଅର୍ଥାତ୍ IPLର ୫ଟି ମ୍ୟାଚ୍ ଖେଳାଯାଇଛି। ସମସ୍ତ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ଜାଣନ୍ତି କି ଏହି ପାଞ୍ଚଟି ମ୍ୟାଚ୍ ପରେ ଅରେଞ୍ଜ କ୍ୟାପ୍ ଦୌଡ଼ରେ କିଏ ଆଗରେ ଅଛି ଏବଂ କିଏ  ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ପାଇଛି। ଆଗାମୀ ସମୟରେ ଅରେଞ୍ଜ ଏବଂ ପର୍ପଲ୍ କ୍ୟାପ୍ ପାଇଁ ରେସ୍ ଆକର୍ଷଣୀୟ ହୋଇଯିବ। ତଥାପି ପାଞ୍ଚଟି ମ୍ୟାଚ୍ ପରେ ଭଲ କଥା ହେଉଛି ଯେ ଅରେଞ୍ଜ କ୍ୟାପ୍ ରେସରେ ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଅଛନ୍ତି। ପର୍ପଲ କ୍ୟାପ୍ ଦୌଡ଼ରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ଅଛନ୍ତି।

About the Author