)
1.Odisha News:କ୍ୟାପିଟାଲ୍ ଥାନା ଅଞ୍ଚଳରୁ ନିଖୋଜ ବାଳକ ଉଦ୍ଧାର ହୋଇଛି। ହସ୍ପିଟାଲ୍ ପାଖ ଏକ ଆଶ୍ରୟସ୍ଥଳରୁ ଉଦ୍ଧାର କଲା ପୋଲିସ। କରାଟେ ସ୍କୁଲ୍କୁ ଆସି ୪ ଦିନ ହେଲା ନିଖୋଜ ହୋଇଥିଲେ। ପରିବାର ଓ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ।
2.Chandra Grahana:ଆଜି ଚନ୍ଦ୍ର ଗ୍ରହଣ। ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ।
3.Cyclonic Storm Update: ପ୍ରଶାନ୍ତ ମହାସାଗରରେ ଉଠିଥିବା ଘୂର୍ଣ୍ଣିଝଡ଼ କିକୋ ଏକ ପ୍ରଚଣ୍ଡ ବେଗରେ ଗତି କରୁଛି ଏବଂ ହାୱାଇ ଦ୍ୱୀପ ଉପକୂଳରେ ସ୍ଥଳଭାଗ କରିବାକୁ ପ୍ରସ୍ତୁତ ହେଲାଣି ବାତ୍ୟା। ଘୂର୍ଣ୍ଣିଝଡ଼ କିକୋ ବର୍ତ୍ତମାନ ଏକ ବର୍ଗ-୪ ଝଡ଼ ଏବଂ ଘଣ୍ଟା ପ୍ରତି ୧୪୫ ମାଇଲ (୨୩୦ କିଲୋମିଟର ପ୍ରତି ଘଣ୍ଟା) ବେଗରେ ଉଷ୍ଣକଟିବନ୍ଧୀୟ ଝଡ଼ ପବନ ୮ ସେପ୍ଟେମ୍ବର ସୋମବାର ଦିନ ହାୱାଇର କିଛି ଅଂଶରେ ପ୍ରବଳ ବର୍ଷା ଏବଂ ୧୦ରୁ ୧୫ ଫୁଟ (୩ ରୁ ୪.୫ ମିଟର) ଉଚ୍ଚ ସମୁଦ୍ର ତରଙ୍ଗ ସହିତ ବିନାଶ ଆଣିପାରେ।
4.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏ ନେଇ ସୋମବାର ସେପ୍ଟେମ୍ବର ୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
5.Hirakud Dam: ହୀରାକୁଦ ଜଲଭଣ୍ଡାରର ବନ୍ଦ ଆଉ ହେଲା ୪ଟି ଗେଟ। ବାମ ପଟର ୫ ଓ ଡାହାଣ ପଟର ୩ ଗେଟ ଖୋଲା ଯାଇଛି।ଏବେ ୮ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ। ସକାଳ ୯ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ର ଜଳ ସ୍ତର ୬୨୬.୬୦ ଘନଫୁଟ ରହିଛି।
6.President election: ଆଉ ଗୋଟିଏ ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନ ଆଉ ଅନ୍ୟପଟେ ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ । ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି? କାହା ସପକ୍ଷରେ ଯିବ ଫଳାଫଳ?
7.PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ରୂପନଗର, ପଟିଆଲା ଓ ଜଳନ୍ଧରର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ।
8.Prateek Singh:ନୂଆ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରା ଆକ୍ସନ ମୁଡ଼ରେ ଏସପି ପ୍ରତୀକ ସିଂ। ପ୍ରଥମ ଦିନରେ ଅପରାଧୀଙ୍କୁ ଦେଇଥିଲେ ଚ୍ୟାଲେଞ୍ଜ।ଶରଧାବାଲିରେ ଖଣ୍ଡାବୁଲାଇ ଆତଙ୍କ ସୃଷ୍ଟି କରିଥିବା ତିନି ଅପରାଧିଙ୍କୁ ଗିରଫ କରିଥିଲେ । ସେହିଦିନରୁ ପୁରୀକୁ ଅପରାଧ ମୁକ୍ତ ଓ ନିଶାମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ବଡ଼ ପ୍ରୟାସ। ଆଉ ଏବେ ଆଖିରେ ନିଦ ନାହିଁ। ଏଇ କିଛି ଦିନ ମଧ୍ୟରେ ସହରର ଅନେକ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହା ସହ ଜଡିତ ନିଶା ବ୍ୟବସାୟୀ ଗିରଫ ହୋଇଛନ୍ତି। ତେବେ ପୁରୀ ଜିଲ୍ଲାର ଅପରାଧିକ ପୃଷ୍ଠଭୂମି ଉପରେ ଏସ୍ପି ପ୍ରତୀକ ସିଂହ ଏକ ସ୍ୱତନ୍ତ୍ର ବୈଠକ ଡାକିଥିଲେ। ସେଥିରେ ଅପରାଧିକ ମାମଲାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ, ଦୀର୍ଘଦିନ ପଡ଼ି ରହିଥିବା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ,ଚୋରି ଡକାୟତି ଉପରେ କଡ଼ା ନଜର,ଥାନା ଅଧିକାରୀମାନଙ୍କୁ ଏସ୍ପି ପରାମର୍ଶ ଦେଇଥିଲେ।
9.Odisha News: ଘର ଉପରକୁ ଗୁଳିମାଡ଼ କଲେ ୪ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ୨ ବାଇକ୍ରେ ୪ ଦୁର୍ବୃତ୍ତ ଆସି ଗୁଳିମାଡ଼ କଲେ। ରାସଗୋବିନ୍ଦପୁର ଥାନା ମାଣିକପୁର ଗାଁରେ ଗୁଳିମାଡ଼। କିଛି କ୍ଷତି ହୋଇନି, ଗୋଟିଏ ଗୁଳି ଜବତ ସହ ପୋଲିସର ତଦନ୍ତ।
10.Odisha News: ଗାଁକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ବେଲପଡ଼ା ଛକ ସ୍ଥିତ ଘରୁ ୧୦ ଭରି ସୁନା ଚୋରି ଅଭିଯୋଗ। ଆଲମାରୀ ଭାଙ୍ଗି ୫୦ ହଜାର ଟଙ୍କା ସହ ୧୦ ଭରି ସୁନା ଚୋରି ଅଭିଯୋଗ। ନୂଆଁଖାଇ ପାଇଁ ଗାଁ ଯାଇଥିଲେ, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ।