H1. Senior BJD leader Rajendra Pratap Swain to take Oath Today: ସଦସ୍ୟଙ୍କୁ ଶପଥ ପାଠ କରାଇବେ ରାଜା ସ୍ୱାଇଁ
ସପ୍ତଦଶ ବିଧାନସଭାରେ ସଦସ୍ୟମାନଙ୍କୁ ଶପଥପାଠ କରାଇବେ ବରିଷ୍ଠ ବିଧାୟକ ରଣେନ୍ଦୟ ପ୍ରତାପ ସ୍ୱାଇଁ। ବାଚସ୍ପତିଙ୍କ ନିର୍ବାଚନ ପୂର୍ବରୁ ସେ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ। ବରିଷ୍ଠତା ଅନୁସାରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ସେ ପଦ ଓ ଗୋପନୀୟତାର ଶପଥ ନେବେ। 


COMMERCIAL BREAK
SCROLL TO CONTINUE READING

H2. members of the Assembly are to take oath on 18th and 19th. Speaker’s election on 20th: କାମଚଳା ସ୍ପିକର ହେବେ ରଣେନ୍ଦ୍ର
କାମଚଳା ବାଚସ୍ପତି ବା ପ୍ରୋଟେମ୍‍ ସ୍ପିକର ଭାବେ ଦାୟିତ୍ୱ ନେବା ପରେ ୧୮ ଓ ୧୯ ତାରିଖ ଦିନ ସଦସ୍ୟମାନଙ୍କୁ ଶପଥପାଠ କରାଇବେ ରଣେନ୍ଦ୍ର। ଏଥିନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯିବ। ଏହି ଶପଥ ପାଠ ପରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ଅଧିବେଶନରେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ରାଜ୍ୟପାଳ ଉଦବୋଧନ ଦେବେ। ମୁଖ୍ୟମତଃ ସରକାରଙ୍କ ଆଗାମୀ ୫ ବର୍ଷର ଯୋଜା ବିଷୟରେ ଏଥିରେ ସ୍ପଷ୍ଟ ହେବ।  


H3. PMshree and PM USA in Odisha: ରାଜ୍ୟରେ ଲାଗୁ ହେବ କେନ୍ଦ୍ର ସରକାରଙ୍କର ଯୋଜନା
ରାଜ୍ୟରେ ବିଜେପି ସରକାର ଆସିବା ପରେ  ଏବେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ଆରାମରେ ଲାଗୁ ହେବା ସମ୍ଭାବନା ଉଜ୍ଜଳ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନେଇ ସୂଚନା ବି ଦେଇଛନ୍ତି।  ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ଯେଉଁ ପିଏମ୍‍ ଶ୍ରୀ ସ୍କୁଲ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ତାହାକୁ କେନ୍ଦ୍ରୀୟ ବିଦ୍ୟାଳୟ ବାହାରେ ଅନ୍ୟ ସ୍କୁଲରେ ପରିଚାଳନା କରାଯିବ ବୋଲି ସୂଚନା ମିଳିଛି। ଏହାସହ ଉଚ୍ଚ ଶିକ୍ଷା ଲାଗି ପିଏମ୍‍ ଉସା ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। 


H4. 5-T Boards to be removed immediately: ଉଚ୍ଛେଦ ହେବ ୫ଟି ବୋର୍ଡ
ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କୁଲ୍‍ରେ ରୂପାନ୍ତରଣ ନାଁରେ ଲାଗିଥିବା ୫-ଟି ବୋର୍ଡକୁ ଉଚ୍ଛଦ କରିବା ଲାଗି ବିଭାଗ ନିର୍ଦ୍ଧେଶ ଦେଇଛି। ଓସେପା ପକ୍ଷରୁ ପ୍ରକାଶିତ ବିଜ୍ୟପ୍ତି ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀମାନେ ଏ ଦିଗରେ  ନିଷ୍ପତ୍ତିକୁ ତତ୍‍କ୍ଷଣାତ କାର୍ଯ୍ୟକାରୀକରିବାକୁ କୁହାଯାଇଛି। ନବୀନ ସରକାର ସମୟରେ ୫-ଟି  ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା। 


H5. Jharsuguda BJD MLA candidate Deepali Das appealed for EVM review: ଇଭିଏମ ଯାଞ୍ଚ କରିବାକୁ ଦୀପାଳି ଦାସଙ୍କ ନିବେଦନ
ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ସନ୍ଦେହ କରିଛନ୍ତି। ଏଥିନେଇ ସେ ଇଭିଏମ୍‍ ଯାଞ୍ଚ ଆବେଦନ କରିଛନ୍ତି। ସେ ମାତ୍ର ୧୩୩୩ ଭୋଟରେ ତାଙ୍କ ନିଟତମ ପ୍ରତିଦ୍ୱନ୍ଦ୍ୱ ଟଙ୍କଧର ତ୍ରିପାଠୀଙ୍କଠାରୁ ପରାଜିତ ହୋଇଛନ୍ତି। ଦୀପାଳି ହେଉଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ। 


H6. ATM interchange charge may increase: ବଢିପାରେ ଏଟିଏମ ବ୍ୟବହାର ଚାର୍ଜ
ଏବେ ଅନ୍ୟ ବ୍ୟାଙ୍କର ଏଟିଏମ୍‍ରୁ ଟଙ୍କା ଉଠାଇବା ମହଙ୍ଗ ପଡ଼ିପାରେ। ରିଜର୍ଭ ବ୍ୟାଙ୍କ ଏହି ବାବଦୀୟ ଶୁଳ୍କକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ଚାର୍ଜ ୧୯ ଟଙ୍କା ଥିଲା ଏବେ ୨୩ଟଙ୍କାକୁ ବୃଦ୍ଧି ହୋଇପାରେ। ଏବେ ଅନ୍ୟ ବ୍ୟାଙ୍କ ଏଟିଏମରୁ ସର୍ବାଧିକ ୫ଥର ଟଙ୍କା ଉଠାଣ ଉପରେ କୌଣସି ଚାର୍ଜ ପଡ଼ୁ ନାହିଁ। 


H7. civil aviation minister for reducing air fare: କମିପାରେ ବିମାନ ଭଡ଼ା
କମିପାରେ ବିମାନ ଭଡ଼ା। ସମସ୍ତେ ଯେମିତି ବିମାନରେ ଉଡ଼ିପାରିବେ ସେ ନେଇ ମୋଦୀ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ନୂତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡ଼ୁ। କୋଭିଡ ସମୟ ପରଠାରୁ ବିମାନ ଭଡ଼ା ବୃଦ୍ଧି ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେ କହିଛନ୍ତି। 


H8. PM Modia arrives in Italy for G7: ଇଟାଲୀରେ ପହଞ୍ଚିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିରେ ପହଞ୍ଚିଛନ୍ତି। ସେ ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କ ସଂଗଠନ ଜି-୭ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ। ଏହାସହ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ   ଆଲୋଚନା କରିପାରନ୍ତି। ଏହା ବୈଦେଶିକ ସମ୍ପର୍କ ବିକାଶ ଏବଂ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ନୂଆ ରାସ୍ତା ବାହାର କରିବ।


H9. GST council meet on 22: ଜିଏସଟି ପରିଷଦ ବୈଠକ
ଦେଶର  ଦ୍ରବ୍ୟ ଓ ସେବା  କର ବ୍ୟବସ୍ଥା ଉପରେ ଆଲୋଚନା କରିବା ପାଇଁ ଜିଏସ୍‍ଟି ପରିଷଦ ବୈଠକ ବସିବାକୁ ଯାଉଛି। ଜୁନ୍‍ ୨୨ ତାରିଖରେ ଏହା ସ୍ଥିର କରାଯାଇଛି। ନୂଆ ସରକାର ଗଠନ ପରେ ଏହି ବୈଠକର ଯଥେଷ୍ଟ ଗୁରୁତ୍ୱ ରହିଛି। ଏହା ପରିଷଦର ୫୩ତମ ବୈଠକ।


H10. IAF brings 45 mortal remains from Kuwait: ଭାରତ ଆସୁଛି କୁଏତରେ ଭାରତୀୟ ମୃତକଙ୍କ ମରଶରୀର
କୁଏତ୍‍ ଅଗ୍ନିକାଣ୍ଡରେ ପ୍ରଭାବିତ ଭାରତୀୟଙ୍କ ମୃତଦେହକୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା। ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାୟୁସେନା ୪୫ ମର ଶରୀରକୁ ଭାରତ ଆଣିଛି।  ଏହି ଅଗ୍ନିକାଣ୍ଡରେ ସମୁଦାୟ  ୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଭିତରେ ସରତ୍ବାଧିକ କେରଳର ବାସିନ୍ଦା ହୋଇଥିବା ବେଳେ ତାମିଲନାଡ଼ୁ, ଓଡ଼ିଶାର ଅଧିବାସୀ ମଧ୍‍ୟ ଏଥିରେ ପ୍ରଭାବିତ ହୋଇଛନ୍ତି।