)
1.Mock Drill: ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଆଶଙ୍କା କରି ରାଜ୍ୟମାନଙ୍କରେ ମକ ଡ୍ରିଲ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି କ୍ରମରେ ଆସନ୍ତା କାଲି ଓଡ଼ିଶାରେ ୧୨ଟି ସ୍ଥାନରେ ମକଡ୍ରିଲ କରାଯିବ। ଏନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତାକାଲି ବୁଧବାର ମଇ ୭ ତାରିଖ ଅପରାହ୍ଣରେ ଏହି ମକଡ୍ରିଲ କରାଯିବ। ଏହି ମକଡ୍ରିଲ ୧୨ଟି ସ୍ଥାନ ଯଥା ତାଳଚେର, ବାଲେଶ୍ୱର, କୋରାପୁଟ, ରାଜଧାନୀ ଭୁବନେଶ୍ୱର, ଗୋପାଳପୁର, ହିରାକୁତ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଏହି ମକଡ୍ରିଲ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି।
2.Digha Jagannath Dham Issue:ଭୁବନେଶ୍ୱର: ଉତ୍ତରାଖଣ୍ଡର ବଦ୍ରିକାଶ୍ରମ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଗୁରୁ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁରୀ ଶ୍ରମନ୍ଦିର ପ୍ରଶାସନର ମତକୁ ସମ୍ମାନ ଦେଇଛନ୍ତି। ମଙ୍ଗଳବାରଦିନ ଗଣମାଧ୍ୟମକୁ କହିଛନ୍ତି, ‘କେବଳ ଗୋଟିଏ ସ୍ଥାନ ହିଁ ଧାମ ପଦବାଚ୍ୟ ହୋଇପାରିବ। ଏଣୁ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ।
3.Juel Oram: ମେ ୩ ତାରିଖ ଥିଲା ଭାରତୀୟ ରେଳବାଇ ପାଇଁ ମୁଣ୍ଡବିନ୍ଧାର ଦିନ। ସେହିଦିନ ଦିଲ୍ଲୀରୁ ଗୋଣ୍ଡୱାନ ଏକ୍ସପ୍ରେସରେ ଜବଲପୁର ଯାଉଥିବା ଜଣେ କେନ୍ଦ୍ରମନ୍ତ୍ରୀ ତିନିଘଣ୍ଟା ପାଇଁ ଗାଏବ ହୋଇଯାଇଥିଲେ। ଏହି ଖବର ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା। ରେଳବାଇ ମୁଖ୍ୟାଳୟଠାରୁ ସ୍ଥାନୀୟ ଷ୍ଟେସନ ସବୁଠାରେ ହଇଚଇ ସୃଷ୍ଟି ହୋଇଥିଲା। ଯୁଦ୍ଧକାଳୀନ ଭିତରେ ଖୋଜାଖୋଜି ପରେ ମନ୍ତ୍ରୀଙ୍କୁ ଆଉ ଗୋଟିଏ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାଳରେ ମନ୍ତ୍ରୀଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତିନିଘଣ୍ଟା ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଖୋଜ ହୋଇଯାଇଥିଲେ।
4. NSA: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍। କାଲିର ଆତ୍ମ ରକ୍ଷା ମକ୍ ଢ୍ରିଲ୍ ପୂର୍ବରୁ ଭେଟିଛନ୍ତି। ପାକିସ୍ତାନ ସହ ଯୁଦ୍ଧ ସମ୍ଭାବନା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ କାଲିର ମକ୍ ଡ୍ରିଲ ପାଇଁ ପ୍ରସ୍ତୁତି ଜାରି ରହିଛି।
5.Odisha News: ବାଣ ଗୋଦାମରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୮ରୁ ଅଧିକ ଆହତ, ୫ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଅଛି। ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ଜଣେ ନାବାଳକ ଥିବା ସୂଚନା ମିଳିଛି।
6.INS Tamal: ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଭାରତୀୟ ନୌସେନା ପାଇଁ ଏକ ଭଲ ଖବର ଆସିଛି। ଭାରତ ମେ ୨୮ ତାରିଖରେ ଋଷଠାରୁ ବହୁମୁଖି ମିସାଇଲ୍ ଫ୍ରିଗେଟ୍ 'ଆଇଏନଏସ୍ ତମାଲ' ପାଇବାକୁ ଯାଉଛି। ତଥାପି ଏହାକୁ ଜୁନ୍ ୨୦୨୫ରେ ଆନୁଷ୍ଠାନିକ ଭାବରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ସୂଚନା ରହିଛି।
7.Puri International Airport: ଭୁବନେଶ୍ୱର: ପୁରୀରେ ଏକ ନୂତନ ବିମାନ ବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ସରକାର ନୀତିଗତ ଭାବେ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
8.Amit Shah Tourism: ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ୧୦ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବେ। ୧୦ ତାରିଖରେ ସେ ସମ୍ବଲପୁର ଯିବେ ଓ ପରେ ଭୁବନେଶ୍ୱର ଏବଂ ପୁରୀ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି।
9.Mock Drill: ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏନେଇ ଦିଲ୍ଲୀରେ ଘନ ଘନ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସୁଛି। ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ ୭ ଅର୍ଥାତ ଆସନ୍ତା କାଲି ନାଗରିକ ପ୍ରତିରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ୫ ପଏଣ୍ଟରେ ଜାଣନ୍ତୁ ଗୃହ ମନ୍ତ୍ରଣାଳୟ କ’ଣ ନିର୍ଦ୍ଦେଶ ଦେଇଛି?
10.Odisha Panipaga Report: ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା କାଲି ବୁଧବାର ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୨୦ ଜିଲ୍ଲା ହେଉଛି ମୟୂରଭଞ୍ଜ, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୁଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, କଟକ, ନୟାଗଡ଼ ଓ କେନ୍ଦୁଝର।