Advertisement
Article Detail0/zeeodisha/odisha2669490
Zee OdishaTop 10 NewsTop 10 News Today: ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର

Top 10 News Today: ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର

ଅସହ୍ୟ ଗରମ, ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ। ଏବେଠୁ ଜଳିଲାଣି ସମଗ୍ର ଭାରତ। ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୩୯ ଡିଗ୍ରୀ ଛୁଇଁଲା ପାରଦ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ

Top 10 News Today: ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆଜି ବନକଲାଗି ନୀତି ଓ ସକାଳର ୧୦ ବଡ଼ ଖବର

ଅସହ୍ୟ ଗରମ, ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା
ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ। ଏବେଠୁ ଜଳିଲାଣି ସମଗ୍ର ଭାରତ। ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୩୯ ଡିଗ୍ରୀ ଛୁଇଁଲା ପାରଦ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।

ଆଜି ବନକଲାଗି ନୀତି
ଆଜି ୫ ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ବୁଧବାର ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ, ଯାହା ଏକ ଗୁପ୍ତନୀତି ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ। ଅପରପକ୍ଷେ ବନକଲାଗି ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ରଖାଯାଇଛି। ମାର୍ଚ୍ଚ ୫ ଓ ୬ ତାରିଖ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ବନ୍ଦ ରହି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

ଆଜି ବିଜୁ ଜୟନ୍ତି
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ବିଜୁ ବାବୁଙ୍କ ଜୟନ୍ତୀକୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର।  ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ଜୟଦେବ ଭବନରେ ହେବାକୁ ଥିବା ଜୟନ୍ତୀ ସମାରୋହରେ ଉପସ୍ଥିତ ରହିବାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। 

Add Zee News as a Preferred Source

ଆଜି ଖୋଲା ରହିବ ସ୍କୁଲ
ବଦଳିଗଲା ପଞ୍ଚାୟତିରାଜ ଦିବସ ତାରିଖ । ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍ ୨୪ରେ ପାଳିତ ହେବ ଏହି ଦିବସ । ତେଣୁ ଆଜି ରାଜ୍ୟରେ ସ୍କୁଲ, କଲେଜ ସହ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ବାଣୀବିହାରରେ ଛାତ୍ର ଉତ୍ତେଜନା
ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା।  ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର। ବିକ୍ଷୋଭ ନାଁରେ ଉତ୍ପାତ କରିଛନ୍ତି ବାଣୀବିହାର ଛାତ୍ର । ଜୟ ଭୀମ୍‌ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିଛନ୍ତି । ମୁଖ୍ୟ ଫାଟକରେ ତାଲା ପକାଇବା ସହ। ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି  ।  ଗତକାଲି ଜୟ ଭୀମ ସଂଗଠନ ତରଫରୁ କାର୍ୟ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର  କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା । 

ବନତାରା ବୁଲିଲେ ପ୍ରଧାନମନ୍ତ୍ରୀ
ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜାମନଗରରେ ଅବସ୍ଥିତ ପ୍ରାଣୀ ସଂରକ୍ଷଣ କେନ୍ଦ୍ର 'ବନ୍ତରା'ର ଉଦଘାଟନ କରିଛନ୍ତି। ବନ୍ତରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ପ୍ରଧାନମନ୍ତ୍ରୀ ୩୦୦୦ ଏକର ପରିମିତ ବନ୍ତରାରେ ବହୁତ ସମୟ ବିତାଇଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ।

କିଟ୍‌ ମାମଲାରେ ଏନ୍‌ଏଚ୍‌ଆର୍‌ସିଙ୍କ ତଦନ୍ତ ନିର୍ଦ୍ଦେଶ
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହ ନେଇଛନ୍ତି। ଟିମ୍‌ ଗଠନ କରି କିଟ୍‌ ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ସରଜମିନ ତଦନ୍ତ ପାଇଁ ଡିଜି (ଅନୁସନ୍ଧାନ)ଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ଅନୁସନ୍ଧାନ ଶାଖାର  ଏସ୍‌ଏସ୍‌ପି ପ୍ୟାହାର ଦୁଇ ଅଧିକାରୀ ଓ ଆଇନ ଶାଖାର ଜଣେ  ଅଧିକାରୀଙ୍କୁ ନେଇ ଗଠନ ହେବାକୁ ଥିବା ଟିମ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ। 

ଅନଲାଇନ ଗେମ ନିଶାରୁ ପରିବାର ନିପାତ 
ସୋମବାର ଦିନ ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟବଡ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଖବର ଅନୁଯାୟୀ ଜଣେ ଯୁବକ ନିଜ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ ନିଜ ବାପା ପ୍ରଶାନ୍ତ ସେଠୀ, ମାଆ କନକଲତା ସେଠୀ ଓ ଭଉଣୀ ମାମାଲି ସେଠୀଙ୍କୁ ଘର ଭିତରେ ଅତି ନିର୍ମମ ଭାବେ ହତ୍ୟା କରିଛି। କୁହାଯାଉଛି କି ଅନଲାଇନ ଗେମ ଖେଳିବାକୁ ନେଇ ସୂର୍ଯ୍ୟକାନ୍ତକୁ ବିରୋଧ କରୁଥିଲେ ପରିବାର ଲୋକ। ଘଟଣା ଦିନ ମଧ୍ୟ ଏହାକୁ ନେଇ ସୂର୍ଯ୍ୟଙ୍କୁ ତାଗିଦ କରାଯାଇଥିଲା। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ।

ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ
ଚଳିତ ଚାମ୍ପିଅନସିପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପାକିସ୍ତାନର ଲାହୋର ଠାରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚରେ ବିଜୟୀ ଦଳ ଫାଇନାଲରେ ଭାରତକୁ ଭେଟିବ। ଫାଇନାଲ ମ୍ୟାଚ ଆସନ୍ତା ୯ ତାରିଖରେ ଖେଳାଯିବ। 

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ, ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇଲା
ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ ବି ଗିଲ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ। ତେବେ ରୋହିତ ଶର୍ମା ଓ ବିରାଟ କୋହଲି ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୮ ରନ କରି ଆଉଟ ହୋଇଥିଲେ ବି ବିରାଟ ଲଢୁଆ ବ୍ଯାଟିଂ କରି ଦଳକୁ ବିପଦମୁକ୍ତ କରିବା ସହ ବିଜୟରେ ସବୁଠାରୁ ବଡ ଯୋଗଦାନ ଦେଇଥିଲେ । ସେ ୮୪ରନ କରିଥିଲେ । ଶ୍ରେୟୟ ଆୟର ୪୫ ରନ ଓ କେଏଲ ରାହୁଲ ୪୨ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । 

About the Author