Advertisement
Article Detail0/zeeodisha/odisha2778198
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

1.Corona News: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି 'କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି, ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ, RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି, ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି। ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ'।

2.Odisha News: ପୁରୀ ବିଜେଡିକୁ ନେଇ ବିଧାୟକ ସୁନୀଲ ମହାନ୍ତିଙ୍କ ବଡ଼ ବୟାନ। ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବିଜେଡି ବୈଠକକୁ ନେଇ ପ୍ରଶ୍ନ କଲେ। ଦଳୀୟ ବୈଠକ କେବଳ ଶଙ୍ଖ ଭବନରେ ହେବ ନବୀନ ବାବୁ କହିଛନ୍ତି। କାହା ଘରେ ବୈଠକ ହେଲେ ଆମେ ତାକୁ ଦଳୀୟ ବୈଠକ ମାନିବୁନି। ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ପ୍ରୟାସ ହେଉଛି। ଦଳରେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି, କିଏ ସମସ୍ତେ ଜାଣିଛନ୍ତି: ସୁନୀଲ। ୨୪ ନିର୍ବାଚନରେ ମୋତେ ହରାଇବାକୁ ବହୁତ ଚେଷ୍ଟା ହୋଇଥିଲା। କୁଚକ୍ରୀ ସବୁ ଦଳରେ ଅଛନ୍ତି, ଆମ ଦଳରେ ବି ଅଛନ୍ତି। କୁଚକ୍ରୀ ଗୋଷ୍ଠୀ ଯେତେ ଚେଷ୍ଟା କଲେ ସଫଳ ହେବେନି।

3. Lakshpati Didi: ଲକ୍ଷପତି ଦିଦି 2025 ସମ୍ମିଳନୀରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।  ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷପତି ଦିଦିଙ୍କ ସ୍ୱପ୍ନ ଦେଖିଥିଲେ, ଆଜି ତାହା ସାକାର ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ଷକରେ ୧୬ ଲକ୍ଷରୁ ଅଧିକ'ଲକ୍ଷପତି ଦିଦି' ସୃଷ୍ଟି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 'ଲକ୍ଷପତି ଦିଦି ଆଗକୁ କୋଟିପତି ଦିଦି ଆଖ୍ୟା ପାଇବେ, ସାରା ବିଶ୍ବରେ ମଡେଲ୍‌ ହେବ ଓଡ଼ିଶା, ଶିଳ୍ପପତି ଭାବେ ଗଣାହେବେ। ସମଗ୍ର ଦେଶରେ ବର୍ଷକରେ ଏକ ନମ୍ବର ରାଜ୍ୟର ଆଖ୍ୟା ପାଇଛୁ, ଅର୍ଥନୀତିକୁ ସଶକ୍ତ କରିବାରେ ଲକ୍ଷପତି ଦିଦିଙ୍କର ବଡ଼ ଭୂମିକା'।

Add Zee News as a Preferred Source

4.Maoist Kunjam Hidma Arrested: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ପେଟାଗୁଡ଼ା ଜଙ୍ଗଲରୁ କୁଞ୍ଜମ ହିଡମାକୁ ଗିରଫ କରାଯାଇଥିଲା। ଅପରେସନ ସମୟରେ ପୋଲିସ ଏକ AK-47 ରାଇଫଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ହିଡମା ଯିଏକି ଏରିଆ କମିଟି ସଦସ୍ୟ (ACM) ଥିଲେ ବୋଲି ଜଣାପଡ଼ିଛି। କୁଞ୍ଜମ ହିଡ୍‌ମା ଓରଫ ମୋହନ ଛତିଶଗଡ଼ର ନିବାସୀ ଅଟନ୍ତି। ତାଙ୍କର ବିଜାପୁର ଜିଲ୍ଲା ଜାନାଗୁଡ଼ାରେ ହିଡ୍‌ମାର ପୈତୃକ ଘର ରହିଛି। ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କଲାବେଳେ ହିଡ୍‌ମା ଧରାପଡ଼ିଥିଲେ। 

5.Covid Alert: ଭାରତରେ କରୋନା ମାମଲାରେ ବହୁତ ଅଧିକ ସଂଖ୍ୟକ ମହିଳା ଅଛନ୍ତି। ଯଦି ଆମେ ଏହି ପରିସଂଖ୍ୟାନକୁ ଦେଖିବା, ତେବେ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ। ଗାଜିଆବାଦରେ ମିଳିଥିବା ରୋଗୀଙ୍କ ମଧ୍ୟରେ ଚାରି ଜଣ ମହିଳା ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ ମିଳିଛି। ସେହିପରି ଗୁରୁଗ୍ରାମରେ ମଧ୍ୟ ମହିଳାମାନେ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏଥର କରୋନାର ୪ଟି ନୂତନ ପ୍ରକାର ନିଶ୍ଚିତ ହୋଇଛି। ଏଗୁଡ଼ିକୁ ଓମିକ୍ରନ୍ ଭାରିଆଣ୍ଟର ଉପ-ଭାରିଆଣ୍ଟ କୁହାଯାଏ।ଝାଡ଼ଖଣ୍ଡର ମ୍ୟାକ୍ସିଲୋଫେସିଆଲ୍ ସର୍ଜନ୍ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, MDS ଏବଂ MPH ଡାକ୍ତର ଅନୁଜ କୁମାର କହିଛନ୍ତି ଯେ ଏଥର କରୋନାର ନୂତନ ପ୍ରକାର ମହିଳାମାନଙ୍କୁ ପ୍ରଭାବିତ କରୁଛି କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତଥାପି, ଦୀର୍ଘକାଳୀନ କୋଭିଡ୍ କ୍ଷେତ୍ରରେ ମହିଳାମାନେ ପ୍ରଭାବିତ ହୋଇପାରନ୍ତି। ବିଶେଷକରି ୪୦ ବର୍ଷରୁ ଅଧିକ ବୟସର ମହିଳାଙ୍କଠାରେ ଅନ୍ୟମାନଙ୍କ ତୁଳନାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥାଇପାରେ।

6.BJD Young Leader: ଭୁବନେଶ୍ୱର: ରାଜ୍ୟର ସର୍ବବୃହତ୍‍ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଉପରୁ କ୍ରମଶଃ ତୃତୀୟ ପିଢ଼ିର ନେତା ଆସ୍ଥା ହରାଉଛନ୍ତି। ଏହାର ଅନେକ ଉଦାହରଣ ରହିଛି ଆଉ ସଦ୍ୟତମ ଦେଉଛନ୍ତି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବା।  ଏହା ପୂର୍ବରୁ ନିକଟରେ ଗଠନ ହୋଇଥିବା ସାଂଗଠନିକ କମିଟିରେ ଯୁବାବର୍ଗଙ୍କୁ ଧ୍ୟାନ ନଦିଆଯିବାକୁ ନେଇ ବରିଷ୍ଠ ନେତାଙ୍କ ପୁଅମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ଭିତରକୁ କିଛି ବିଧାୟକ ଥିବାରୁ ମୁହଁ ଖୋଲୁ ନାହାନ୍ତି ଆଉ ଯାହାଙ୍କ ବାପାମାନେ ମୁହଁ ଖୋଲୁଛନ୍ତି ତାଙ୍କ ପୁଅମାନଙ୍କୁ ବିକଳ୍ପ ଖୋଜିବାକୁ ଇଙ୍ଗିତ କରାଯାଉଛି।   ଏଥିରେ ସାମିଲ ହୋଇଛନ୍ତି ୧୦ ନେତାଙ୍କ ପୁଅମାନେ।

7.Monsoon Update: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ତାଜା ଅପଡେଟ୍ ଜାରି କରିଛି। ସୃଷ୍ଟି ହେଲା ଅବପାତ, ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତରେ ପରିଣତ ହୋଇଛି। ଅବପାତ ଉତ୍ତର ଆଡ଼କୁ ଗତି କରି ଆହୁରି ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ସମ୍ଭାବନା ରହିଛି। 

8.Operation Chakra V: ମାଇକ୍ରୋସଫ୍ଟ ଏବଂ ଅନ୍ୟ ବହୁରାଷ୍ଟ୍ରୀୟ କମ୍ପାନୀର କଲ୍‍ ସେଣ୍ଟର ନାଁ କହି ବିଦେଶୀ ନାଗରିକଙ୍କୁ ସର୍ବସ୍ୱାନ୍ତ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଦିଲ୍ଲୀ, ହରିୟାଣା ଏବଂ ଉତ୍ତର ପ୍ରଦେଶର ୧୯ଟି ସ୍ଥାନରେ ଚଢ଼ଉ କରି ଏହି ଅଭିଯୁକ୍ତଙ୍କୁ ତଥ୍ୟ ଓ ପ୍ରମାଣ ସହକାରେ ଗିରଫ କରାଯାଇଥିବା ସିବିଆଇ ପ୍ରକାଶ କରିଛି। ଦେଶର ମାଟିକୁ ବ୍ୟବହାର କରି  ସାମା ବାହାରେ ବିଦେଶୀ ନାଗରିକଙ୍କୁ ସାଇବର ଆକ୍ରମଣ କରୁଥିଲେ ଏହି ୬ ବ୍ୟକ୍ତି। ଏଣୁ ସିବିଆଇ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ମାଇକ୍ରୋସଫ୍ଟ ଏବଂ ଜାପାନର ତଦନ୍ତକାରୀ ସଂସ୍ଥା (ଏନ୍‍ପିଏ)ର ମିଳିତ ସହଯୋଗରେ ଏହି ସାଇବର ଅପରାଧର କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ଅପରେସନ୍‍ ଆରମ୍ଭ ହୋଇଥିଲା।

9.Odisha News: ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଆବେଦନ ବୟସ ବୃଦ୍ଧି ଦାବି ଉପରେ ମୋହର ମାରିଛନ୍ତି। କୁହାଯାଇଛି ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହା ୪୨ ବର୍ଷ ବୟସକୁ ବୃଦ୍ଧି କରାଯାଇଛି। ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ, ଏସ୍‌ସି, ଏସ୍‌ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ ବୋଲି ସୂଚନା ରହିଛି।   

10.Virat Kohli News: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ବର୍ତ୍ତମାନ IPL 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି। ତାଙ୍କ ଦଳ ୨୦୧୬ ପରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ୨ ରେ ରହିଛି। ଆଜି କ୍ୱାଲିଫାୟରରେ RCB ପଞ୍ଜାବ କିଙ୍ଗ୍ସ (PBKS vs RCB) ସହିତ ମୁକାବିଲା କରିବ। ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ। ଏହି ସମୟରେ ବିରାଟ ଏକ ବଡ଼ ବାଜି ଲଗାଇଛନ୍ତି ସେ ବିଶ୍ୱ ବୋଲିଂ ଲିଗରେ ନିବେଶ କରିଛନ୍ତି। ବିରାଟ କୋହଲିଙ୍କୁ ବିଶ୍ୱ ବୋଲିଂ ଲିଗ୍ (WBL)ରେ ରଣନୀତିକ ନିବେଶକ ଘୋଷଣା କରାଯାଇଥିଲା। WBL MLB ସୁପରଷ୍ଟାର ଏବଂ ୩ ଥର ବିଶ୍ୱ ସିରିଜ୍ ଚାମ୍ପିଅନ୍ ମୁକି ବେଟ୍ସଙ୍କ ଦଳ OMGକୁ ଲିଗ୍‌ର ପ୍ରଥମ ଫ୍ରାଞ୍ଚାଇଜ୍ ଭାବରେ ପରିଚିତ କରାଇଥିଲା।

About the Author