Top 10 News Today: ୪୦ ଡିଗ୍ରୀ ଡେଇଁବ ତାପମାତ୍ରା, ଆସାମର ପୂର୍ବତନ ରାଜ୍ୟପାଳଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2724781

Top 10 News Today: ୪୦ ଡିଗ୍ରୀ ଡେଇଁବ ତାପମାତ୍ରା, ଆସାମର ପୂର୍ବତନ ରାଜ୍ୟପାଳଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ୪୦ ଡିଗ୍ରୀ ଡେଇଁବ ତାପମାତ୍ରା, ଆସାମର ପୂର୍ବତନ ରାଜ୍ୟପାଳଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ସକାଳର ୧୦ ବଡ଼ ଖବର
1. ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶୀବ ତ୍ରିପାଠୀଙ୍କ ଜନ୍ମଦିନ। ନବରଙ୍ଗପୁରର ଜମିଦାର ପରିବାରରୁ ଆସିଥିବା ସଦାଶୀବ ଲଗାତାର ୪ଥର ବିଧାୟକ ହୋଇଥିଲେ। ସେ ଫେବୃୟାରୀ ୧୯୬୫ରୁ ମାର୍ଚ୍ଚ ୮ ୧୯୬୭ ଯାଏ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ଭୂ ସଂସ୍କାର ଆଇନ ଆଣି ଓଡ଼ିଶା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ସମୟରେ ସେ ନିଜର ଜମିରୁ ଅଳ୍ପ କିଛି ନିଜ ତିନି ପୁଅଙ୍କ ଭିତରେ ବାଣ୍ତଟିବା ପରେ ଅବଶିଷ୍ଟକୁ ସରକାରଙ୍କୁ ହସ୍ତାନ୍ତର କରିଥିଲେ। 
 
2. ପ୍ରଚଣ୍ଡ ବାଗ୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ। ୨୦୧୫ ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ୧୪ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜଣେ ସଂସ୍କୃତ ପଣ୍ଡିତ ତଥା ବିଚକ୍ଷଣ ରାଜନେତା ଭାବେ ତାଙ୍କର ପରିଚୟ ଥିଲା।  ଓଡ଼ିଶାରେ କଂଗ୍ରେସ ରାଜନୀତିକୁ ପୁଣିଥରେ ପୁନରୁଦ୍ଧାର କରିଥିଲେ ଜାନକୀ। ପ୍ରଥମଥର ପାଇଁ କୌଣସି କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ସେ ଦୀର୍ଘକାଳ ଓଡ଼ିଶାକୁ ଶାସନ କରିଥିଲେ। 
 
3. ଆଜି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ପ୍ରାୟ ୫ ଘଣ୍ଟା ଦର୍ାନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍‍ ଅପରାହ୍ଣ ୫ଟାରୁ ସାଧାରଣ ଦର୍ଶନ ବନ୍ଦ କରାଯାଇ ଏହି ନୀତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 
 
4. ଆଜି ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଗସ୍ତରେ ଆସୁଛନ୍ତି। ଆମେରିକାର ଅନୁପାତିକ ଶୁଳ୍କ ବୃଦ୍ଧିକୁ ନେଇ ସାରା ବିଶ୍ୱର ଅର୍ଥନୀତି ଚହଲି ଯାଇଥିବା ବେଳେ ତାଙ୍କର ଭାରତ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି । ଆମେରିକା ଜାରି କରିଥିବା ଅନୁପାତିକ ଶୁଳ୍କ ବ୍ୟବସ୍ଥାରେ ଭାରତକୁ ୯୦ ଦିନର ମହଲତ ମିଳିଛି। ଏହା ପୂର୍ବରୁ ଅନେକ ବିଷୟରେ ଭାରତ ଆମେରିକାରୁ ଆମଦାନୀ ହେଉଥିବା ଜିନି ଉପରେ ଶୁଳ୍କ କମାଇଛି। 
 
5. ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆଜି ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା କିଛିଦିନ ଯାଏ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବା ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। 
 
6. ପୁରୀ ଜିଲ୍ଲା ବଳଙ୍ଗାରେ ଦୁଇ ନାବାଳକଙ୍କ ଉପରେ ବର୍ବରତା ସୀମା ପାର କରିଛି। ଏଠାରେ ଆୟୋଜିତ ଏକ ମେଳାରେ ଏହି ଦୁଇଜଣ ନାବାଳକଙ୍କୁ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ କରି ଏକ ବିଜୁଳି ଖୁଣ୍ଟରେ କିଛି ଯୁବକ ବାନ୍ଧିଥିଲେ। ଏହାପରେ ତାଙ୍କୁ ସିଗାରେଟ ଚେଙ୍କ ଦେବା ସହ ପରିସ୍ରା ପିଆଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ତିନିଜଣ ଯୁବକଙ୍କୁ ଗିରଫ କରାଯାଇଛି। 
 
7. ଏକ ପୁରୁଣା ସୂଚନାକୁ କେନ୍ଦ୍ର କରି ବିଭ୍ରାନ୍ତ ସୃଷ୍ଟି ହେବାରୁ ରବିବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ବିମାନ ଉଡ଼ାଣ ବିଳମ୍ବିତ ହୋଇଚି। ପ୍ରାୟ ୬୮ ପ୍ରତିଶତ ବିମାନ ବିଳମ୍ବିତ ଥିବା ହିନ୍ଦୁସ୍ତାନଟାଇମ୍ସ ପ୍ରକାଶ କରିଛି। ବିମାନ ବନ୍ଦରର ରନ୍‍ଓ୍ୱେ ମରାମତି ଚାଲିଥିବା ନେଇ ଏହିପୁରୁଣା  ସୂଚନା ବ୍ୟାପିଥିଲା। ଏହାଦ୍ୱାରା ଅଧିକାରୀମାନେ ରନ୍‍ଓ୍ୱେ ପରିଚାଳନା କରିବାରେ ଅସମର୍ଥ ହୋଇଥିଲେ। ପରେ ମାତ୍ର ଗୋଟିଏ ରନ୍‍ଓ୍ୱେରେ ମରାମତି କାର୍ଯ୍ୟ ଚାଲୁଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। 
 
8. ନ୍ୟାସନାଲ୍‍ ହେରାଲ୍ଡ ମାମଲାକୁ ନେଇ କଂଗ୍ରେସ ଦେଶବ୍ୟାପୀ ସଚେତନତା ସୃଷ୍ଟି କରିବ। ବିଜେପି ଏହି ମାମଲାରେ କଂଗ୍ରେସ ନେତାଙ୍କୁ ଫସାଇଥିବା ନେଇ ଅଭିଯୋଗ କରିଛି କଂଗ୍ରେସ। ଏଥିନେଇ ଦେଶବ୍ୟାପୀ ୫୭ଟି ପ୍ରେସ୍ କନ୍‍ଫରେନ୍ସ ଆୟୋଜନ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। 
 
9. କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି ବୋଲି ସେ ଅଭଭିଯୋଗ କରିଛନ୍ତ। ଖଲିସ୍ତାନୀ ସଂଗଠନ ‘ଓ୍ୱାରିଶ୍‍ ପଞ୍ଜାବ ଦେ’ ପକ୍ଷରୁ ଏପରି ଧମକ ଦିଆଯାଉଛି। ତାଙ୍କ ସହ ଅନ୍ୟ ପଞ୍ଜାବ ରାଜନେତାଙ୍କ ପ୍ରତି ବିପଦ ଥିବା ସେ ଜଣାଇଛନ୍ତି। 
 
10. ଆଜି ସମ୍ବଲପୁରରେ ଆୟୋଜନ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏଥିଲାଗି ମୁଖ୍ୟମନ୍ତ୍ରୀ, ମନ୍ତ୍ରି ମଣ୍ଡଳ ସଦସ୍ୟ ଏବଂ ଅଧିକାରୀମାନେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚିଛନ୍ତି। ପ୍ରଥମଥର ପାଇଁ ରାଜ୍ରସ୍ତରୀୟ ଅଭିଯୋଗ ଶୁଣାଣି ସମ୍ବଲପୁରରେ ହେବାକୁ ଯାଉଛି।
;