Advertisement
Article Detail0/zeeodisha/odisha2686989
Zee OdishaTop 10 NewsTop 10 News Today: ଆଜି ଠୁ କାଳବୈଶାଖି, ୨ରୁ ସକାଳୁଆ ସ୍କୁଲ, ଆଜି ପଖାଳ ଦିବସ ଓ ସକାଳର ୧୦ ବଡ଼ ଖବର

Top 10 News Today: ଆଜି ଠୁ କାଳବୈଶାଖି, ୨ରୁ ସକାଳୁଆ ସ୍କୁଲ, ଆଜି ପଖାଳ ଦିବସ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜି ଠୁ କାଳବୈଶାଖି, ୨ରୁ ସକାଳୁଆ ସ୍କୁଲ, ଆଜି ପଖାଳ ଦିବସ ଓ ସକାଳର ୧୦ ବଡ଼ ଖବର

ଆଜି ଠୁ କାଳବୈଶାଖି
କାଳବୈଶାଖୀ ପ୍ରଭାବରେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୦.୮, ଟିଟିଲାଗଡ଼ରେ ୪୦.୫, ସୁନ୍ଦରଗଡ଼ରେ ୪୦.୧, ସମ୍ବଲପୁରରେ ୩୯.୮, ମାଲକାନଗିରି ଓ ବୌଦ୍ଧରେ ୩୯.୫, ଭବାନୀପାଟଣାରେ ୩୯.୪ ଡିଗ୍ରି ରହିଥିଲା। ଏହି ସମୟରେ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

୨ରୁ ସକାଳୁଆ ସ୍କୁଲ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି  ଆସନ୍ତା ଏପ୍ରିଲ ୨ରୁ ସ୍କୁଲରେ ସକାଳୁଆ ପାଠ ପଢ଼ା ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ।

ତୋଷାଳୀ ମେଳା ଉଦଘାଟିତ
ବୁଧବାର ଦିନ ୧୯ତମ ତୋଷାଳୀ ଜାତୀୟ ହସ୍ତତନ୍ତ ମେଷା ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଧି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

Add Zee News as a Preferred Source

ବଦଳିବ ପାଠ୍ୟପୁସ୍ତକ
ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ପରିବର୍ତ୍ତନ ହେବ। ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏହି ଶ୍ରେଣୀଗୁଡିକ ପାଇଁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୬-୨୭ରୁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଏପ୍ରିଲ ୨ରୁ ପ୍ରତି ବିଦ୍ୟାଳୟରେ ଶିଶୁବାଟିକା କାର୍ଯ୍ୟକ୍ଷମ ହେବ। 

ବିବାଦ ଉପରେ ସ୍ପଷ୍ଟିକରଣ ରଖିଲେ ହେମାମାଳିନୀ
ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ହେମାମାଳିନୀ । ସେ ସନାତନୀ ହିନ୍ଦୁ ଧର୍ମରେ ଅଛନ୍ତି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି ହେମା । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଅନେକଥର ଆସିଛନ୍ତି । ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ସହିତ ମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି। ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଦେଇଛନ୍ତି ।

୪୫ ଦିନ ନିରୀକ୍ଷଣରେ ରହିବେ ସୁନୀତା
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ‌ଫେରିଛନ୍ତି। ମହାକାଶରେ ୨୮୬ ଦିନ ବିତାଇଥିବାରୁ ‌ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ପାଇଁ ମହାକାଶଚାରୀମାନଙ୍କୁ ୪୫ ଦିନ ଚିକିତ୍ସକମାନଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯିବ। ‘ନାସା’ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବର ସହ ନିରୀକ୍ଷଣ କରୁଛି। 

ଆଜି ପଖାଳ ଦିବସ
ଆଜିର ଦିନ ମାର୍ଚ୍ଚ ୨୦ରେ ରାଜ୍ୟରେ ପାଳିତ ହୋଇଆସୁଛି ପଖାଳ ଦିବସ। ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପଖାଳ ଦିବସରେ ନିଜକୁ ସାମିଲ କରୁଛନ୍ତି। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଓଡ଼ିଆ ସଂସ୍କୃତି  ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି। 

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ ରାୟ: ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍-ଇନ୍ -ଏଡ୍
ଆଉ କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନେ ବୃକ୍ ଗ୍ରାଣ୍ଟ ପାଇବେ ନାହିଁ। ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଡ୍ -ଇନ୍ -ଏଡ୍ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ୟୁଟ୍ୟୁବର ତପି ମିଶ୍ର ଗିରଫ
ୟୁଟ୍ୟୁବର ତପି ମିଶ୍ର ଗିରଫ ହୋଇଛନ୍ତ। ନୂଆ ଓଡ଼ିଆ ଫିଲ୍ମ ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ଅନେକ ଆପତ୍ତିଜନକ ବୟାନ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ଗିରଫ କରିଛି।

ଭରଣାପୋଷଣ ବାବଦରେ କ୍ଷତିପୂରଣ ଦେବେ ଚହଲ
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କୁ ଛାଡପତ୍ର ପାଇଁ ନିଜ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ୪.୭୫ କୋଟି ଟଙ୍କା ଭରଣପୋଷଣ ଦେବାକୁ ପଡିବ। ଏଥିମଧ୍ୟରୁ ଚହଲ ଧନଶ୍ରୀଙ୍କୁ ୨.୩୭ କୋଟି ଟଙ୍କା ମଧ୍ୟ ଦେଇ ସାରିଛନ୍ତି। କହିରଖୁଛୁ ଯେ ଧନଶ୍ରୀ ଏବଂ ଚହଲ ବହୁତ ଦିନ ଧରି ପରସ୍ପର ସହିତ ରହୁନାହାଁନ୍ତି ଏବଂ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ଚାଲିଛି।

About the Author