)
1. Land Registraion: ରାଜ୍ୟର ପ୍ରତି ତହସିଲରେ ଏଣିକି ଜମି ଜମା ପଞ୍ଜିକରଣ ହୋଇପାରିବ। ଏନେଇ ତହସିଲରେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ନୂଆପଡ଼ି ଜିଲ୍ଲାର ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି ବୋଲି ଆଜି ନିର୍ବାଚନ ଅଭିମୁଖୀ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
2.Bhartuhari Mahatab: କଟକରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ମୁହଁ ଖୋଲିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏହି ଘଟଣା ସ୍ୱତଃ ଘଟି ନାହିଁ ବରଂ ଏହାକୁ ଷଡ଼ଯନ୍ତ୍ରପୂର୍ଣ୍ଣ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ନିକଟରେ ଫେରିଥିବା କିଛି ଜେଲ ଫେରନ୍ତା ଏହି ଘଟଣାର ମୁଖ୍ୟ କାର୍ପଟଦାର। ସେମାନଙ୍କ ବାବଦରେ ପୁଲିସକୁ ସେ ଆବଶ୍ୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି ସାଂସଦ ମହତାବ। ତାଙ୍କର ଏହି ମନ୍ତବ୍ୟ ଏବେ ପୁଲିସ ଓ ପ୍ରଶାସନର ହୁଗୁଳାପଣକୁ ପଦାକୁ ଆଣିଛି।
3.Odisha News: କେନ୍ଦୁଝର ଜିଲ୍ଲାର ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ ବ୍ୟକ୍ତି ଏକ ପଥର ଖୋଲ ରେ ଦେଖିବାକୁ ମିଳିଛି। ଘଟଗାଁ ପୋଲିସ ଓ ଅଗ୍ନୀସମ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଦୁଇ ଦିନ ହେବ ଖୋଜା ଚାଲିଥିଲା। ଆଜି ସକାଳୁ ତାଙ୍କ ମୃତ ଦେହ ଏକ ପଥର ଖୋଲ ଭିତରେ ଦେଖିବାକୁ ମିଳିଛି। ତେବେ ନିଖୋଜ ଯୁବକ ଜଣଙ୍କ ହେଲେ ହରିଚନ୍ଦନପୁର ଥାନା ବଡଶିଆଡ଼ିମାଳ ଗ୍ରାମର ସତ୍ୟପ୍ରକାଶ ମହାନ୍ତ। ଯୁବକ ଜଣଙ୍କ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ପାରାଦୀପରେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସାଙ୍ଗମାନଙ୍କ ସହିତ ଗୁଣ୍ଡିଚାଘାଗି ବୁଲିବାକୁ ଆସିଥିଲେ। ଗୁଣ୍ଡିଚାଘାଗି ଜଳପ୍ରପାତ ମୁଖ୍ୟକୁଣ୍ଡରେ ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା।
4.BJD: ନିଯୁକ୍ତି କଳେଙ୍କାରୀ ବିରୋଧରେ ବିକ୍ଷୋଭ। ବିଜେଡିର ଛାତ୍ରନେତାମାନେ ନିଯୁକ୍ତି କେଳେଙ୍କାରୀ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେଡି କର୍ମୀ। ଏହାଦ୍ୱାରା ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ଖୋଲିବ ବୋଲି କହିଛନ୍ତି ଛାତ୍ର ନେତା। ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରୁଛି ପୁଲିସ।
5.Social Media: ସୋଶାଲ୍ ମିଡିଆର ପୋଷ୍ଟ ଉତ୍ତେଜନା ସୃଷ୍ଟି କରିପାରେ। ମିଛ ଓ ମନଗଢ଼ା କାହାଣୀକୁ କେହି ପୋଷ୍ଟ କରି ଆପଣଙ୍କୁ ଉସ୍କାଉଥାଇପାରେ। ଏଣୁ ଏଗୁଡ଼ିକ ପ୍ରତି ସାବଧାନ ରହିବା ଆବଶ୍ୟକ। ନହେଲେ ପୁଲିସ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏମିତି ଚେତାବନୀ ଦେଇଛି ଓଡ଼ିଶା ପୁଲିସ।
6.Curfew in Cuttack: ରବିବାର କଟକରେ ଏକ ବାଇକ୍ ରାଲିକୁ ବ୍ୟାନ କରାଯିବା ପରେ ପରିସ୍ଥିତି ଆହୁରି ସଂଗୀନ ହୋଇ ପଡ଼ିଛି। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ, ଉତ୍ତ୍ୟକ୍ତ ଜନତା ପଥର ମାଡ଼ ଆରମ୍ଭ କରିଦେଇଥିଲେ। ଯେଉଁଥିରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୫ ଜଣ ଆହତ ହୋଇଥିଲେ। ହିଂସା ସମୟରେ ଅନେକ ସ୍ଥାନରେ ପୋଡ଼ାଜଳା ଘଟଣା ମଧ୍ୟ ଘଟିଥିବା ଜଣାପଡ଼ିଛି। ତଥାପି ପ୍ରଶାସନ ତୁରନ୍ତ ୧୪୪ ଧାରା ଜାରି କରି ୨୪ ଘଣ୍ଟା ପାଇଁ ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।
7.Orange Alert: ପାଣିପାଗ ବିଭାଗ ଜମ୍ମୁ କାଶ୍ମୀରରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଉଚ୍ଚ ପାର୍ବତ୍ୟାଞ୍ଚଳରେ ଋତୁର ପ୍ରଥମ ତୁଷାରପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର 6 ଏବଂ 7 ତାରିଖରେ ଲୋକମାନେ ନିଜ କାର୍ଯ୍ୟକଳାପ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। କାଶ୍ମୀରର ଚେନାବ ଉପତ୍ୟକା ଏବଂ ପିର ପଞ୍ଜଲରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଜମ୍ମୁ ଡିଭିଜନରେ ପ୍ରବଳ ବର୍ଷା ଏବଂ କାଶ୍ମୀରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
8.Weather News: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲଗାତାର ବର୍ଷା ଲାଗି ରହିଛି। ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
9.Pandian: ବିଜେଡିରେ ପାଣ୍ଡିଆନ୍ କିଏ ଓ କାହିଁକି ସେ ଚର୍ଚ୍ଚିତ ତାହା କାହାକୁ ବୁଝାଇବା ଦରକାର ନାହିଁ। କାରଣ ଆବାଳ ବୃଦ୍ଧବନୀତା ଯିଏ ବି ଓଡ଼ିଶା ରାଜନୀତିରେ ତିଳେମାତ୍ର ରୁଚି ରଖନ୍ତି ତାଙ୍କ ବାବଦରେ ଅବଗତ ଥିବେ। ବିଜେଡି ସରକାର ଥିବା ସମୟରେ ତାଙ୍କର ରାଜ୍ୟ ପ୍ରଶାସନରେ ଅଖଣ୍ଡ ପ୍ରଭାବ, ନବୀନଙ୍କ ସହ ତାଙ୍କର ଆତ୍ମୀୟତାକୁ ନେଇ ଅନେକ ଚର୍ଚ୍ଚା ପୂର୍ବରୁ ହୋଇଛି। ଏପରିକି କେହି କେହି ତାଙ୍କ ନାଁରେ ଏମିତି ଅଭିଯୋଗ ବି କରିଛନ୍ତି ଯେ ସେ ବିଜେଡିକୁ ଅପହରଣ କରିବାକୁ ଚାହୁଁଛନ୍ତି। ତଥାପି ନା ପାଣ୍ଡିଆନ୍ଙ୍କ ଉପରୁ ନବୀନଙ୍କ ଆସ୍ଥା ତୁଟିଛି ନା ବିଜେଡି ନେତାଙ୍କ ଉପରେ ଆସ୍ଥା ସୃଷ୍ଟି କରିପାରୁଛନ୍ତି ନବୀନ। ଏଭଳି ପରିସ୍ଥିତିରେ ପାଣ୍ଡିଆନ୍ ତାଙ୍କ ପତ୍ନୀ ସୁଜାତାଙ୍କୁ ଦଳରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି। ନୂଆପଡ଼ା ଏଥିଲାଗି ବାଟ ହୋଇପାରେ। ଆଉ ଏହା ବି ପାଣ୍ଡିଆନଙ୍କ ଆଗରେ ହେବ ଶେଷ ପରୀକ୍ଷା। ଯଦି ଏଥିରେ ପାଣ୍ଡିଆନ୍ ଉତ୍ତୀର୍ଣ୍ଣ ହେବେ ତେବେ ସୁଜାତାଙ୍କୁ ବିଜେଡି ମୁକୁଟ ଦେବାରେ ତାଙ୍କୁ କେହି ବି ଅଟକାଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।
10.Bollywood News: ବଲିଉଡର ଅନେକ କଳାକାର କର୍କଟ ରୋଗର ଶୀକାର ହୋଇଛନ୍ତି। ଅନେକ ଏହି ରୋଗ ସହ ଲଢି ଏଥିରୁ ଠିକ୍ ହୋଇଥିବା ବେଳେ ଆଉ କିଛି କଳାକାର ଏହି ରୋଗ ଯୋଗୁ ଦୁନିଆରୁ ବିଦାୟ ମଧ୍ୟ ନେଇଛନ୍ତି। ଏଥିରେ ସୋନାଲି ବେନ୍ଦ୍ରେ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ତାରକା ମଧ୍ୟ ସାମିଲ ଅଛନ୍ତି। ଦ୍ୱିତୀୟ ଥର ପାଇଁ କର୍କଟ ରୋଗ ନିର୍ଣ୍ଣୟ ଶୀକାର ହୋଇଥିବା ଅଭିନେତ୍ରୀ ନଫିଶା ଅଲ୍ଲୀ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁରେ ସେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଛି। ଏହା ତାଙ୍କ ପ୍ରେରଣା ପାଇଁ ଲୋକମାନେ ଯଥେଷ୍ଟ ଆଲୋଚନା ଏବଂ ପ୍ରଶଂସା କରୁଛନ୍ତି।