)
1.BCCI: ମିଥୁନ ମାନହସ BCCIର ନୂଆ ସଭାପତି ହୋଇଛନ୍ତି । ବିସିସିଆଇ ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ମିଥୁନ ମାନହସ । ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ସେ BCCIର ସର୍ବୋଚ୍ଚ ପଦ ହାସଲ କରିଛନ୍ତି । ସେହିପରି ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ ହୋଇଛନ୍ତି । ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଏବଂ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
2.Pragyan Ojhaଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହୋଇଛନ୍ତି ପ୍ରଜ୍ଞାନ ଓଝା। ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ହୋଇଛନ୍ତି ପ୍ରଜ୍ଞାନ ଓଝା। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଛନ୍ତି ପ୍ରଜ୍ଞାନ। ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ ହୋଇଥିବା ସମୟରେ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା।
3.Durga Puja: କଟକ ଦୁର୍ଗା ପୂଜା ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା। ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ। ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ। ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି ପୋଲିସ କମିଶନର। ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ର ବ୍ୟବସ୍ଥା କରାଯାଇଛି।
4.Bhattarika Temple: ଲଘୁଚାପ ଜନିତ ବର୍ଷା କାରଣରୁ ପରିସ୍ଥିତି ଅଧିକ ଜଟିଳ ହେଉଛି। କଟକ ନରସିଂହପୁରରେ ଅବସ୍ଥିତ ଦେବୀ ଭଟ୍ଟାରିକାଙ୍କ ଏହି ମନ୍ଦିର। ବନ୍ୟାଜଳ ମା’ଙ୍କ ମନ୍ଦିରକୁ ଛୁଇଁଛି । ମାଙ୍କ ଗର୍ଭଗୃହକୁ ପଶିନି ବନ୍ୟାଜଳ। ଆଜି ସପ୍ତମୀ ପୂଜା ଥିବା କାରଣରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି। ଆଜି ସକାଳୁ ବନ୍ୟାଜଳ ବଢିବାରେ ଲାଗିଛି।
5.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ରିପୋର୍ଟ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏ ନେଇ ସୋମବାର ସେପ୍ଟେମ୍ବର ୨୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମସ୍ତ ୩୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
6.Swami Chaitanyananda:ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ଶିକ୍ଷାନୁଷ୍ଠାନ ସହିତ ଜଡିତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଏବଂ ଛାତ୍ରୀଙ୍କ କ୍ୟାରିୟର ନଷ୍ଟ କରିବାର ଅଭିଯୋଗ ଆସିଛି। ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଜଣେ ବଡ଼ ଠକ ବୋଲି ପ୍ରମାଣିତ ହେବା ପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରବିବାର ଭୋର ପ୍ରାୟ ସାଢେ ୩ଟାରେ ଆଗ୍ରାରେ ତାଙ୍କୁ ଗିରଫ କରିଛି। କେବଳ ଜଣେ କି ଦୁଇଜଣ ନୁହେଁ, ବରଂ ଏକ ଡଜନରୁ ଅଧିକ ଛାତ୍ରୀ ଚୈତନ୍ୟାନନ୍ଦଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ବାବା ସେମାନଙ୍କୁ ଭଲ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ପ୍ରତାରଣା କରିଆସୁଥିଲେ। କିନ୍ତୁ କୁହାଯାଏ ଯେ ପ୍ରତ୍ୟେକ ପାପୀର ପାପ ଶେଷରେ ଶେଷ ହେବ।
7.Odisha News: ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ସିନେମା ମାଲିକ କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁର ପିଏସ୍ଆର୍ ସିନେମା ମାଲିକ ତଥା ରାଜେଶ ଶର୍ମା (୪୫) ହୋଟେଲ ଡିଲକ୍ସ ଲେନ୍, ମହୁଲପାଲି, ପିଏସ-ପ୍ଲାଣ୍ଟ ସାଇଟ୍, ରାଉରକେଲା, ଜିଲ୍ଲା- ସୁନ୍ଦରଗଡ଼। ଶନିବାର ଦିନ ଟାଉନ୍ ଥାନା ପୁଲିସ ଗିରଫ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
8.S. Jaishankar: ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ (UNGA)ରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନର ନାମ ନ ନେଇ ତା’ର ସମାଲୋଚନା କରିଥିଲେ। ସେ ଏବଂ ଭାରତୀୟ ପ୍ରତିନିଧି ରେଣ୍ଟାଲା ଶ୍ରୀନିବାସ ପାକିସ୍ତାନକୁ ଆତଙ୍କବାଦର ଗନ୍ତାଘର ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି ବର୍ଣ୍ଣନା କରିଥିଲେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଭର୍ତ୍ସନା ପାକିସ୍ତାନକୁ କ୍ରୋଧିତ କରିଥିଲା। ଉତ୍ତର ଅଧିକାର ବ୍ୟବସ୍ଥା ଅଧୀନରେ ଭାରତ ଦ୍ୱାରା ପର୍ଦ୍ଦାଫାସ୍ ହୋଇଥିବା ପାକିସ୍ତାନ ତା’ର ପୁରୁଣା କଥା ଦୋହରାଇଥିଲା। ଜବାବରେ, ଭାରତରୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ରେଣ୍ଟାଲା ଶ୍ରୀନିବାସ ପୁଣି ଥରେ ପାକିସ୍ତାନର ପର୍ଦ୍ଦାଫାସ୍ କରିଥିଲେ।
9.Bhubaneswar: ଭୁବନେଶ୍ୱର ସାଲିଆସାହିରେ ମଦ ଭାଟି ଉପରେ ଅବକାରୀ ବିଭାଗର ରେଡ୍। BMC ଓ ଅବକାରୀ ବିଭାଗ ପକ୍ଷରୁ ଭାଟିରେ ଚାଲିଲା ବୁଲ୍ଡୋଜର। କାଲି ଅବକାରୀ ବିଭାଗ ରେଡ୍ କରି ୧୬ ହଜାର ଲିଟର ପୋଚ ନଷ୍ଟ କରିଥିଲେ।
10. India vs Pakistan: ନୂଆଦିଲ୍ଲୀ: ସାରା ବିଶ୍ୱର କ୍ରିକେଟ ପ୍ରେମୀମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ଏସିଆ କପ୍ 2025 ପାଇଁ ଶେଷରେ ସେହି ଦିନ ଆସି ପହଞ୍ଚିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ହାଇଭୋଲଟେଜ ଫାଇନାଲ ମ୍ୟାଚ୍ ଆଜି ରାତି 8ଟାରେ ଦୁବାଇରେ ଖେଳାଯିବ। ସଲମାନ ଆଗାଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ପୂର୍ବ ଦୁଇଟି ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇଛି। ଏଥିରେ ପୂର୍ବ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ପାକିସ୍ତାନ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅପରାଜିତ ରହି ଟାଇଟଲ୍ ମ୍ୟାଚ ପାଇଁ ଲଢେଇ କରିବ। ଟ୍ରଫି ସହିତ ଏହାର ଅଭିଯାନ ଶେଷ କରିବାକୁ ଚେଷ୍ଟା କରିବ। ଫଳସ୍ୱରୂପ, ଭାରତୀୟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଇପାରେ। ମ୍ୟାଚ୍ ପୂର୍ବରୁ କେଉଁ ଖେଳାଳିମାନେ ବାହାର ହେବେ ଏବଂ କେଉଁ ଖେଳାଳିମାନେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇପାରିବେ ତାହା ଅନୁସନ୍ଧାନ କରିବା।