Advertisement
Article Detail0/zeeodisha/odisha2773994
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Puri: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ । କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଗଜପତି ମହାରାଜା କହିଥିଲେ ଯେ, ଦେଶ ବିଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅବଗତ କରି ସାରିଛନ୍ତି । କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର କରନ୍ତୁ କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ବୋଲି ଗଜପତି ମହାରାଜା କହିଛନ୍ତି।

2.Ratha: ତିନି ରଥର ୪୨ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୩୯ ଗୋଟି ଚକ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ପରେ  ତିନି ରଥର ମୋଟ ୪୨ ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହେବ। ଆଜି ତିନି ରଥର ମହାରଣାମାନେ ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ ପରି ଶେଷ ଚକ ର ପଇ ବିନ୍ଧ ଆରମ୍ଭ କରିଛନ୍ତି, ଏଥିସହ ଭୋଇ ସେବକ ମାନେ ତିନିରଥ ଶେଷ ଚକର ତୁମ୍ବ ରେ ସିଙ୍ଗଡ଼ା ଗାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ ଠାରେ ଶେଷ କରିଛନ୍ତି  ଆସନ୍ତା କାଲି ତିନି ରଥର ଶେଷ ସିଙ୍ଗଡ଼ା ବାଡ଼ିଆ ତୁମ୍ବ ତିନିରଥ ଚାଳି ମହାରଣା ମାନଙ୍କୁ ହସ୍ତାନ୍ତର କରି ସରିବାପରେ ଯନ୍ତା ଗାଡ଼ ମୁଜାପର୍ବ ଭୋଇ ସେବକଙ୍କ ଦ୍ଵାରା ସମ୍ପନ୍ନ ହେବ। 

3.BJD: ପୁଣି ‘ପୁରୀ’ କଳି: କିଏ ସିଏ ସୃଷ୍ଟି କରୁଛି ବିଜେଡିରେ ଗୋଷ୍ଠୀକନ୍ଦଳ? 
ଭୁବନେଶ୍ୱର: ପୁରୀ ରାଜନୀତିରେ ପୁଣି ଏକ ହଲଚଲର ଆଭାସ। କ୍ଷମତାରେ ନଥିଲେ ବି ବିଜେଡିରେ ଏହି ହଲଚଲ ହେବାକୁ ଯାଉଛି। ଏହାପୁଣି ଜଣେ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକଙ୍କୁ କେନ୍ଦ୍ରକରି। ଯାହାକୁ ସଂଗଠନର ତୁଙ୍ଗ ନେତାମାନେ ବି ସମାଧାନ କରିପାରୁ ନାହାନ୍ତି। ଏ ପଛରେ ଏକ ବଳିଷ୍ଠ ଅଦୃଶ୍ୟ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି। ଯେଉଁ ହାତର ସ୍ପର୍ଶରେ ପୁରୀଜିଲ୍ଲାରୁ ଦୁଇ ନିଶ୍ଚିତ ଆସନ ବିଜେଡି ହାତରୁ ଖସିଥିଲା ସେହି ଅଦୃଶ୍ୟ ହାତର ପୁଣିଥରେ ଆବିର୍ଭାବ ହୋଇଥିବା ଚର୍ଚ୍ଚା ହେଉଛି। 

Add Zee News as a Preferred Source

4.Attack on Journalist: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ଗତକାଲି ଏହି ସାମ୍ବାଦିକଙ୍କ ହାତଗୋଡ଼ ବାନ୍ଧି ଜଣେ ଠିକାଦାର ଏବଂ ତାଙ୍କ କିଛି ସହଯୋଗୀ ମାଡ଼ ମାରିଥିଲେ। ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ସାରା ଓଡ଼ିଶାରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ଉପରେ ଚାପ ପକାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛନ୍ତି। 

5.Corona: ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ଦେଶରେ ରିପୋର୍ଟ ହୋଇଥିବା ନୂତନ ସଂକ୍ରମଣକୁ ହିସାବ କରି ଏହି ବିବରଣୀ ପ୍ରସ୍ତୁତ କରାଯାଇଛି।  ଏହି ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ କେରଳରେ ୩୩୫, ମହାରାଷ୍ଟ୍ରରେ ୧୫୩ ଜଣ ରହିଥିବା ବେଳେ ଦିଲ୍ଲୀରେ ୯୯, ଗୁଜରାଟରେ ୭୬ ଜଣ ଆକ୍ରାନ୍ତ ରହିଛନ୍ତି। 

6. Puri: ପୁରୀ ସମୁଦ୍ରରେ ବଡ଼ ଅଘଟଣ ପ୍ରସଙ୍ଗ। ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ। ଟିକେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ ଗଭୀର ସମୁଦ୍ରରେ ଭାରସାମ୍ୟ ହରାଇବାରୁ ସ୍ପିଡ ବୋଟ୍ ଟି ଓଲଟିପଡିଥିଲା।  ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ ଗାର୍ଡଙ୍କ ତ୍ଵରିତ କାର୍ଯ୍ୟ ଯୋଗୁ ଚାରିଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଗଲା। ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସମୟରେ ଲାଇଟ୍ ହାଉସ ନିକଟ ହୋଟେଲ ସୋନାର୍ ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। 

7. Mumbau Rain: ମୌସୁମୀର ଆଗମନ ମୁମ୍ବାଇ ପାଇଁ ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି। ମୌସୁମୀର ପ୍ରଥମ ବର୍ଷାର ମଜା ନେଇଛନ୍ତି ମୁମ୍ବାଇବାସୀ। ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନେକ ସ୍ଥାନରେ ପ୍ରବଳ ବର୍ଷା ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ରବିବାର ଠାରୁ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। କୁହାଯାଉଛି ଏହା କେବଳ ମୌସୁମୀ ବର୍ଷାର ଟ୍ରେଲର। ଏହି ଟ୍ରେଲରରେ ଦେଶର ଆର୍ଥିକ ରାଜଧାନୀରେ ହାହାକାର ସୃଷ୍ଟି ହେଇଛି। ମୁମ୍ବାଇର ଅନେକ ସ୍ଥାନରେ ପାଣି ଜମି ରହିଛି। ରାସ୍ତାଠାରୁ ରେଳ ଟ୍ରାକ ପର୍ଯ୍ୟନ୍ତ, ସବୁକିଛି ବୁଡ଼ି ରହିଛି। ଆହୁରି ଅସୁବିଧା ଏବେ ପଡ଼ିବା ବାକି ଅଛି ବୋଲି କୁହାଯାଉଛି। ଏହି କାରଣରୁ IMD ଅର୍ଥାତ୍ ପାଣିପାଗ ବିଭାଗ ଆଲର୍ଟ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

8.Crime: ଚଞ୍ଚକତା କରି ୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ, ଆସିକା ଥାନା ଗଙ୍ଗାପୁର ଗ୍ରାମର ସମୀର କୁମାର ମିଶ୍ର (୨୯)। କେସ୍ ନମ୍ବର ୨୨୨/୨୫ରେ ମାମଲା ରୁଜୁ ସହ ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ତାଙ୍କ ପାଖରୁ ଦୁଇଟି ଦାମି ମୋବାଇଲ୍ ଫୋନ୍ ଓ ଗୋଟିଏ ଏଟିଏମ୍ କାର୍ଡ଼ ଜବତ ହୋଇଛି।

9.MGNRIGA Scam: ବେଗୁନିଆ ବ୍ଲକ ମନରେଗାରେ ଖୋର୍ଦ୍ଧା ଜିଲ୍ଲାରେ ୧ ନମ୍ବର ପାଲଟିଛି। ସେଥିପାଇଁ ଜିଲ୍ଲା ସ୍ତରରେ ବହୁ ପ୍ରଶଂସା ସାଉଁଟିଛି ବିଗତ ଦିନରେ।ମାତ୍ର ଦିନ କେତେଟା ଯାଇଛି କି ନାଇଁ ଏହାର କଳା କାରନାମା ସାମ୍ନାକୁ ଆସିଛି। ଯେଉଁଠି ବେଗୁନିଆରେ ବର୍ତମାନ ମନରେଗାରେ ମହାଘୋଟଲା ହେଉଥିବା ସାମ୍ନାକୁ ଆସିଛି। ପୋଖରୀ ଖୋଳା ହେଉଛି ତାହା ପୁଣି ଲୋକଙ୍କ ଦ୍ୱାରା ନୁହେଁ ମେସିନ ଦ୍ୱାରା। ମେସିନ ଯେଉଁଠି କାମ ନ କରିବା କଥା ସେଇଠି କାମ କରୁଛି ଳ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁନି ମନରେଗା ଯୋଜନାରେ ଶ୍ରମିକ ଦାଦନ ଯିବା ବନ୍ଦ ଏବଂ ସେମାନଙ୍କୁ କାମ ଯୋଗାଇ ଦେବା ଉଦେଶ୍ୟ ନେଇ କେନ୍ଦ୍ରସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଥିଲେ।ଗାଁ ଗାଁରେ ଲୋକଙ୍କୁ ୧୦୦ ଦିନର କାମ ଦେବା ପାଇଁ ମନରେଗା ଯୋଜନାକୁ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି।ଗାଁରେ ବିଭିନ୍ନ ପ୍ରକଳ୍ପ ପୋଖରୀ ପୁନଃ ଉଦ୍ଧାର, ରାସ୍ତାଘାଟ, ଖେଳ ପଡିଆ ଉନ୍ନତିକରଣ ଆଦି କାର୍ଯ୍ୟ କରାଯାଉଛି ହେଲେ ଲୋକଙ୍କ ବଦଳରେ ମେସିନ କାମ କରୁଛି। 

10.PM Vadodara Road Show: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଗସ୍ତରେ ଯାଇ ଭଦୋଦରା ରୋଡ଼ ଶୋ କରିଛନ୍ତି। ରୋଡ ଶୋ ପୂର୍ବରୁ ଭଦୋଦରାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ରୋଡ୍ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଆସିଥିଲେ। ମୋଦୀଙ୍କୁ ଦେଖିବା ପାଇଁ ଅନେକ ବିଦେଶୀ ଛାତ୍ର ମଧ୍ୟ ଉପସ୍ଥିତ ରହିଥିବା ନେଇ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପରିବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ ଏବଂ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ଏହି ଦୁଇ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେବ

About the Author