Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Trending Photos
)
1.Ind Vs Pak: ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍। ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍। ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍, ଡ୍ରୋନ ଓ ମିଜାଇଲ୍ ଜରିଆରେ ଟାର୍ଗେଟ୍ କଲା ପାକିସ୍ତାନ।
2.Operation Sindoor: ‘ଅପରେସନ୍ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍ ଆଜହର ସଫା। ଭାରତୀୟ ସେନାର ମିସାଇଲ୍ ମାଡ଼ରେ ମୃତ୍ୟୁ ସୂଚନା। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍।
3.Ind vs Pak: ସୋସିଆଲ୍ ମିଡିଆରେ ପାକିସ୍ତାନ ପ୍ରାୟୋଜିତ ମିଛ ଖବର ପ୍ରସାରିତ। ଅବିଶ୍ବାସ ଓ ଭୟର ବାତାବରଣ ପାଇଁ ପାକିସ୍ତାନ ଚେଷ୍ଟା କରୁଛି। ଏନେଇ ପିଆଇବି ପକ୍ଷରୁ ଜାରି ହେଲା କଡ଼ା ନିର୍ଦ୍ଦେଶାବଳୀ। ଏ ସମ୍ପର୍କିତ ସବୁ ଖବର ପ୍ରତି ସଚେତନ ରହିବାକୁ ତାଗିଦ୍ କରାଯାଇଛି। ବିଶେଷକରି ସାମ୍ପ୍ରତିକ ସ୍ଥିତି କିମ୍ବା ସେନା ନେଇ ଖବର ପ୍ରତି ସଜାଗ ରୁହନ୍ତୁ। ପିଆଇବିକୁ ହ୍ବାଟ୍ସଆପ୍ ନଂ ୯୧- ୮୭୯୯୭୧୧୨୫୯ରେ ଜଣାନ୍ତୁ। ନଚେତ୍ ଇମେଲ୍- socialmedia@pib.gov.inରେ ଜଣାନ୍ତୁ।
4.Naxal Attack: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ନକ୍ସଲମାନେ ଆଇଇଡି ବିସ୍ଫୋରଣ ମାଧ୍ୟମରେ ଏହି ଆକ୍ରମଣ କରିଛନ୍ତି। ଛତିଶଗଡ଼ର ସୁକମା ସୀମା ସଂଲଗ୍ନ ଅଞ୍ଚଳରେ ଆକ୍ରମଣ ହୋଇଛି। ପୋଲିସକର୍ମୀଙ୍କ ଗତିବିଧି ବିଷୟରେ ନକ୍ସଲମାନେ ପୂର୍ବରୁ ସୂଚନା ପାଇଥିଲେ। ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପୋଲିସ ଦଳ ନିୟମିତ କମ୍ବିଂ ଅପରେସନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ଏହି ସମୟରେ ନକ୍ସଲମାନେ ବିସ୍ଫୋରଣ କରିଥିଲେ। ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
5.Operation Sindoor: ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଶେଷ ହୋଇ ନାହିଁ। ଏହା ଏକ ଜାରି ରହିଥିବା ପ୍ରକ୍ରିୟା। କିନ୍ତୁ ଦେଶରେ ଯେଉଁଭଳି ଭାବେ ରାଜନୀତିକ ଦଳମାନେ ପ୍ରତିକ୍ରିୟା ରଖିଛନ୍ତି ତାହା ସମସ୍ତଙ୍କୁ ଗର୍ବ ଓ ଗୌରବ ପ୍ରଦାନ କରିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜ୍ଜୁ। ଆଜି ସଂସଦର ପାଠାକାର କକ୍ଷରେ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ ଶ୍ରୀ ରିଜିଜ୍ଜୁ ଏହା କହିଛନ୍ତି। ସେ କହିଛନ୍ତି, ଏହା ଏକ ବହୁତ ଗମ୍ଭୀର ବିଷୟ। ଏଣୁ ସମସ୍ତେ ନିଜ କଥା ଗମ୍ଭୀରତାର ସହ ରଖିଛନ୍ତି। ସର୍ବପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ବିବରଣୀ ରଖିଥିଲେ। ଏହାପରେ ସମସ୍ତ ରାଜନୀତିକ ଦଳୀୟ ନେତା ନିଜର ମତ ଓ ପରାମର୍ଶ ରଖିଥିଲେ।
6.Helicopter Crash: ଅପରେସନ୍ 'ସିନ୍ଦୁର'କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଏ-କ ଦଃଖଦ ଖବର ସାମ୍ନାକୁ ଆସିଛି। ହେଲିକାପ୍ଟର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଘଟଣାସ୍ଥଳରେ ଜାରି ରହିଛି। ଉତ୍ତରକାଶୀର ଗଙ୍ଗାନାନୀରୁ ବାହାରୁଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ପାଇଲଟ୍ ଥିବା ଜଣାପଡିଛି।
7. Flight Service: ଏବେ ରକ୍ତମୁଖା ହୋଇପଡିଛି ପାକିସ୍ତାନ। ପହଲଗାମ୍ -ଆତଙ୍କୀ ହାମଲାର ପ୍ରତିଶୋଧ ନେଇଛି ଭାରତ। ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନର ୯ ଆତଙ୍କୀ ଶିବର ଉପରେ କରିଛି ରକେଟ୍ ମାଡ। ଯାହାକୁ ନେଇ ଭୟଭିତ ହୋଇପଡିଛି ପାକିସ୍ତାନ୍। ଏୟାରଷ୍ଟାଇକ୍ ପରେ ଭାରତର ୨୦ ବିମାନବନ୍ଦର ଏବେ ବିପଦରେ ରହିଛି। ଏଥିପାଇଁ କିଛି ଏୟାରପୋଟକୁ ବନ୍ଦ କରିଦିଆଯାଇଥିବା ବେଳେ ଆଉ ୨୦୦ ଫ୍ଲାଇଟ୍ କୁ ବାତିଲ୍ କରାଯାଇଛି। ମେ ୧୦ ତାରିଖ ଯାଏଁ ଉତ୍ତର -ପଶ୍ଚିମ- କେନ୍ଦ୍ରୀୟ ଭାରତରେ ବିମାନ ବନ୍ଦର ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର। ତେବେ, ଆସନ୍ତୁ ଜାଣିବା କେଉଁ ବିମାନ ବନ୍ଦରକୁ ବନ୍ଦ କରାଯାଉଛି। ଆଉ କେଉଁ ସହରକୁ ଉଡାଣ ବାତିଲ୍ ହୋଇଛି।
8.India-Pak Tension: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଭାରତ। ଅପରେସନ୍ ସିନ୍ଦୁର ବିଳମ୍ବିତ ରାତିରେ ପାକ୍ ର ଆତଙ୍କୀ ଆଡ୍ଡା ଉପରେ କରିଛି ରକେଟ୍ ମାଡ୍। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ତେବେ, ଏହାରି ଭିତର ଆଉ ଏକ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ ହୋଇଛି । ଏୟାରପୋର୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏକାଧିକ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଭୟଭିତ ହୋଇଯାଇଛି ପାକିସ୍ତାନ୍ । ଏନେଇ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
9.Operation Sindoor: ପହଲଗାମ୍ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନରେ କରିଛି ଏୟାର ଷ୍ଟାଇକ୍। ୯ ଆତଙ୍କୀ ଆଡ୍ଡା ଉଡାଇଛି ଭରତୀୟ ସେନା। ଘନ ଘନ ରକେଟ୍ ମାଡରେ ଥରହର ହୋଇପଡିଛି ପାକିସ୍ତାନ। ଗତକାଲି ପାକିସ୍ତାନ ଆକ୍ରମଣ ଏବଂ ଏଠାରେ ଥିବା ବିଭିନ୍ନ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଧ୍ୱଂସ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସରକାର ସମସ୍ତ ରାଜନୀତିକ ଦଳଙ୍କୁ ଅବଗତ କରାଇବେ। ପହଲଗାମ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏହି ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା। ଏଥିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଠିକଣା ଉପରେ ଭାରତ ଆକ୍ରମଣ କରିଥିଲା।
10.Odisha Weather Report: ରାଜ୍ୟରେ କାଳବୈଶାଖିର ପ୍ରଭାବ ଗତକିଛି ଦିନ ହେବ ଦେଖିବାକୁ ମିଳୁଥିଲା। ପାଣିପାଗ ବିଭାଗର ସୂଚନା ମୁତାବତ ଆଜି ଠାରୁ ପାଗରେ ପରିବର୍ତ୍ତନ ଆସିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି(ଗୁରୁବାର) ବିଶେଷକରି, ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର,ଗଂଜାମ, ଗଜପତି, ରାୟଗଡା, କଳାହାଣ୍ତି, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ପବନର ବେଗ ୩୦ ରୁ ୪୦ କିମି ପର୍ଯ୍ୟନ୍ତ ରହିବ।