1. Loksabha to Resume Budget session today: ଆଜିଠୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ସଂସଦର ଉଭୟ ଗୃହର କାର୍ଯ୍ୟ ବିଧି ଆଜିଠାରୁ ନିର୍ଦ୍ଧାରଣ କରାଯାଇଛି। ଏହି ଦିନ ପ୍ରଶ୍ନୋତ୍ତର କାର୍ଯ୍ୟ ପରେ ଗୃହରେ ବିଭିନ୍ନ ବିଭାଗର ଆବଶ୍ୟକ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହାସ ମଣ୍ିପୁର ଲାଗି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ମଣିପୁରରେ ଏେବ ରାଷ୍ଟ୍ରପତି ଶାସନ ଜାରି ରହିଛି। ଏହା ସହ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟତ ପୃଥକ ବିଧେୟକ ଉପସ୍ଥାପନ ହେବା ଲାଗି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
2. India wins Champion Trophy: ୧୨ ବର୍ଷ ପରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି। ଭାରତର ଏହା ତୃତୀୟ ବିଜୟ। ଦୁବାଇଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୪ ଓ୍ୱିକେଟରେ ହରାଇ ଭାରତ ଜିତିଛି। ଭାରତୀୟ କ୍ୟାପ୍ଟେନ୍ ତଥା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଏହାସହ ରୋହିତ ଶର୍ମା ଏକଦିବସୀୟ କ୍ରିକେଟରୁ ସନ୍ନ୍ୟାସ ନେଉ ନଥିବା ସ୍ପଷ୍ଟ କରିଛନ୍ତି।
3. New PM of Canada: କାନାଡ଼ାର ଶାସକ ଦଳ ଲିବରେଲ୍ ପାର୍ଟି ମାର୍କ କାର୍ଣ୍ଣିଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛି। ସେ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କୁ ଅପସାରଣ କରିବେ। ୮୫.୯% ଲିବରାଲ୍ ପାର୍ଟି ନେତା ତାଙ୍କୁ ସମର୍ଥନ କରି ଭୋଟ୍ ଦେଇଛନ୍ତି। ଆସନ୍ତା ଅକ୍ଟୋବରରେ କାନାଡ଼ାରେ ସାଧାରଣ ନିର୍ବାଚନ ହେବ। ଭାରତ ବିପକ୍ଷରେ ନିଜର ବୟାନ ରଖି ଜଷ୍ଟିନ୍ ଚର୍ଚ୍ଚାକୁ ଆସିଥିଲେ।
4. 50 thousand for 3rd Child: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭାରତର ଜନସଂଖ୍ୟା ବୃଦ୍ଧିକୁ ସମର୍ଥନ ପରେ ତାଙ୍କରି ଦଳର ଜଣେ ସାଂସଦ ଏକ ଅଜବ ଘୋଷଣା କରିଛନ୍ତି। ତୃତୀୟ ସନ୍ତାନ ଭାବେ କନ୍ୟାଙ୍କୁ ଜନ୍ମ ଦେଉଥିବା ଦମ୍ପତ୍ତିଙ୍କୁ ସେ ୫୦ ହଜାର ଟଙ୍କାର ନଗଦ ଜମା ଉପହାର ଦେବେ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ପୁଅ ଜନ୍ମ ହେଲେ ଗୋଟିଏ ଗାଈ ଉପହାର ଦେବେ। ଏହା କହିଛନ୍ତି ଟିଡିପି ସାଂସଦ ଆପାଲ୍ଲା ନାଇଡ଼ୁ। ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ଏହାକୁ ଲାଗୁ କରିବେ।
5. Congress to demonstrate on Law and Order Situation: ଆଜି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ। ଭକ୍ତ ଚରଣ ଦାସ କଂଗ୍ରେସର ନେତୃତ୍ୱ ନେବା ପରେ ଏହା ହେଉଛି ପ୍ରଥମ ରାଜ୍ୟ ବ୍ୟାପୀ ବିକ୍ଷୋଭ ସମାବେଶ। ରାଜ୍ୟରେ ଗତ ୮ ମାସ ଭିତରେ ମହିଳାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
6. CISF Raising Day: ଆଜି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ( ସିଆଇଏସ୍ଏଫ୍)ର ୫୬ତକ ପ୍ରତିଷ୍ଠା ଦିବସ। ୧୫ ମାର୍ଚ୍ଚ ୧୯୬୯ରେ ଏହି ବଳ ସ୍ଥାପନ କରାଯାଇଥିଲା। କାନ୍ଦ୍ର ସରକାରଙ୍କ ଶିଳ୍ପକୁ ସୁରକ୍ଷା ଦେବା ହାର ଲକ୍ଷ୍ୟ ରହିଥିଲା। ଏବେ ସିଆଇଏସ୍ଏଫ୍ ଭାରତର ପ୍ରମୁଖ ସୁରକ୍ଷା ବଳଗୁଡ଼ିକ ଭିତରୁ ଗୋଟିଏ ।୩୫୯ଟି ଅନୁଷ୍ଠାନ ପାଇଁ ସୁରକ୍ଷା ଯୋଗାଉଛି ଏହି ବଳ। ଏବେ ପ୍ରାୟ ଦେଢ଼ ଲକ୍ଷ ସୁରକ୍ଷା କର୍ମୀ ଏହି ବଳରେ କାର୍ତଯ୍ୟରତ।
7. Heat Wave in 6 district: ରାଜ୍ୟରେ ତାପମାତ୍ରା ବୃଦ୍ଧିର ସଙ୍କେତ ଦେଇଛି ପାଣିପାଗ ବିଭାଗ। ବିଶେଷକରି ରାଜ୍ୟର ଆଭ୍ୟନ୍ତରୀଣ ୬ ଜିଲ୍ଲାରେ ତାପମାତତ୍ରା ୪୦ ଡିଗ୍ରୀ ଟପିବାର ଆଶଙ୍କା କରାଯାଇଛି। ଏଣୁ ଏଥିପ୍ରତି ସତର୍କ ରହିବାକୁ ଉଭୟ ସରକାର ଓ ପାଣିପାଗ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
8. Sunita Williams to Return on March 16: ଗତ ୯ ମାସ ହେଲା ମାହାକାଶରେ ଅଟକ ରହିଥିବା ସୁନୀତା ଓ୍ୱିଲିୟମ୍ସ ଏବଂ ବେରୀ ଓ୍ୱିଲମୋର ଆସନ୍ତା ୧୬ ତାରିଖରେ ଫରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ସ୍ପେସ୍ଏକ୍ସ ଡ୍ରାଗନ ଦ୍ୱାରା ସେମାନେ ପୃଥିବୀକୁ ଫେରିବେ। ୧୦ ଦିନ ପାଇଁ ସେମାନେ ଜୁନ୍ ୫ ୨୦୨୪ରେ ମହାକାଶ ଗସ୍ତ ମିଶନରେ ଯାଇଥିଲେ।
9. Diabetes drug to Cost 90% less: ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସୁଖଦ ଖବର। ଏହି ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଏମ୍ପାଗ୍ଲିଫ୍ଲୋଜିନ୍ ବର୍ଗର ଔଷଧ ଦାମ ୯୦ ପ୍ରତିଶତ ତଳକୁ ବି ଖସିପାରେ।। ଏହାର ପ୍ୟାଟେଣ୍ଟ ଆସନ୍ତା କାଲି ଶେଷ ହେଉଥିବାରୁ ଏହି ବର୍ଗରେ ଜେନେରିକ୍ ଔଷଧ ପ୍ରସ୍ତୁତ କରିବାକୁ ଭାରତର ଔଷଧ ନିର୍ମାତାମାନେ ଏକାଠି ହୋଇଛନ୍ତି। ଏହାଦ୍ୱାରା ଭାରତର ୧୦ କୋଟି ମଧୁମେହ ରୋଗୀ ଉପକୃତ ହେବେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି।
10. Ratna bhandar issue: ରଥଯାତ୍ରା ପୂର୍ବରୁ ଶେଷ ହୋଇପାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି କାର୍ଯ୍ୟ। ଯଦି ସ୍ନାନପୂର୍ଣ୍ଣମୀ ପୂର୍ବରୁ ମରାମତି କାର୍ଯ୍ୟ ଶେଷ ହେବ ତେବେ ରଥ ପୂର୍ବରୁ ଗଣତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅପରପକ୍ଷେ ମରାମତି କାର୍ଯ୍ୟ ଅନେକ ରହିଛି ଓ ଆଉ ଦୁଇମାସରୁ ଅଧିକ ସମୟ ଚାଲିପାରେ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
Add Zee News as a Preferred Source