)
1.OAS Officers Transferred: ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍ଙ୍କ ପଦବୀରେ ବଦଳ କରିଛନ୍ତି। । ସେମାନଙ୍କ ଭିତରେ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଉଷାରାଣୀ ସାହୁ। ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଲୋପାମୁନ୍ରା ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ପଦବୀ ପ୍ରଦାନ କରାଯାଇଛି।
2.26/11 Mumbai Attacks: ୨୨ ନଭେମ୍ବର ୨୦୦୮ରେ ପାକିସ୍ତାନର କରାଚୀ ଉପକୂଳରେ ୧୦ ଜଣ ଆତଙ୍କବାଦୀଙ୍କୁ ପାଞ୍ଚଟି ଗ୍ରୁପରେ ବଣ୍ଟାଯାଇ ସେମାନଙ୍କୁ ୧୦,୮୦୦ ଭାରତୀୟ ଟଙ୍କା ଏବଂ ଏକ ମୋବାଇଲ୍ ଫୋନ୍ ଦିଆଯାଇଥିଲା। ତା'ପରେ ସେମାନଙ୍କୁ ଜଳପଥ ଦେଇ ଭାରକୁ ପଠାଇ ଦିଆଯାଇଥିଲା। ଏହି ଆତଙ୍କବାଦୀମାନେ ମୁମ୍ବାଇର ଅନେକ ଅଞ୍ଚଳରେ ଆକ୍ରମଣ କରିଥିଲେ, ଯେଉଁଥିରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ। ଆଜି ସେହି ଦିନ ଅର୍ଥାତ ୨୬/୧୧ ମୁମ୍ବାଇ ଆକ୍ରମଣର ବାର୍ଷିକୀ, ଯାହା ଭାରତର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ୧୭ ବର୍ଷ ତଳର ଏହି ଲୋମହର୍ଷଣକାରୀ ଘଟଣା ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଦାଗ ହୋଇ ରହିଛି।
3.Gundicha Temple: ଡିସେମ୍ବର ୧ ତାରିଖରୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଏହାର ପରିଚାଳନା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ପୂର୍ବରୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଖୋଲିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇବା ତଥା ମନ୍ଦିର ସମ୍ମୁଖରୁ ଅବରୋଧ ହଟାଇବା, ଆବଶ୍ୟକ ସୁବିଧା ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
4.Rapper Abhinav Singhs Death Case: ଓଡ଼ିଆ ରାପର୍ ଅଭିନବ ସିଂହଙ୍କୁ ଆତ୍ମହତ୍ୟା ପାଇଁ ପ୍ରବାର୍ତ୍ତାଇବା ଅଭିଯୋଗରେ ପୋଲିସ ତାଙ୍କ ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରିଛି। ୨୮୫ ଦିନ ଧରି ଜାରି ରହିଥିବା ଏକ ବିସ୍ତୃତ ତଦନ୍ତ ପରେ ଲାଲବାଗ ପୋଲିସ ଏହି ଗିରଫଦାରୀ କରିଛି। କହି ରଖୁଛୁ ଯେ ୩୨ ବର୍ଷୀୟ ଅଭିନବ ସିଂହ ଫେବୃଆରୀ ୯ ତାରିଖରେ ବେଙ୍ଗାଲୁରୁରେ ତାଙ୍କ ଭଡା ଆପାର୍ଟମେଣ୍ଟରେ ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
5.Winter Session of Assembly: ଆସନ୍ତା କାଲି ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆାରମ୍ଭ ହେବ। ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାୟକଙ୍କୁ ସମ୍ବୋଧନ କରିବେ। ପ୍ରଥମଥର ପାଇଁ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଉତ୍ସାହିତ ରହିଛନ୍ତି ବିଧାୟକ।
6.Constitution Day: ଆଜି ସମ୍ବିଧାନ ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତର ସମ୍ବିଧାନକୁ ସମ୍ବିଧାନ ସଭା ଗ୍ରହଣ କରିଥିଲା। ଏହିଦିନଠାରୁ ଆମେ ଆମ ଶାସନ ଚଳାଇବାର ପର୍ବ ଆରମ୍ଭ ହୋଇଥିଲା। ଦେଶବ୍ୟାପୀ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
7.SI Scam: ପୋଲିସ SI ସ୍କାମ୍; ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ଅନୁମତି। ୪ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା, ମିଳିଲା ୩ ଦିନିଆ ଅନୁମତି। ୪ ଅଭିଯୁକ୍ତଙ୍କୁ ଧରି ସତ୍ୟ ଉଗାଳିବ CBI ଟିମ୍। ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ୍ ରିମାଣ୍ଡରେ ଆସିବେ। ବିଶ୍ଵ ରଞ୍ଜନ ବେହେରା, ବିଶ୍ୱରଞ୍ଜନ ହରିଚନ୍ଦନ ରିମାଣ୍ଡରେ ଆସିବେ।
8.Humane Sagar: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ହ୍ୟୁମାନଙ୍କ ମୃତ୍ୟୁଙ୍କ ମୃତ୍ୟୁ ପାଇଁ ମୁଖ୍ୟତ ତିନି ଜଣଙ୍କୁ ଦାୟୀ କରାଯାଉଥିବା ଅଭିଯୋଗ ହୋଇଛି। ଏ-ନେଇ ନିର୍ଦ୍ଦେଶକ ଜିତୁ ରାଉତ୍ କଟକ ମଧୁପାଟଣା ଥାନାରେ ତିନି ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ତିନି ସହଯୋଗୀଙ୍କ ଭୂମିକାକୁ ନେଇ ତଦନ୍ତ ଭୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ବିଶେଷକରି, ହ୍ୟୁମାନଙ୍କ ଆର୍ଥିକ କାରବାର ସହ ଚିକିତ୍ସା ଆଦି ସମ୍ପର୍କରେ ଉଚ୍ଚସ୍ତରୀୟ ଦତନ୍ତ କରିବା ପାଇଁ ଦାବି କରିବା ସହ ହ୍ୟୁମାନ୍ ରୋଜଗାର୍ କରୁଥିବା ଟଙ୍କା କାହା ଆକାଉଣ୍ଟକୁ ଯାଇଛି? କିଏ ଖାଇଛି? କେବେଳ ହ୍ୟୁମାନ୍ ଙ୍କ ଟିମ୍ ମେମ୍ବର ନାଁ ଅନ୍ୟ କୌଣସି ମହିଳାଙ୍କ ସମ୍ପୃକ୍ତି ରହିଛି। ସେନେଇ ତଦନ୍ତ କରିବା ନେଇ ଦାବି ହୋଇଛି।
9.Gautam Gambhir PC: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୦-୨ରେ ହାରିବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଗମ୍ଭୀରଙ୍କୁ ପଚରାଯାଇଥିଲା ଯେ ସେ ଟେଷ୍ଟ କ୍ରିକେଟରେ ମୁଖ୍ୟ କୋଚ୍ ପାଇଁ ସର୍ବୋତ୍ତମ ପ୍ରାର୍ଥୀ କି? ସେ ଉତ୍ତର ଦେଇଥିଲେ, "ବିସିସିଆଇ ଏହି ନିଷ୍ପତ୍ତି ନେବ, କିନ୍ତୁ ମନେରଖନ୍ତୁ ଯେ ମୁଁ ସେହି ବ୍ୟକ୍ତି ଯାହାଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥିଲା, ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଏବଂ ଏସିଆ କପ୍ ଜିତିଥିଲା।କୌଣସି ଗୋଟିଏ ଖେଳାଳି କିମ୍ବା କୌଣସି ଗୋଟିଏ ସଟ୍ ପାଇଁ ଦୋଷ ଦେବା ଅନ୍ୟାୟ ହେବ। ଏହି ପରାଜୟ ପାଇଁ ସମସ୍ତେ ଦାୟୀ, ମୋ ଠାରୁ ଆରମ୍ଭ କରି। ପରାଜୟ ପରେ ମୁଁ କେବେ କୌଣସି ଖେଳାଳିଙ୍କୁ ଦୋଷ ଦେଇନାହିଁ, ଏବଂ ଆଉ କେବେ ଏପରି କରିବି ନାହିଁ।"
10.T20 World Cup: ICC ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୮ ତାରିଖରେ ଫାଇନାଲ ସହିତ ଶେଷ ହେବ। ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦେଶର ସାତଟି ସହରର ଆଠଟି ଷ୍ଟାଡିୟମ ଚୟନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି, ପ୍ରତ୍ୟେକ ଦଳକୁ ପାଞ୍ଚଟି ଦଳ ବିଶିଷ୍ଟ ଚାରିଟି ଗ୍ରୁପରେ ବଣ୍ଟା ଯାଇଛି। ପ୍ରତ୍ୟେକ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଗ୍ରୁପର ଦଳଗୁଡ଼ିକ ବିରୁଦ୍ଧରେ ଚାରୋଟି ମ୍ୟାଚ୍ ଖେଳିବେ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସୁପର ୮ ରାଉଣ୍ଡକୁ ଯିବେ, ଯାହା ପରେ ଚାରୋଟି ଦଳ ସେମିଫାଇନାଲକୁ ଯିବେ, ଏବଂ ସେହି ସେମିଫାଇନାଲର ବିଜେତାମାନେ ଟାଇଟଲ ପାଇଁ ଫାଇନାଲରେ ମୁହାଁମୁହିଁ ହେବେ।