ରାଷ୍ଟ୍ରପତିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ, ଅଲମ୍ପିକରେ ଆଜି ଭାରତ ବନାମ ଜର୍ମାନୀ ହକି ସେମି ଫାଇନାଲ
Advertisement
Article Detail0/zeeodisha/odisha2371603

ରାଷ୍ଟ୍ରପତିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ, ଅଲମ୍ପିକରେ ଆଜି ଭାରତ ବନାମ ଜର୍ମାନୀ ହକି ସେମି ଫାଇନାଲ

TOP 10 News Today: ସଂକ୍ଷେପରେ ପଢିନିଅନ୍ତୁ ଦିନଯାକର ୧୦ଟି ବଡ଼ ଖବର

ରାଷ୍ଟ୍ରପତିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ, ଅଲମ୍ପିକରେ ଆଜି ଭାରତ ବନାମ ଜର୍ମାନୀ ହକି ସେମି ଫାଇନାଲ

TOP 10 News Today:

1. President Offered Highest honour from Fiji: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ  ‘କମ୍ପାନିୟନ ଅଫ ଦି ଅର୍ଡର ଆଫ୍‍ ଫିଜି’  ପ୍ରଦାନ କରାଯାଇଛି।  ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ  ଏହି ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି।  ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅବିହିତ କରିଛନ୍ତି। 

2. Two died by Police misfiring: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ନିକଟସ୍ଥ ଚୂଲିମାଲ ଗାଁରେ ପୁଲିସ ଗୁଳିରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ସମ୍ପର୍କରେ ଭାଇ ହେବେ। ଜଣଙ୍କ ନାଁମନୋଜ ଝାଙ୍କର ଏବଂ ଅନ୍ୟ ଜଣେ ସହଦେବ ଝାଙ୍କର। ମନୋଜ ପିଏସ୍‍ଓ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପିସ୍ତଲରୁ ଗୁଳି ଫୁଟିଥିବା ସନ୍ଦେହ କରାଯାଉଛି। ଦୁଇ ଭାଇଙ୍କ ଭିତରେ ବଚସା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଇଛି। 

3. Odisha to make vision Document: ଓଡ଼ିଶା ଲୋକଙ୍କ ମତନେଇ ତିଆରି ହେବ ଓଡ଼ିଶା ଗଠନର ଯୋଜନା। ୨୦୩୬ରେ କ’ଣ ହେବ ଓଡ଼ିଶାର କାୟାକଳ୍ପ,  କେଉଁ ବିଷୟକୁ ଧ୍ୟାନ ଦେବାକୁ ହେବ, କି ସମସ୍ୟା ଲୋକେ ଭୋଗୁଛନ୍ତି ଆଉ କେଉଁ ଦିଗରେ ଧ୍ୟାନ ଦେଲେ ଲୋକଙ୍କ ଭାଗିଦାରୀ ବଢ଼ିବ? ଏମିତି ପ୍ରଶ୍ନକୁ ଆଧାର କରି ଓଡ଼ିଶା ପାଇଁ ‘ଦୂରଦୃଷ୍ଟି ସମ୍ପନ୍ନ ନଥି’ ପ୍ରସ୍ତୁତି ଲାଗି ସରକାର ଚିନ୍ତା କରିଛନ୍ତି। ଆଉ ଏ ଦିଗରେ ଭାରତର ନିତି ଆୟୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବି.ଭି.ଆର୍ ସୁବ୍ରମନିୟମ୍ ।

4. 8 Districts Freed from Left-wing Extremism: ଗତ ୨୦୧୦ ତୁଳନାରେ ୨୦୨୩ ସୁଦ୍ଧା ଓଡ଼ିଶାର ୧୫ଜିଲ୍ଲା ସମେତ ଦେଶର ୯ଟି ରାଜ୍ୟର ୧୨୬ଟି ଜିଲ୍ଲାରେ ନକ୍ସଲ ହିଂସାକାଣ୍ଡ ୮୬ ପ୍ରତିଶତ ହ୍ରାସ ପାଇଛି । ୨୦୧୦ରେ ୧୦୦୫ଟି ନକ୍ସଲ ହିଂସାକାଣ୍ଡ ରେକର୍ଡ କରାଯାଇଥିଲାବେଳେ ୨୦୨୩ରେ ୧୩୮କୁ ହ୍ରାସ ପାଇଛି । ୨୦୨୪ ଜୁନ୍ ସୁଦ୍ଧା ୩୨ ପ୍ରତିଶତ ଏହିମାମଲା ହ୍ରାସ ପାଇଛି । ଏପରିକି ସାଧାରଣ ଲୋକଙ୍କ ଜୀବନ ହାନୀ ଘଟଣା ମଧ୍ୟ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ କହିଛନ୍ତି।

5. Handloom Day: ଆସନ୍ତା କାଲି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀ ଆନ୍ଦୋଳନର ସ୍ମୃତି ଏହା ବହନ କରେ। ଏଣୁ ଏହି ଦିବସକୁ ପାଳନ କରିବା ସହ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ଲାଗି ଅଧିକାରୀ ଓ କର୍ମଚାରୀମାନେ ଏହିଦିନ ହସ୍ତତନ୍ତ ଉତ୍ପାଦ ପିନ୍ଧିବାକୁ ଅନୁରୋଧ କରିଛନ୍ତି ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଡ. ଅରବିନ୍ଦ ପାଢ଼ି। ଖାଲି ସାତିକି ନୁହେଁ ନିଜ ନିଜ ସୋଶାଲ୍‍ ମିଡିଆରେ ଏହାକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। 

6. Neeraj Chopra in Final: ଜାଭେଲିନ୍‍ ଫିଙ୍ଗାଳି ନୀରଜ ଚୋପ୍ରା ଅଲମ୍ପିକ ୨୦୨୪ର ଫିନାଲେରେ ପହଞ୍ଚିଛନ୍ତି।  ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାରେ ସକ୍ଷମ ହୋଇଛନ୍ତି।  ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏ’ରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

7. India Vs Germany: ଆଜି ଭାରତୀୟ ହକି ଟିମ୍‍ ଜର୍ମାନୀ ଟିମ୍‍ ବିରୁଦ୍ଧରେ ଲଢ଼େଇ କରିବ। ଏହା ପ୍ୟାରିସ ଅଲମ୍ପିକ ୨୦୨୪ର ସେମି ଫାଇନାଲ ମ୍ୟାଚ୍‍ । କିଛି ସମୟ ପରେ ଏହି ମ୍ୟାଚ ଆରମ୍ଭ ହେବ। ଏହା ଉଭୟ ଭାରତ ଏବଂ ଜର୍ମାନୀ ଟିମ୍‍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ  ମ୍ୟାଚ୍‍ ଭାବେ ଗ୍ରହଣ କରାଯାଉଛି।

8. Bangladesh on fire, Mohammad Yunus ready to return: ବଂଲାଦେଶରେ ରାଜନୀତିକ ସଙ୍କଟ ଉତ୍କଟ ହୋଇଛି। କିଏ ମଧ୍ୟବର୍ତ୍ତୀ କାଳୀନ ସରକାରର ନେତୃତ୍ୱ ନେବେ ତାହା ଏବେ ପ୍ରଶ୍ନ ଭିତରକୁ ଆସିଛି। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁ ମଧ୍ୟ ଏଥିରେ ସମିଲ୍‍ ହୋଇଛି। ସେ ଏହି ଆଭ୍ୟନ୍ତରୀଣ ସଙ୍କଟରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ୟୁନୁସ। ଅପରପକ୍ଷେ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ୍‍ ମୁଖ୍ୟ ବିରୋଧୀ ଦଳର ନେତା  ଜିଆ ଖଲିଦାଙ୍କୁ ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଏହିକ୍ରମରେ ସରକାର କିଲ ଗଢ଼ିବେ ଏବଂ ବାଂଲାଦେଶର ରାଜନୀତିକ ସ୍ଥିତି ବାବଦରେ କୌଣସି ଠୋସ ଖବର ଆସିପାରି ନାହିଁ। 

9. India remains vigilant: ଭାରତ ପଡ଼ୋଶୀ ବାଂଲାଦେଶର ରାଜନୀତିକ ସ୍ଥିତି ବାବଦରେ ସଚେତନ ରହିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର। ଉଭୟ ରାଜ୍ୟସଭା ଓ ଲୋକସଭାର ସେ ଏହି ସୂଚନା ଦେଇଛନ୍ତି। ସେଠାରେ ଦେଶର ୧୯୦୦୦ ନାଗରିକ ରହିଛନ୍ତି ଏବଂ ସେଥିରୁ ୯ ହଜାର ଛାତଅଅଛାତ୍ରୀ ରହିଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ଜୁଲାଇରେ ଫେରି ଆସିଥିବା କହିଛନ୍ତି ଜୟଶଙ୍କର। 

10. Sheikh Hasina in India: ବାଂଲାଦେଶରୁ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଅଛନ୍ତି। ଗତକାଲି ସେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସିଥିଲେ। ଏଠାରୁ ଇଂଲଣ୍ଡ ଯିବା ପାଇଁ ସେ ପ୍ରସ୍ତୁତ ହେଉଥିବା ଖବର ମିଳିଛି ଯେ, ପର୍ଯ୍ୟନ୍ତ ଇଂଲଣ୍ଡ ସରକାର ଶରଣାର୍ଥୀ ଭାବେ ଗ୍ରହଣ କରିବାକୁ ଆଦେଶ ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ଭାରତରେ ରହିବେ ବୋଲି ଜଣାପଡ଼ିଛି। କିନ୍ତୁ ବୈଦେଶିକ ମନ୍ତ୍ରୀ ଏ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି। ସେ କହିଛନ୍ତି ବହୁତ୍‍ କମ୍‍ ସମୟରେ ନୋଟିସ୍‍ରେ ସେ ଭାରତ ଆସିଛନ୍ତି।

Also Read - Lucky Zodiac Sign: ଅଗଷ୍ଟ ୭ରେ ଶିବ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ