1.Tatoo:ଦେହରେ ଟାଟୁ ଖୋଦି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା। ୨୩ ଜୁଲାଇ ୨୦୨୧ ମସିହା କଥା ଆପଣଙ୍କ ମନେ ଥାଇପାରେ। କଟକରେ ରହୁଥିବା ମୋହିତ ଶର୍ମା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଁରେ ଏମିତି ଏକ ଅଭିଯୋଗ ଆଣିଥିଲେ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ମର୍କତ ନଗର ଥାନାରେ ସେ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଏକଟାଟୁ ରହିଛି ଯାହା ତାଙ୍କ ପୁର୍ବତନ ବୟଫ୍ରଣ୍ଡ ନାଁରେ ନାମିତ। ଏପରିକି ଗଣମାଧ୍ୟମରେ ଅଭିଯୁକ୍ତ ପତ୍ନୀ ବି ତାହା ସ୍ୱୀକାର କରି କହିଥିଲେ ଯେ ମୋହିତଙ୍କ ଦ୍ୱାରା ଡାକ୍ତରଖାନା ଯାଇ ସେ ସେହି ଟାଟୁକୁ ଲେଜର ମାଧ୍ୟମରେ ସର୍ଜରୀ କରି ଉଭାନ କରିଛନ୍ତି।
2.Odisha News: ପଞ୍ଚାୟତ ରାଜ ଦିବସ ପାଳନକୁ ନେଇ ଲାଗିରହିଥିବା ଅନିଶ୍ଚିତତା ଉପରେ ବିଜେଡିର ପ୍ରେସମିଟ। '୯୦ଦଶକରୁ ମାର୍ଚ୍ଚ ପାଞ୍ଚକୁ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଆସୁଛି। ବିଧାନସଭାରେ ବି ଆକ୍ଟ ଆସିଛି। ଓଡ଼ିଶାରେ ଯିଏ ବି ସରକାରରେ ଥାଆନ୍ତୁ ନା କାହିଁକି ପାଳିଆସିଛନ୍ତି। ଗାଁକୁ କାମ ମାକୁ ସମ୍ମାନର ନାରା ଦେଇଥିଲେ ବିଜୁ ବାବୁ। ଗ୍ରାମ୍ୟ ଭିତ୍ତି ଭୂମିକୁ ସୃଢୁଡ କରିବା ପାଇଁ ସହାୟକ ହୋଇଛି। ୩୩ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ବିଜୁ ବାବୁ ଭାରତ ବର୍ଷରେ ରାଜନୀତିରେ ସ୍ଥାନ ମିଳୁ ଓଡ଼ିଶାରେ କାର୍ଯ୍ୟକାରୀ କରିଥିଲେ ପରେ ତାକୁ ଅନ୍ୟ ରାଜ୍ୟ ଆପଣାଇ ଥିଲେ। ପରେ ନବୀନ ବାବୁ ୫୦ପ୍ରତିଶତକୁ ବୃଦ୍ଧି କରି ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥାରେ ସାମିଲ କରିଥିଲେ। ୪୮ଘଣ୍ଟା ଅବଧି ରହିଲା କିନ୍ତୁ କୌଣସି ପଦକ୍ଷେପ ନେଇ ନାହାନ୍ତି ସରକାର।'
3.Naba das Murder: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ରାଜ୍ୟ କ୍ରାଇମ ବ୍ରାଞ୍ଚ ପାଖରେ ଆଜି ହାଜର ହୋଇପାରନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ। ପୂର୍ବରୁ ଉଭୟ ଦୀପାଳି ଓ ବିଶାଲ୍ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ସିବିଆଇ ତଦନ୍ତ କରିବା ଆବଶ୍ୟକ ବୋଲି ଏକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ନିଜର ବୟାନ ରେକର୍ଡ କରାଇବାକୁ ଗତ ସପ୍ତାହରେ ନୋଟିସ କରାଯାଇଥିଲା।
4.West Bengal: ପଶ୍ଚିବଙ୍ଗ ଆର ଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କୁ ନୋଟିସ କରିଛି। ଏମାନଙ୍କ ବୟାନ ଆଜି ଓ ଆସନ୍ତା କାଲି ରେକର୍ଡ କରାଯିବ। ପୀଡ଼ିତାଙ୍କ ମାତା ପିତା ତଦନ୍ତ ଶିଥିଳ ହେଉଛି ବୋଲି ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିବିଆଇ।
5.Subhadra: ମାର୍ଚ୍ଚ ୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ ଆରମ୍ଭ ହେବ। ଏଥିଲାଗି ନୂତନ ବ୍ୟବସ୍ଥାକୁ ଆପଣା ଯାଇଛି। ତେବେ ଯେଉଁମାନେ ଆବେଦନ କରି ନାହାନ୍ତ ଅଥବା ତାଙ୍କର ଆବେଦନ କୌଣସି କାରଣରୁ ବକେୟା ପଡ଼ିଛି ତାହାକୁ ସମାଧାନ କରିବା ଲାଗି ମାର୍ଚ୍ଚ ୩୧ ତାରିଖକୁ ଶେଷ ତାରିଖ ଭାବେ ଗ୍ରହଣ କରାଯାଇଛି। ଏହିଦିନ ପୂର୍ବରୁ ପଞ୍ଜିକୃତ କରିଥିବା ହିତାଧିକାରୀଙ୍କୁ ଦୁଇଟି ଯାକ କିସ୍ତି ଏକାଠି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
6.Srimandir: ଶ୍ରୀମନ୍ଦିରକୁ ଫେରିବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସାତ ପାହାଚରୁ ନାଟ ମଣ୍ଡପ ଦେଇ ଅସ୍ଥାୟୀ ବାରିକେଡ୍ ଯୋଗେ ଭକ୍ତ ଶ୍ରୀ ଜିଉଙ୍କୁ ଦର୍ଶନ କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଲାଗି ଏହିବ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
7.ଆଜି ମଧ୍ୟ ବିଶ୍ୱବ୍ୟାପୀ ଶ୍ରବଣ ଦିବସ ଭାବେ ପାଳନ କରାଯାଉଛ। ଶ୍ରବଣ ଶକ୍ତି ହ୍ରାସ ପାଇବା, ଏ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ଏ ବାବଦରେ ଶୀଘ୍ର ଚିହ୍ନଟ କରିବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ବଢ଼ୁଥିବା ଶବ୍ଦ ପ୍ରଦୂଷଣ, ଟେକ୍ନୋଲୋଜିର ବ୍ୟବହାର ତଥା ଯୁବପିଢ଼ି ଇୟର ଫୋନ ବ୍ୟବହାର କରିବା ଏହି ସମସ୍ୟାକୁ ଅଧିକ ପ୍ରଭାବିତ କରିବେ ବୋଲି ଆଶଙ୍କା କରାଯାଉଛି।
8. World Wildlife Day: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଜାତିସଂଘ ପକ୍ଷରୁ ଏହି ଦିବସ ୨୦୧୪ ମସିହାରୁ ପାଳନ କରାଯାଉଛି। ‘ଆନ୍ତର୍ଜାତିକ ବାଣିଜ୍ୟ କାରବାର ବନ୍ୟପ୍ରାଣୀଙ୍କୁ ହାନୀ ପହଞ୍ଚାଏ ନାହିଁ’ ଏହି ବାର୍ତ୍ତାକୁ ଗୁରୁତ୍ୱ ଦାବାକୁ ଯାଇ ଜାତିସଂଘର ୬୮ତମ ସାଧାରଣ ବୈଠକରେ ୨୦ ଡିସେମ୍ବର ୨୦୨୩ରେ ଏହି ନିଷ୍ପତ୍ତି ନିଆଯାଇଥିଲା।
9.Ukraine president Volodymyr Zelenskyy:ନୂଆଦିଲ୍ଲୀ: ଆମେରିକାର ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିତର୍କର ତିନି ଦିନ ପରେ ସୋମବାର ୩ ମାର୍ଚ୍ଚରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ତାଙ୍କ ଅଫିସିଆଲ୍ x ହ୍ୟାଣ୍ଡେଲରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ। ଏହି ଭିଡିଓରେ, ଜେଲେନସ୍କି ଆମେରିକାର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଜୋର ଦେଇଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ସୁରକ୍ଷା ଗ୍ୟାରେଣ୍ଟି ହେଉଛି ଆମେରିକା।
10.Kavya Kalyani Death: ପୁଣିଥରେ ଶୋକରେ ବୁଡିଛି କଳାଜଗତ । ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର । ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ ଆତ୍ମହତ୍ୟା କରିଛନ୍ତି। ଏକ ରିଆଲିଟି ଶୋ’ରେ ନୃତ୍ୟ କରି ପୂର୍ବରୁ ବେଶ୍ ପରିଚିତି ହାସଲ କରିଥିବା ଏହି ନୃତ୍ୟଶିଳ୍ପୀ ଜଣକ କାହିଁକି ଆତ୍ମହତ୍ୟା କରିବା ରାସ୍ତାକୁ ବାଛିଲେ ତାହା ଜାଣିଲେ ଆପଣ ନିଶ୍ଚେ ଆଶ୍ଚର୍ଯ୍ୟ ହେବେ । ମରିବା ପୂର୍ବରୁ, ନୃତ୍ୟଶିଳ୍ପୀ ଜଣକ ଭିଡିଓ ଜାରି କରି ଲୋକମାନଙ୍କୁ ତାଙ୍କ ମୃତ୍ୟୁର କାରଣ ମଧ୍ୟ କହିଥିଲେ। ଏହି ଖବର ଜାଣିବା ପରେ ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଆଚମ୍ବିତ ହେଉଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଶୋର ନୃତ୍ୟଶିଳ୍ପୀ କାବ୍ୟ କଲ୍ୟାଣୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି।
Add Zee News as a Preferred Source