Advertisement
Article Detail0/zeeodisha/odisha2779592
Zee OdishaTop 10 NewsTop 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର....

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର....

ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଖସିପଡିବା ଘଟଣା । ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏ ଯାଏଁ ୯ ଜଣ ନିଖୋଜ ଅଛନ୍ତି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଓଡ଼ିଆ ଲୋକଙ୍କ ଉଦ୍ଧାର, ଚିକିତ୍ସା ଏବଂ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର....

1.CM Mohan Majhi: ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଖସିପଡିବା ଘଟଣା । ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏ ଯାଏଁ ୯ ଜଣ ନିଖୋଜ ଅଛନ୍ତି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଓଡ଼ିଆ ଲୋକଙ୍କ ଉଦ୍ଧାର, ଚିକିତ୍ସା ଏବଂ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

2.Vigilance Raid: ନୂଆଦିଲ୍ଲୀ: ଅବସରର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସେପଟେ ଘରୁ ପୁଳା ପୁଳା ନଗଦ ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ। ଭିଜିଲାନ୍ସର ଏକାଧିକ ଅଧିକାରୀ ଜବତ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି। ଏପରିକି ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ଥିକିଯିବା ପରେ ଟଙ୍କା ମେସିନର ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସେପଟେ ବାବୁଙ୍କ ଏତେ ଟଙ୍କା ଯେ  ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି  ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି।  

3.NEET PG ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। NEET PG ପରୀକ୍ଷାର ସମୟସୂଚୀ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ NEET PG ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ପୂର୍ବରୁ ପ୍ରକାଶିତ ସମୟସୂଚୀ ଅନୁଯାୟୀ ପରୀକ୍ଷା ଦୁଇଟି ସିଫ୍ଟରେ ହେବାର ଥିଲା।

Add Zee News as a Preferred Source

4.CBI Raid: ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ମାଡି ବସିଲା ସିବିଆଇ। ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ସିବିଆଇ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି। ସୂଚନା ମୁତାବକ ଆର୍ଥିକ ନେଣଦେଣର ଅନିୟମିତତା ଅଭିଯୋଗରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଲୁଲୁଙ୍କ ଉପରେ ଗତ ଜାନୁଆରୀ ମାସରେ ୧୪ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ସମୟରେ ତାଙ୍କୁ ଗିରଫ କରାଯିବା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। 

5.Puri News: ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ଦୀପେନ୍ଦର୍ ସିଂହ ହୁଡ଼ା,କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ । ସେନା ବାହିନୀ ର ପରାକ୍ରମକୁ ସମ୍ମାନ ଜଣାଇ ଭୁବନେଶ୍ବରରେ ଜୟ ହିନ୍ଦ୍ ସଭା କରିଛି କଂଗ୍ରେସ ।ସଭା ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି କଂଗ୍ରେସ ନେତା ।ଭକ୍ତ ଦାସ କହିଛନ୍ତି ହଜାର ହଜାର ଭକ୍ତଙ୍କ ଗହଳି ଭିତରେ ବି ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ପାଇବା ଦୁର୍ଲଭ ଥିଲା ।ମହାପ୍ରଭୁ ସମସ୍ତଙ୍କ ଜୀବନରେ ଶାନ୍ତି ସମୃଦ୍ଧି ଭରିଦେବା ସହ ଭାରତୀୟ ସେନାକୁ ବଳ ମିଳୁ ବୋଲି ପ୍ରାର୍ଥନା କରିଛି କହିଛନ୍ତି ଭକ୍ତ ।

6.Naba Das: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ କରିଛି। ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼। ଗାନ୍ଧି ଛକ ଫାଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା କରିଛି। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ ଚାଲଥିବା ଜଣା ପଡ଼ିଛି।

7.Rajnath Singh: ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହାଫିଜ୍ ସୟିଦକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଚେତାବନୀ ଦେଇଛନ୍ତି। 'ଆତଙ୍କବାଦୀ ହାଫିଜ୍ ସୟିଦ ଓ ମାସୁଦ ଆଜହରକୁ ପାକିସ୍ତାନ ହସ୍ତାନ୍ତର କରୁ, କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି। ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର୍ ରାଣାକୁ ନିକଟରେ ଭାରତ ଅଣାଗଲା। 'ଯଦି କଥାବାର୍ତ୍ତା ପାଇଁ ପାକିସ୍ତାନ ଆଗ୍ରହୀ, ତେବେ ହାଫିଜ ଓ ମାସୁଦକୁ ପ୍ରଥମେ ଦିଅ'। ଅପରେସନ ସିନ୍ଦୂର ଶେଷ ହୋଇନି, କେବଳ ସ୍ଥଗିତ ରଖାଯାଇଛି, ଯଦି ପୁଣି ଥରେ ପାକିସ୍ତାନ ସମାନ ଭୁଲ୍ କରେ, ଆହୁରି କଡ଼ା ଜବାବ ଦିଆଯିବ।

8.Prasanna Pattnaik Passes Away at 74: ବରିଷ୍ଠ ନେତା ତଥା ଓଡ଼ିଶାର ପ୍ରଥମ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଗୁରୁବାର ଦିନ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

9.Nurse: ଘରୋଇ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୋବ୍ରାର ଏକ ଘରୋଇ ହଷ୍ଟେଲରୁ ଉଦ୍ଧାର କଲା ମାଲଗୋଦାମ ପୋଲିସ। ମୃତକ ବାଲେଶ୍ବରର, ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। 

10. Odisha Forms SIT to Probe Maoist Explosives Loot: ମାଓବାଦୀଙ୍କ ଦ୍ୱାରା ବିସ୍ଫୋରକ ସାମଗ୍ରୀ ଚୋରି ସହିତ ଜଡିତ ଏକ ବଡ଼ ସୁରକ୍ଷା ଉଲ୍ଲଂଘନର ଜବାବରେ ଓଡ଼ିଶା ସରକାର ସୁନ୍ଦରଗଡ଼ ଜିଲ୍ଲାରେ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି।

About the Author