Advertisement
Article Detail0/zeeodisha/odisha2674203
Zee OdishaTop 10 NewsTop 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

 Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

1.Teacher Union Protest: ଆସନ୍ତା ୧୦ ତାରିଖ ସୋମବାର ରାଜଧାନୀରେ ପ୍ରତିବାଦରେ ଓହ୍ଲାଇବ ଶିକ୍ଷକ ସଂଘ। ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ସଂଘ।

2.FAGU DASHAMI: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା। ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ। ସେଠାରେ ଅବିର ଓ ଫଗୁ ଲାଗି କରାଯିବ। 

3.Weather Report: ମାର୍ଚ୍ଚ ମାସରୁ ରାଜ୍ୟରେ ଅନୁଭୂତ ହେଲାଣି ଏପ୍ରିଲ୍ ଭଳି ଉତ୍ତାପ। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବାର ସମ୍ଭାବନା ରହିଛି।

Add Zee News as a Preferred Source

4.Manipur Violence: ମଣିପୁରରେ ହିଂସା ପରେ ଆଜି ଫ୍ରି ମୁଭମେଣ୍ଟ ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ବସ୍ ଚଳାଚଳ ଦେଖିବାକୁ ମିଳିଥିଲା ​​କିନ୍ତୁ କାଙ୍ଗପୋକପି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁକି ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଆନ୍ଦୋଳନରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ମହିଳାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏହି ମାମଲା ସମ୍ପର୍କରେ ପୋଲିସ କହିଛି ଯେ କିଥେଲମାନବିରେ ସଂଘର୍ଷ ସମୟରେ ୩୦ ବର୍ଷିୟ ସିଙ୍ଗସିଟଙ୍କୁ ଗୁଳି କରି ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ଘଟିଛି।

5.Nirmala Sitharaman On GST: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ କହିଛନ୍ତି ଯେ ଜିଏସଟି ଦର ଆହୁରି ହ୍ରାସ କରାଯିବ। ସେ କହିଛନ୍ତି, "ଟିକସ ହାର ଏବଂ ସ୍ଲାବଗୁଡ଼ିକୁ ଯୁକ୍ତିଯୁକ୍ତ କରିବାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେ କହିଛନ୍ତି ଯେ ୧ ଜୁଲାଇ ୨୦୧୭ରେ GST ପ୍ରଚଳନ ସମୟରେ ରାଜସ୍ୱ ନିରପେକ୍ଷ ହାର (RNR) ୧୫.୮ ପ୍ରତିଶତରୁ ହ୍ରାସ ପାଇ ୨୦୨୩ରେ ୧୧.୪ ପ୍ରତିଶତ ହୋଇଛି। ଏହା ଆହୁରି କମ ହେବ।" ସୀତାରମଣ ଏବଂ ତାଙ୍କ ରାଜ୍ୟ ପ୍ରତିପକ୍ଷଙ୍କ ନେତୃତ୍ୱରେ ଜିଏସଟି ପରିଷଦ ସେପ୍ଟେମ୍ବର ୨୦୨୧ ରେ ହାରକୁ ଯୁକ୍ତିଯୁକ୍ତ କରିବା ଏବଂ ସ୍ଲାବରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେବା ପାଇଁ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ (GoM) ଗଠନ କରିଥିଲେ।

6.Odisha’s Paddy Procurement Reaches 70 LMT: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍‌ସେନା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

7. Israeli Tourist Rape Case: କର୍ଣ୍ଣାଟକର ହାମ୍ପିରେ ତିନି ଜଣ ପୁରୁଷଙ୍କ ଦ୍ୱାରା ଜଣେ ଇସ୍ରାଏଲୀ ପର୍ଯ୍ୟଟକଙ୍କ ସମେତ ଦୁଇ ଜଣ ମହିଳା ଗଣଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଜଣେ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ହୋମଷ୍ଟେ ଅପରେଟର ଅନ୍ତର୍ଭୁକ୍ତ। କହିରଖୁଛୁ ଯେ ଏହି ଘଟଣାରେ ଜଣେ ଓଡ଼ିଶାର ଯୁବକଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

8.Anant Das: ଆଉ ନାହାଁନ୍ତି  ଅନନ୍ତ ଦାସ। ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି।  ୮୫ ବର୍ଷ ବୟସରେ ଆଖିବୁଜିଛନ୍ତି ଅନନ୍ତ । ମୃତ୍ୟୁ ନେଇ ପୁଅ ବିଶ୍ବଜିତ୍‌  ଦାସ ଦେଲେ ସୂଚନା। ଭୋଗରାଇର ପୂର୍ବତନ ବିଧାୟକ ଥିଲେ ଅନନ୍ତ ଦାସ। ବିଧାନସଭାକୁ  ୪ ଥର ହୋଇଥିଲେ ନିର୍ବାଚିତ।

9.Ukrain: ୟୁକ୍ରେନକୁ ସମର୍ଥନ ଓ ସୁରକ୍ଷା ଗ୍ୟାରେଣ୍ଟିରୁ ଆମେରିକା ଓହରିଯିବା ପରେ ରୁଷ୍‌ର ଆକ୍ରମଣ ଜୋର୍‌ଦାର୍‌ ହୋଇଛି। ଗତ ରାତିରେ ୟୁକ୍ରେନ ଉପରେ  ରୁଷ୍‌ ବଡ଼ ଧରଣର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

10. Champions Trophy final: ଆଜି ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ନ୍ୟୁଜିଲ୍ୟାଣ୍ଡ ଥରେ ଏହି ଟ୍ରଫି ଜିତିଥିବାବେଳେ ଭାରତୀୟ ଟିମ୍ ଦୁଇଥର ବିଜେତା ହୋଇଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ୍ ଜିତିବା ପାଇଁ କୌଣସି ମୌକା ଛାଡିବେ ନାହିଁ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆ ଏହି ଚାମ୍ପିୟନ ଟ୍ରଫିରେ ଜବରଦସ୍ତ ଫର୍ମରେ ଅଛି। ଟିମ୍ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ କୌଣସି ମ୍ୟାଚ୍ ହାରି ନାହିଁ। ବିଶେଷ କଥା ହେଉଛି ଗ୍ରୁପ୍ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। 

About the Author