)
1.Cyclone Update: ବାତ୍ୟାା ସମ୍ପର୍କରେ ତାଜା ଅପଡେଟ୍ ସାମ୍ନାକୁ ଆସିଛି । ତଥ୍ୟ ଜାଣି ସୁରକ୍ଷିତ ରୁହନ୍ତୁ। ଅକ୍ଟୋବର ୨୮ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ।
2.Montha Cyclone: ଆସୁଛି ‘ମୋନ୍ଥା’, ଚିନ୍ତାରେ ଚାଷୀ । ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ । ବର୍ଷା ଓ ପବନରେ ଫସଲ ନଷ୍ଟ ହେବା ଆଶଙ୍କା । ଅମଳ ଫସଲକୁ ସାଇତିବାରେ ଲାଗିପଡିଛି ଚାଷୀ ।
3.Cyclone: କଟକ ମୁଣ୍ଡଳିରୁ ଆନ୍ଧ୍ରପ୍ରଦେଶ ଗଲେ NDRFର ୩ଟି ଟିମ୍। ବିଶାଖାପାଟଣା ୨ଟି ଓ ଶ୍ରୀକାକୁଲ୍ଲମ୍ ଗଲା ଗୋଟିଏ ଟିମ୍।
4.Cyclone Update: ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ବାତିଲ। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଖୋର୍ଦ୍ଧା ଜିଲ୍ଲାରେ ୨୯ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ। ପୁରୀରେ ମଧ୍ୟ ପ୍ରଭାବ ନ କମିବା ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା।
5.Maoist: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ। ୩ AK-47, ୪ SLR, ୨ ଇନ୍ସାସ୍, ୬ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ।
6.Srimandira: ଆସନ୍ତା ରଥଯାତ୍ରାରୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ରସାୟନ ମୁକ୍ତ ଅବଢ଼ା ଅନ୍ନ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ପରେ ସେବକ ଓ ଭକ୍ତ ମହଲରେ ସ୍ବାଗତ। ପୂର୍ବରୁ ଅର୍ଗାନିକ ଚାଉଳରେ ଅବଢ଼ା ପ୍ରସ୍ତୁତ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୮ ଜିଲ୍ଲାରେ ବଳଭଦ୍ର ଜୈବିକ ଚାଷ ମିଶନରୁ ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ୧୧୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର କରିଛନ୍ତି ବଳଭଦ୍ର ଜୈବିକ ଚାଷ ମିଶନ। ବରଗଡ଼ ,କଟକ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯିବା ସହ ଦିଆଯାଇଛି ସହାୟତା ରାଶି।
7.PM-Kisan Scheme: ସରକାର ଚଳିତ ବର୍ଷ ନଭେମ୍ବର ଆରମ୍ଭରେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିପାରନ୍ତି, ଯାହା ଯୋଗ୍ୟ ଚାଷୀମାନଙ୍କୁ ଆୟ ସହାୟତା ଯୋଜନା ଅଧୀନରେ ୨୦୦୦ ପ୍ରଦାନ କରିବ। ସମୟସାପେକ୍ଷ ଦେୟ ପାଇବା ପାଇଁ, ହିତାଧିକାରୀମାନଙ୍କୁ e-KYC ପୂରଣ କରିବାକୁ ପଡିବ, ସେମାନଙ୍କର ଜମି ଏବଂ ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ପଡିବ ଏବଂ ସେମାନଙ୍କର ଆଧାର ଲିଙ୍କ୍ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ପଡିବ।
8.Pakistan: ପାକିସ୍ତାନ ତା'ର ପଡ଼ୋଶୀ ଦେଶ ସହିତ ଏକ ବଡ଼ ବିବାଦର ସମ୍ମୁଖୀନ ହେଉଛି! ଫଳରେ ପନିପରିବା ଦର ଆକାଶଛୁଆଁ ହୋଇଛି । ଟମାଟୋ ପ୍ରତି କିଲୋ ୭୦୦ ଟଙ୍କାରେ ପହଞ୍ଚିଛି। ପାକିସ୍ତାନରେ ପନିପରିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି । ଗତ କିଛି ସପ୍ତାହ ମଧ୍ୟରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଇସଲାମାବାଦ ସମେତ ଲାହୋର, କରାଚୀ ଏବଂ ପେଶାୱର ଭଳି ପ୍ରମୁଖ ସହରଗୁଡ଼ିକରେ ଟମାଟୋ କିଲୋ ୫ଶହରୁ ୭ଶହ ଟଙ୍କା ଦରରେ ବିକ୍ରି ହେଉଛି।
9.Nuapada Bye-Election: ଭୁବନେଶ୍ୱର: ମୌଳିକ ସମସ୍ୟାକୁ ଛାଡ଼ିଲେ ଦାଦନ ସମସ୍ୟାକୁ ନୂଆପଡ଼ାର ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଯାଇଥାଏ। ପ୍ରତି ଘରେ ଏହି ସମସ୍ୟା ଏବେ ମୁଣ୍ଡ ବିନ୍ଧା ପାଲଟିଛି। ନିର୍ବାଚନ ଆସିଲେ ସବୁ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିଲେ ହେଁ ଏଯାଏଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ଭୋଟରମାନେ ଫେରିନାହାନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ବି ସେମାନଙ୍କୁ ଫେରାଇ ଆଣିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ।
10.Earthquake: ନୂଆଦିଲ୍ଲୀ:ଭୂମିକମ୍ପର ପ୍ରବଳ ଭୂମିକମ୍ପ ଯୋଗୁଁ ଆଜି ପୁଣି ଥରେ ଭୂମିକମ୍ପିତ ହୋଇଛି। ୨୬ ଅକ୍ଟୋବର ରବିବାର ସକାଳେ କୋରାଲ ସାଗରରେ ହୋଇଥିବା ଭୂମିକମ୍ପର ଝଟକା ଭାନୁଆଟୁରେ ଅନୁଭୂତ ହୋଇଥିଲା। ସେହି ସମୟରେ ଜାପାନ, ମିଆଁମାର ଏବଂ ଭାରତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, କୋରାଲ ସାଗରରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରହିଥିଲା। ସକାଳ ପ୍ରାୟ ୪ଟା ୫୮ ମିନିଟରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଭାନୁଆଟୁ ନିକଟରେ ପ୍ରାୟ ୧୦ କିଲୋମିଟର ତଳେ ଗଭୀରତାରେ ଅନୁଭୂତ ହୋଇଥିଲା। ଯାହା ବିପଜ୍ଜନକ ରହିଥିଲା ବୋଲି କୁହାଯାଉଛି।