Advertisement
Article Detail0/zeeodisha/odisha2679424

Top 10 News Today: ଆଜିଠୁ ବଢିବ ତାତି, ଏପ୍ରିଲରୁ ଆୟୁଷ୍ମାନ ଭାରତ ଯୋଜନା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜିଠୁ ବଢିବ ତାତି, ଏପ୍ରିଲରୁ ଆୟୁଷ୍ମାନ ଭାରତ ଯୋଜନା ଓ ସକାଳର ୧୦ ବଡ଼ ଖବର

ଆଜିଠୁ ବଢିବ ପାରଦ
ଆଜିଠୁ ବଢିବ ତାପମାତ୍ରା। ହିଟ୍ ଓ୍ବେଭ୍ ପ୍ରଭାବରେ ବଢିବ ତାତି। ଏହାସହ ପଶ୍ଚିମ ଓଡି଼ଶାରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରା ବଢିବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷକରି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ। ଏ-ନେଇ ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆଜି ବିଶେଷକରି,  ସମ୍ବଲପୁର , ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।

ଏପ୍ରିଲରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
ଏପ୍ରିଲ ପହିଲାରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ବି ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବ। ବୈଠକର ତଥ୍ୟ ଅନୁଯାୟୀ ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୦୩ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ। ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ।

ଭିଜିଲାନ୍ସ ଜାଲରେ ଫରେଷ୍ଟର
ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ଡିହାଡୋଲ ସେକ୍ସନର ଫରେଷ୍ଟର ବିଶ୍ୱନାଥ ସୋରେନ ଏବଂ ହାତୀ ସ୍କ୍ୱାଡ୍ ସଦସ୍ୟ ସୁଦୀପ୍ତ କୁମାର ସାହୁଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଫରେଷ୍ଟର ଜମିରେ ଚାଷ କରିବାକୁ ଅନୁମତି ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ନଦେଲେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଧମକ ମଧ୍ଯ ଦେଇଥିଲେ। ସେହିପରି କିଛି ଦିନ ତଳେ ସୋରେନ ମଧ୍ଯ ତାଙ୍କର ଚାଷ ଉପକରଣ ଜବତ କରିବାକୁ ଧମକ ଦେଇଥିଲେ।

Add Zee News as a Preferred Source

ପାକିସ୍ତାନ ଟ୍ରେନ୍‌ ଅପହରଣ ମାମଲା: ୫୦ ପଣବନ୍ଦୀଙ୍କୁ ହତ୍ୟା
ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ଆଜି ରାତିରେ ମୁକ୍ତ କରାଯାଇଛି। ପାକିସ୍ତାନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରେନ୍‌ରେ ଥିବା ସମସ୍ତ ୩୪୬ ଜଣ ପଣବନ୍ଦୀ ମୁକ୍ତ ହେବା ସହ ଏହି ଅପରେସନ ଶେଷ ହୋଇଛି। ସେନା କାର୍ଯ୍ୟାନୁଷ୍ଠାନରେ ୩୩ ବଲୁଚ ବିଦ୍ରୋହୀ ନିପାତ ହୋଇଥିବା ବେଳେ ଟ୍ରେନ୍‌ରେ ୨୮ ଜଣ ସୈନିକ ଏବଂ ୨୧ ଯାତ୍ରୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିଛନ୍ତି। ସେପଟେ ୫୦ ପଣବନ୍ଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ବଲୁଚିସ୍ତାନ ପ୍ରଦେଶର ଏକ ଦୁର୍ଗମ ସୀମାନ୍ତ ଜିଲ୍ଲାରେ ବଲୁଚ ମୁକ୍ତି ସେନା(ବିଏଲ୍‌ଏ) ଜାଫର୍‌ ଏକ୍ସପ୍ରେସ୍‌କୁ ଅପହରଣ କରିନେଇଥିଲା ଏବଂ ଏଥିରେ ୪୫୦ରୁ ଅଧିକ ଯାତ୍ରୀ ଥିଲେ।

ଖୁବ୍ ଶୀଘ୍ର ମିଳିବ ଗହମ
ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମ୍ ଜାଣିବାକୁ ଚାହିଁଥିଲେ ଯେ,ପୂର୍ବ ସରକାରଙ୍କ ସମୟରେ ଗରିବ , ଖଟିଖିଆ ଓ ରୋଗାଗ୍ରସ୍ତମାନଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରିଥିଲେ। ବର୍ତ୍ତମାନର ସରକାର ପୁନଃ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଣ ପାଇଁ ବ୍ୟବସ୍ଥା କରିବେ କି, ଯଦି ହଁ, ତେବେ ଏହି ଗହମ ବଣ୍ଟନ ରାସନ କାର୍ଡ ମାଧ୍ୟମରେ କେବେ ବଣ୍ଟନ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଲୁଟ୍ ମାମଲାରେ ଆହୁରି ବଢ଼ିଲା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ ଅଡୁଆ। ରାଜା ଓ 4 ଜଣ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ଘୋଟାଲା ନେଇ ରାଜାଙ୍କ ବିଭିନ୍ନ ଠିକଣାରେ ଇଓଡବ୍ଲ୍ୟୁ। ଚଢ଼ାଉ ଜାରି ରହିଥିବାବେଳେ ଅନୁମାନ କରାଯାଉଛି ସେ ଶୀଘ୍ର ହୋଇପାରନ୍ତି ଗିରଫ। ଅନ୍ୟପଟେ ଖୋଲିବାରେ ଲାଗିଛି କେନ୍ଦୁଝରରେ ଲୁଟର ରାଜାଙ୍କ ଅଏସ ଆରାମର ଗୋଟିଏ ପରେ ଗୋଟିଏ ଗୁମର। 

ଫେରିଲେ ମୋଦୀ
ମରିସସ୍ ଗସ୍ତର ୨ୟ ଦିନରେ ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ମିଳିତ ପରେଡରେ ଅଭିବାଦନ। ତୋପ ସଲାମୀ ସହ ଆକାଶ ମାର୍ଗରୁ ମୋଦିଙ୍କୁ ସମ୍ମାନିତ କରାଯାଇଛି। ମରିସସ ପାର୍ଲାମେଣ୍ଟ ଭବନ ନିର୍ମାଣ ପାଇଁ ସ୍ବାକ୍ଷରିତ ହୋଇଛି ରାଜିନାମା। ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭାରତ-ମରିସସ୍ ସହଭାଗିତାକୁ ଉନ୍ନତ ରଣନୈତିକ ସହଭାଗିତା'ର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ମରିସସ୍‌ରେ ନୂତନ ସଂସଦ ଭବନ ନିର୍ମାଣରେ ସହଯୋଗ କରିବ। ଏହା ଗଣତନ୍ତ୍ରର ଜନନୀ ଭାରତ ଠାରୁ ମରିସସ୍‌କୁ ଏକ ଉପହାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି 140 କୋଟି ଭାରତୀୟଙ୍କ ତରଫରୁ ମରିସସବାସୀଙ୍କୁ ୫୭ତମ ରାଷ୍ଟ୍ରୀୟ ଦିବସ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶା ଆସିବେ ଗୃହମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ମାର୍ଚ୍ଚ ୨୨ ଏବଂ ୨୩ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସରକାରୀ ସୂତ୍ର ଅନୁସାରେ ଶାହ ମାର୍ଚ୍ଚ ୨୨ ରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କର ଯାତ୍ରା କାର୍ଯ୍ୟକ୍ରମର ବିବରଣୀ ବର୍ତ୍ତମାନ ଚୂଡ଼ାନ୍ତ ହେଉଛି।

ହୋଲି ପାଇଁ ଚାଲିବ ଅଧିକ ଟ୍ରେନ
ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନ୍‌ଗୁଡ଼ିକରେ ଭିଡ଼ କମ କରିବାରେ ସାହାଯ୍ୟ କରିବ।

ଭାରତ ଉପରେ ଦୋଷ ଲଦିଲା ପାକିସ୍ତାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲାହ ବେଲୁଚିସ୍ତାନ ଟ୍ରେନ୍ ଅପହରଣ ଘଟଣା ସମ୍ପର୍କରେ ଭାରତ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ରାଣା ସାନାଉଲ୍ଲା ଦାବି କରିଥିଲେ ଯେ 'ଏହି ଆକ୍ରମଣ ପଛରେ ଭାରତ ଅଛି।' ସମ୍ବାଦ ସରବରାହ ସଂସ୍ଥା ଡନ୍ ସହିତ କଥାବାର୍ତ୍ତାରେ ସେ କହିଛନ୍ତି, "ଭାରତ ଆଫଗାନିସ୍ତାନ ଭିତରୁ ଏହି ଆକ୍ରମଣଗୁଡ଼ିକୁ ପରିଚାଳନା କରୁଛି।

About the Author