Advertisement
Article Detail0/zeeodisha/odisha2667149

Top 10 News Today: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ, ୮ରେ ଆସିବ ସୁଭଦ୍ରା ଟଙ୍କା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ, ୮ରେ ଆସିବ ସୁଭଦ୍ରା ଟଙ୍କା ଓ ସକାଳର ୧୦ ବଡ଼ ଖବର
1. ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଜାତିସଂଘ ପକ୍ଷରୁ ଏହି ଦିବସ ୨୦୧୪ ମସିହାରୁ ପାଳନ କରାଯାଉଛି। ‘ଆନ୍ତର୍ଜାତିକ ବାଣିଜ୍ୟ କାରବାର ବନ୍ୟପ୍ରାଣୀଙ୍କୁ ହାନୀ ପହଞ୍ଚାଏ ନାହିଁ’ ଏହି ବାର୍ତ୍ତାକୁ ଗୁରୁତ୍ୱ ଦାବାକୁ ଯାଇ ଜାତିସଂଘର ୬୮ତମ ସାଧାରଣ ବୈଠକରେ ୨୦ ଡିସେମ୍ବର ୨୦୨୩ରେ ଏହି ନିଷ୍ପତ୍ତି ନିଆଯାଇଥିଲା। 
 
2. ଆଜି ମଧ୍ୟ ବିଶ୍ୱବ୍ୟାପୀ ଶ୍ରବଣ ଦିବସ ଭାବେ ପାଳନ କରାଯାଉଛ। ଶ୍ରବଣ ଶକ୍ତି ହ୍ରାସ ପାଇବା, ଏ ବିଷୟରେ ସଚେତନତା ସୃଷ୍ଟି କରିବା  ତଥା ଏ ବାବଦରେ ଶୀଘ୍ର ଚିହ୍ନଟ କରିବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ବଢ଼ୁଥିବା ଶବ୍ଦ ପ୍ରଦୂଷଣ, ଟେକ୍ନୋଲୋଜିର ବ୍ୟବହାର ତଥା ଯୁବପିଢ଼ି ଇୟର ଫୋନ ବ୍ୟବହାର କରିବା ଏହି ସମସ୍ୟାକୁ ଅଧିକ ପ୍ରଭାବିତ କରିବେ ବୋଲି ଆଶଙ୍କା କରାଯାଉଛି। 
 
3. ୟୁକ୍ରେନ୍‍କୁ ନେଇ ବିଶ୍ୱରେ ୟୁରୋପୀୟ ରାଷ୍ଟ୍ର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମତଭେଦ ରହିବା ତଥା ଆମେରିକାର ଋଷ ପକ୍ଷକୁ ସମର୍ଥନ ଏବେ ଭୂଖଣ୍ଡୀୟ ରାଜନୀତିକୁ ନୂଆ ଦିଗ ଦେଇଛି। ଏପରିକି ଏହି ମଦଭେଦ ତୃତୀୟ ବିଶ୍ୱଯୁଦ୍ଧର ଆହ୍ୱାନ ବୋଲି ବି କୁହାଯାଉଛି। ପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା କଟାକଟି ଓ ପରେ ୟୁରୋପୀୟ ରାଷ୍ଟ୍ର ଯେମିତି ଇଂଲଣ୍ଡ ଏବଂ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ହାସଲ କରିବା ଏହି ଆଶଙ୍କାକୁ ପ୍ରଶସ୍ତ କରିଛି। କିନ୍ତୁ ନିଜ ଦେଶ ପାଇଁ ସହଯୋଗ ବୃଦ୍ଧି ତଥା ମିଳୁଥିବା ସହାୟତାକୁ ବନ୍ଦ କରିବା ଲାଗି ଆମେରିକା ଏହି ତିକ୍ତତା ଭିତରେ ଚାହିଁବ ନାହିଁ ବୋଲି ଆଶା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ସମାଧ଼ାନ ଲାଗି ସେ ପୁଣିଥରେ ଆମେରିକାର ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଚାହିଁବେ ବୋଲି ଗଣମାଧ୍ୟମକୁ କହିଛନ୍ତି ୟୁକ୍ରେନ୍‍ ରାଷ୍ଟ୍ରପତି। 
 
4. ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନାଙ୍କ ସମୟରେ ଘଟିଥିବା ବିଭିନ୍ନ ଅପରାଧର ରାକର୍ଡ ପ୍ରସ୍ତୁତ ହେବ। ଏହା ବିନା ଲୋକଙ୍କ ଦିଆଯାଇଥିବା ନିର୍ଯାତନା ପଦାକୁ ଆସିପାରିବ ନାହିଁ ବୋଲି କହିଛନ୍ତି ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍‍।
 
5. ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ମୟାବତୀ ତାଙ୍କ ଉତ୍ତରାଧିକାରୀ ପଦବୀରୁ ପୁତୁରା ଆକାଶ ଆନନ୍ଦଙ୍କୁ ବହିଷ୍କାର କରିଛନ୍ତି। ଏହାସହ ଆକାଶଙ୍କ ଶ୍ୱଶୂରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯାଗରେ ବହିଷ୍କାର କରିଛନ୍ତି। ସେ ଜୀବୀତ ଥିବା ଯାଏ ଆଉ ଉତ୍ତରାଧିକାରୀ ଭାବେ କାହାକୁ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି ମାୟାବତୀ। 
 
6. ପଶ୍ଚିବଙ୍ଗ ଆର ଜି କର  ମେଡିକାଲ୍‍ କଲେଜ ଓ ହସ୍‍ପିଟାଲରେ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କୁ ନୋଟିସ କରିଛି। ଏମାନଙ୍କ ବୟାନ ଆଜି ଓ ଆସନ୍ତା କାଲି ରେକର୍ଡ କରାଯିବ।  ପୀଡ଼ିତାଙ୍କ ମାତା ପିତା ତଦନ୍ତ ଶିଥିଳ ହେଉଛି ବୋଲି ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିବିଆଇ। 
 
7. ଭୋଟରଙ୍କ ଠିକଣା, ଭୋଟଦାନ କେନ୍ଦ୍ର ଅଲଗା ରହି ଗୋଟିଏ ସିରିଏଲ୍‍ ନମ୍ବରରେ ଭୋଟର  ପରିଚୟ ପତ୍ର ଜାରି ହେବାକୁ ନକଲି ଭୋଟର ଆଇଡି ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ଦୁଇଟି ରାଜ୍ୟ ଗୋଟିଏ ନମ୍ବରରେ ଭୋଟର ଆଇଡି କାର୍ଡ ପ୍ରଦାନ କରିପାରିବେ। କିନ୍ତୁ ପ୍ରାର୍ଥୀ ଗୋଟିଏ ସ୍ଥାନରେ ହିଁ ଭୋଟ ଦେଇପାରିବ ବୋଲି ନିର୍ବାଚନ ଆୟୁକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। 
 
8. ମାର୍ଚ୍ଚ ୮ ତାରିଖ ଦିନ ଦ୍ୱଇତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ ଆରମ୍ଭ ହେବ। ଏଥିଲାଗି ନୂତନ ବ୍ୟବସ୍ଥାକୁ ଆପଣା ଯାଇଛି। ତେବେ ଯେଉଁମାନେ ଆବେଦନ କରି ନାହାନ୍ତ ଅଥବା ତାଙ୍କର ଆବେଦନ କୌଣସି କାରଣରୁ ବକେୟା ପଡ଼ିଛି ତାହାକୁ ସମାଧାନ କରିବା ଲାଗି ମାର୍ଚ୍ଚ ୩୧ ତାରିଖକୁ ଶେଷ ତାରିଖ ଭାବେ ଗ୍ରହଣ କରାଯାଇଛି। ଏହିଦିନ ପୂର୍ବରୁ ପଞ୍ଜିକୃତ କରିଥିବା ହିତାଧିକାରୀଙ୍କୁ ଦୁଇଟି ଯାକ କିସ୍ତି ଏକାଠି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 
 
9. ଅଯୋଗ୍ୟ ହିତାଧିକାରୀଙ୍କ ପ୍ରତି ସରକାର ଅତ୍ୟନ୍ତ କଠୋର ହେବେ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଣୁ ଯେଉଁମାନେ ଅଯୋଗ୍ୟ ସେମାନେ ତୁରନ୍ତ ନିଜର ରାସନ୍‍ କାର୍ଡ ଫେରାନ୍ତୁ ବୋଲି  କହିଛନ୍ତି ମନ୍ତ୍ରୀ। 
 
10. ଶ୍ରୀମନ୍ଦିରକୁ ଫେରିବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସାତ ପାହାଚରୁ ନାଟ ମଣ୍ଡପ ଦେଇ ଅସ୍ଥାୟୀ ବାରିକେଡ୍‍ ଯୋଗେ ଭକ୍ତ ଶ୍ରୀ ଜିଉଙ୍କୁ ଦର୍ଶନ କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା  ପ୍ରକାଶ ମିଶ୍ର। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଲାଗି ଏହିବ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Add Zee News as a Preferred Source
About the Author