Advertisement
Article Detail0/zeeodisha/odisha2744428
Zee OdishaTop 10 NewsTop 10 News Today: ଯୁଦ୍ଧ ପାଇଁ ମକଡ୍ରିଲ, ବିଜେଡି ସଂଗଠନର ପୁନର୍ବିନ୍ୟାସ ଓ ସକାଳର ୧୦ ବଡ଼ ଖବର

Top 10 News Today: ଯୁଦ୍ଧ ପାଇଁ ମକଡ୍ରିଲ, ବିଜେଡି ସଂଗଠନର ପୁନର୍ବିନ୍ୟାସ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଯୁଦ୍ଧ ପାଇଁ ମକଡ୍ରିଲ, ବିଜେଡି ସଂଗଠନର ପୁନର୍ବିନ୍ୟାସ ଓ ସକାଳର ୧୦ ବଡ଼ ଖବର
ବିଜେଡି ସଂଗଠନର ପୁନର୍ବିନ୍ୟାସ
1. ବିଜେଡିରେ ସାଂଗଠନରେ ପୁନର୍ବିନ୍ୟାସ ହୋଇଛି। ୭୧ ଜଣିଆ ଅଫିସ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଏଥିରେ ୭ ଜଣ ବରିଷ୍ଠ ଉପସଭାପତି, ୮ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ୩୫ ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ସେହିପରି ବିଜେଡି ସଂଖ୍ୟାଲଘୁ ସେଲ୍‍ର ପୁନର୍ଗଠନ କରାଯାଇଛି। ଏଥିର ଦିଲ୍ଲୀପ ତିର୍କୀଙ୍କୁ ଆବାହକ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ ୪ ଜଣ ସଦସ୍ୟ ରହିଛନ୍ତି। ୧୦ ଜଣଙ୍କୁ ନେଇ ରାଜନୀତିକ କମିଟି ଗଠନ କରାଯାଇଥିବା ବେଳେ ୧୦ ଜଣଙ୍କୁ ବରିଷ୍ଠ ନେତା ବିଭିନ୍ନ ଛାମୁଆ ସଂଗଠନର ଦାୟିତ୍ୱ ଦିଆଯାଇଛି। 
 
ବିଜେଡ଼ି ପକ୍ଷରୁ ୬ ଜିଲ୍ଲାର ସାଂଗଠନିକ ସଭାପତିଙ୍କ ନା ଘୋଷଣା
2. ବିଜୁ ଜନତା ଦଳ ପକ୍ଷରୁ ୬ଜିଲ୍ଲାର ସାଂଗଠନିକ ସଭାପତିଙ୍କ ନାଁ ବି ଘୋଷଣା କରାଯାଇଛି। ପୂର୍ବରୁ ୧୮ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା। ନୂତନ ଘୋଷିତ ଜିଲ୍ଲା ସଭାପତିଙ୍କ ତାଲିକାରେ କେନ୍ଦୁଝି, ଭୁବନେଶ୍ୱର, ରାଉରକେଲା, ମୟୁରଭଞ୍ଜ-୨, ସମ୍ବଲପୁର ଏବଂ ବଲାଙ୍ଗୀର ରହିଛି। 
 
ବାଦ ପଡିଲେ ବରିଷ୍ଠ ନେତା
3. ବିଜେଡିର ଏହି ସଂଗଠନ ତାଲିକାରେ ବରିଷ୍ଠ ନେତାଙ୍କୁ ଦଳୀୟ ବ୍ୟାପାରରୁ ଦୂରରେ ରଖିବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ନୂତନ ଛାମୁଆ ସଂଗଠନ ଦାୟିତ୍ୱ ଦେଇ ଦଳରେ ଭିକେ ପାଣ୍ଡିଆନ୍‍ଙ୍କୁ ସମର୍ଥନ ଯୋଗାଉଥିବା ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି। 
 
ଯୁଦ୍ଧ ପାଇଁ ମକଡ୍ରିଲ
4. ଆସନ୍ତାକାଲି ଯୁଦ୍ଧ ପରିପ୍ରେକ୍ଷୀରେ ମକ୍‍ ଡ୍ରିଲ୍‍ କରାଯିବ। ଭାରତ ସରକାର ବିଭିନ୍ନ ରାଜ୍ୟକୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ୧୯୭୧ ମସିହା ପରେ ଏପରି ମକ୍‍ ଡ୍ରିଲ୍‍ ବା ଅଭ୍ୟାସ ପ୍ରଥମଥର ପାଇଁ କରାଯିବ। ବିଶେଷକରି ଏୟାର ରେଡ୍‍ ସତର୍କତା, ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କୁ ସତର୍କତା, ବିଜୁଳି ଚାଲିଗଲେ କିପରି ବଞ୍ଚିବେ ସେ ନେଇ ସତର୍କତା, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସୁରକ୍ଷା  ଏଂବ ଯୁଦ୍ଧ ସମୟରେ କିପରି ଶିକ୍ଷା ପରିଚାଳନା କରାଯିବ ସେ ନେଇ ସତର୍କତା ପ୍ରଭୃତି ଏଥିରେ ଅନ୍ୟତମ। 
 
ପାକିସ୍ତାନକୁ ସିନ୍ଧୁ ନଦୀରେ ଜଳ ପ୍ରତିବନ୍ଧକ
5. ପାକିସ୍ତାନକୁ ସିନ୍ଧୁ ନଦୀରେ ଜଳ ପ୍ରତିବନ୍ଧକ ପରେ ଭାରତ ପକ୍ଷରୁ ଦୁଇଟି ଜଳ ବିଦ୍ୟୁତ୍‍ ପ୍ରକଳ୍ପରେ ଜଳ ଧାରଣ କ୍ଷମତା ବୃଦ୍‍ଧି ଲାଗି ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଚୁକ୍ତି ବାତିଲ ନ ହୋଇଥିଲେ ଭାରତକୁ ଏଥିଲାଗି ପାକିସ୍ତାନକୁ ନୋଟିସ ଦେବାକୁ ପଡ଼ିଥାଆନ୍ତା। ଏବଂ ପୂର୍ବରୁ ପାକିସ୍ତାନର ଅସହଯୋଗ ହେତୁ ଏହି କାର୍ଯ୍ୟ ହୋଇପାରୁ ନଥିଲା। ଏହାସହ ଅନ୍ୟ ୬ଟି ସ୍ଥାନରେ ଜଳ ବିଦ୍ୟୁତ୍‍ ପ୍ରକଳ୍ପ  ନିର୍ମାଣ ଲାଗି ମଧ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ପ୍ରକଳ୍ପ ଅନେକ ବର୍ଷରୁ ପ୍ରସ୍ତାବିତ ହୋଇ ରହିଛି। ଜମ୍ମୁ କଶ୍ମୀର ଅଞ୍ଚଳପାଇଁ ଉଭୟ ଜଳ ସେଚନ ଓ ବିଦ୍ୟୁତ ଉତ୍ପାଦନରେ ଏହି ପ୍ରକଳ୍ପ ସହାୟକ ହେବ। 
 
ଭାରତର ଏୟାରଷ୍ଟ୍ରୋକ ନେଇ ପାକିସ୍ତାନ ଆଶଙ୍କା
6. ଭାରତ କୌଣସି ବି ମୁହୂର୍ତ୍ତରେ ସୀମାରେଖା ନିକଟରେ ଏୟାର ଷ୍ଟ୍ରାଇକ୍‍ କରିପାରେ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‍ କହିଛନ୍ତି। ପହଲଗାମଠାରେ ଧର୍ମ ଭିତ୍ତିରେ ୨୬ ଜଣଙ୍କୁ ହତ୍ୟା କରିବାର ପ୍ରତିଶୋଧ ସ୍ୱରୂପ ଏପରି ଆକ୍ରମଣ ଆଶଙ୍କା କରିଛି ପାକିସ୍ତାନ। ଏହା ପୂର୍ବରୁ ମଧ୍‍ୟ ଖ୍ୱାଜା ଆସିଫ୍‍ ଭାରତ ୪୮ ଘଣ୍ଟା ଭିତରେ ଆକ୍ରମଣ କରିବ ବୋଲି ବୟାନ ଦେଇଥିଲେ, ଯାହା ଭୁଲ ପ୍ରମାଣିତ ହୋଇଛି। 
 
ଇନଫ୍ଲୁଏନସରଙ୍କ ଉପରେ କଟକଣା 
7. ଜାତୀୟତା ବିରୁଦ୍ଧରେ ଅପପ୍ରଚାର କରୁଥିବା ସେଶାଲ୍‍ ମିଡିଆ ଓ ଏହାର ଇନ୍‍ଫ୍ଲୁଏନ୍ସର ମାନଙ୍କ ଉପରେ କଟକଣା ଜାରି କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।  କି ପ୍ରକାର କାର୍ଯ୍ୟକ୍ରମ ଏ ସମ୍ପରତ୍କରେ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ୮ ମେ ସୁଦ୍ଧା ପ୍ରଦାନ କରିବାକୁ ଷ୍ଟାଣ୍ଡିଂ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 
 
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବଢୁଛି ବିବାଦ
8. ପଶ୍ଚିମବଙ୍ଗର ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମୟରେ ଦଇତାପତି ସେବକଙ୍କ ବିବାଦୀୟ ବୟାନ ଏବଂ ଏହି ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ରିପୋର୍ଟରେ ଦୀଘା ସମୁଦ୍ରକୂଳକୁ ମହୋଦଧି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଶ୍ରୀ ଜଗନ୍ନାଥ ଧାମ ଭାବରେ ନାମିତ କରିବା ପ୍ରକ୍ରିୟାରୁ ବିରତ ରହିବାକୁ ଓଡ଼ିଶା  ପ୍ରଶାସନ ପକ୍ଷରୁ ଚିଠି ଲେଖାଯିବ। ଏହାସହ ସେବାୟତଙ୍କ ଆଚରଣ ଓ ଉଚାରଣ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବାକୁ ଏହି ରିପୋର୍ଟରେ ଉଲ୍ଲେଖ ରହିଛି। 
 
ପୁରୀ ହିଁ କେବଳ ଏକମାତ୍ର ଜଗନ୍ନାଥ ଧାମ: ଗଜପତି
9. ଦୀଘାକୁ ଜଗନନ୍ନାଥ ଧାମ ଭାବେ ନାମକରଣ ପ୍ରକ୍ରିୟାରୁ ବିରତ ରହିବାକୁ ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିରର ପୁଷ୍ଠପୋଷକମାନଙ୍କୁ ନିବେଦନ କରିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି କେବଳ ପୁରୀ ହିଁ ହେଉଛି ଜଗନ୍ନାଥ ଧାମ।  ଅନ୍ୟ କୌଣସି ସ୍ଥାନକୁ ଏହିପରି ନାମକରଣ କରାଯାଇପାରିବ ନାହିଁ। ଶାସ୍ତ୍ରମତ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ଏହାକୁ ସ୍ପଷ୍ଟ କରିଥିବା ସେ କହିଛନ୍ତି। 
 
ଆଜି ତୁମ୍ବ ବିନ୍ଧ ଅନୁକୂଳ ପୂଜା
10. ରଥ ନିର୍ମାଣର ଷଷ୍ଠଦିନରେ ଆଜି ତୁମ୍ବ ବିନ୍ଧ ଅନୁକୂଳ ପୂଜା ହେବ। ଏଥିପାଇଁ ତିନି ରଥର ତୁମ୍ବ ପାଇଁ ପରିବେଶ ଚଳଚଞ୍ଚଳ ହୋଇଛି। ଏବେ ରଥ ନିର୍ମାଣ ଲାଗି ୫୨ ଜଣ ମହାରଣା, ୪ଜଣ କରତୀ, ୯ ଜଣ କମାର ଏବଂ ୨୨ଜଣ ଭୋଇ ସେବକ ନିଯୁକ୍ତ ହୋଇଛନ୍ତି।
Add Zee News as a Preferred Source
About the Author