Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ଗୁରୁତ୍ୱପୂର୍ଣ୍ଣ ଖବର...
Trending Photos
)
1.Operation Sindoor: ମଧ୍ୟ ରାତ୍ରୀରେ ଆକ୍ରମଣ କରିଛି ଭାରତ। ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ରକେଟ୍ ମାଡ଼ କରାଯାଇଛି। ଆକାଶ ମାର୍ଗରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର କେବଳ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍ ସିନ୍ଦୁର’। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।
2. Operation Sindoor: ଭାରତର ପକ୍ଷରୁ କରାଯାଇଥିବା 'ଅପରେସନ୍ ସିନ୍ଦୂର' ପରେ, ପାକିସ୍ତାନ ଏକ ସଂଗଠିତ ଏବଂ ଆକ୍ରମଣାତ୍ମକ ଅପପ୍ରଚାର ଅଭିଯାନ ଆରମ୍ଭ କରିଛି - ମିଥ୍ୟା ଏବଂ ବିଭ୍ରାନ୍ତିକର ଡିଜିଟାଲ୍ ସୂଚନା ମାଧ୍ୟମରେ ଧ୍ୟାନ ହଟାଇବା ପାଇଁ ଏକ ହତାଶାଜନକ ପ୍ରୟାସ କରୁଥିବା ଚିତ୍ର ସାମ୍ନାକୁ ଆସିଛି।
3.Operation Sindoor: ପହଲଗାମ୍ ପ୍ରତିଶୋଧ ବାବଦରେ ଜଣାଇବାକୁ ଭାରତ ସରକାର ସର୍ବଦଳୂୀୟ ବୈଠକ ଡକାଇଛନ୍ତି। ଏହି ବୈଠକ ସଂସଦ ଲାଇବ୍ରେରି ସୌଧରେ ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ। ସଦଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ସମସ୍ତ ରାଜନୀତିକ ଦଳ ପଲଗାମ ଘଟଣାରେ ଯେ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମରେ ସେନା ବାହିନୀ ପାକିସ୍ତାନ ଭିତରେ ପଶି ୯ ସ୍ଥାନରେ ଆକ୍ରମଣ କରିଛନ୍ତି। ଏହା ଅପରେସନ୍ ସିନ୍ଦୂର ଭାବେ ପରିଚିତ ହୋଇଛି।
4.Congress: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣର ତିନି ଦିନ ପୂର୍ବରୁ ଗୁଇନ୍ଦା ରିପୋର୍ଟ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ଗସ୍ତ ବାତିଲ କରିଥିଲେ। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏପ୍ରିଲ ୨୨ ତାରିଖ ଦିନ ଆତଙ୍କବାଦୀମାନେ ପହଲଗାମ ରିସର୍ଟ ସହରରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ବୈସାରନ ନାମକ ପର୍ଯ୍ୟଟନସ୍ଥଳରେ ଗୁଳି ମାଡ କରିବା ଫଳରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା ।
5.Operation Sindoor: ଭାରତ 'ଅପରେସନ ସିନ୍ଦୂର' ଅଧୀନରେ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ନିଜେ ଏହାକୁ ନିଶ୍ଚିତ କରିଥିବା ସୂଚନା ମିଳିଛି । ଏଥିସହ ସେ ଏହା ପ୍ରତିକ୍ରିୟା ଦେଇଛି ଯେ, ଭାରତ ପକ୍ଷରୁ କରାଯାଇଥିବା ଆକ୍ରମଣରେ ତାଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ସମେତ ଚାରି ଜଣ ନିକଟତର ସହଯୋଗୀଙ୍କ ମୃତ୍ୟୁ ହୋଇଛି।
6.Badrinath Dham: ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥସ୍ଥଳ ବଦ୍ରିନାଥ ଧାମର ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ପ୍ରତିବର୍ଷ ପରି, ଏଥର ବଦ୍ରିନାଥ ଧାମର ସୁରକ୍ଷା ଦାୟିତ୍ୱ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଦ୍ୱାରା ନିର୍ବାହ କରାଯାଇଥିଲା, କିନ୍ତୁ ଏବେ ଫାଟକ ଖୋଲିବା ପରେ ସୁରକ୍ଷା ବ୍ୟବସ୍ଥା ବଦଳିଯାଇଛି । ବୁଧବାର ଦିନ ଭାରତୀୟ ରିଜର୍ଭ ବାଟାଲିୟନ (IRB) କୁ ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
7.Vigilance Raid: ଆଜି ଅର୍ଥାତ୍ ଗୁରୁବାର ପୁରୀ ଜିଲ୍ଲାର କେନ୍ଦ୍ରାପତି ଗ୍ରାମରେ ଏକ ବେଆଇନ କାରଖାନା ଚଳାଇବା ସମ୍ବନ୍ଧରେ ସୂଚନା ପାଇ ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ଦ୍ୱାରା ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୭ ସିଫ୍ଟ ସହିତ ସାମିମଲ୍ ଆସେସୋରିଜ୍, 7,00,000 / - ମୂଲ୍ୟର ମୂଲ୍ୟବାନ କାଠର ଚିହ୍ନଟ ହୋଇ ଜବତ କରାଯାଇଛି। ଏହା ପ୍ରମାଣିତ ହୋଇଥିଲା ଯେ ଉପରୋକ୍ତ ସାୱମିଲ୍ କୌଣସି ବୈଧ ଲାଇସେନ୍ସ ବିନା ଚାଲୁଥିଲା, ଓଡ଼ିଶା ସାୱମିଲ୍ ଏବଂ ସାୱପିଟ୍ (କଣ୍ଟ୍ରୋଲ୍) ଆକ୍ଟ-୧୯୯୧ ର ସେକ୍ସନ୍ -4 କୁ ଉଲ୍ଲଂଘନ କରିଥିଲା। ଏହି ପରିପ୍ରେକ୍ଷୀରେ, ପୁରୀ ବନ୍ୟପ୍ରାଣୀ ବନ ବିଭାଗ ଅନ୍ତର୍ଗତ ଆଷ୍ଟାରଙ୍ଗା ବନ୍ୟପ୍ରାଣୀ ରେଞ୍ଜରେ 2025-26 ର ଭିଡିଓ UD କେସ୍ ନଂ .02AST ରେଜିଷ୍ଟ୍ରେସନ୍ ପଞ୍ଜିକୃତ ହୋଇଥିଲା ଏବଂ ଏହାର ତଦନ୍ତ ଚାଲିଛି।
8.Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ (Homoeopathic Research & Analysis Department) ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ମଧ୍ୟ କରିଛନ୍ତି।
9.Cabinet: ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ। ମୋଟ ୫ ଟି ବିଭାଗର ୮ ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଥିଲା।
10.Rohit Sharma: ବର୍ତ୍ତମାନ ଆଇପିଏଲ୍ ୨୦୨୫ ଚାଲିଥିବା ସମୟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା। ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ଅବସର ନେଇ ଘୋଷଣା କରିଛନ୍ତି ରୋହିତ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ପରାଜୟ ପାଇଁ ବେଶ୍ ସମାଲୋଚିତ ହୋଇଥିଲେ ରୋହିତ। ପୂର୍ବରୁ ମଧ୍ୟ T20ରୁ ସନ୍ନ୍ୟାସ ନେବା ସମ୍ପର୍କରେ ଘୋଷଣା କରିଥିଲେ ରୋହିତ।