Top 10 News: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2556775

Top 10 News: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

Top 10 News: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

Top 10 News: ଚୁଟକିରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
1.odisha news: ସୁନ୍ଦରଗଡ଼ରୁ ଆସିଲା ଛାତି ଥରାଇବା ଭଳି ଚିତ୍ର। ସୀମା ଲଂଘିଲା ଅମାନବିକତା। ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ମାଡ଼ ମାରିଥିବା ଘଟଣାରେ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଦୁର୍ବୃତ୍ତ କେବଳ ବଙ୍ଗୀୟ ମିସ୍ତ୍ରୀଙ୍କୁ ନୁହେଁ, ବରଂ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ କର୍ମଚାରୀ ଓ ସାମ୍ବାଦିକଙ୍କୁ ମଧ୍ୟ ବାଦ ଦେଇ ନାହାନ୍ତି। ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଣି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି କାଣ୍ଡ ଭିଆଇଥିବା ନେଇ ସୂଚନା ରହିଛି। 
 
2.Airlines News: ଇଣ୍ଡିଗୋ ଏୟାରଲାଇନ୍ସର ପ୍ରାୟ 400 ଜଣ ଯାତ୍ରୀ 24 ଘଣ୍ଟା ଧରି ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିଛନ୍ତି। ବିମାନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବୈଷୟିକ କାର୍ଯ୍ୟ କାରଣରୁ ବିମାନ ସେବା ବିଳମ୍ବ ହୋଇଛି। ତେବେ ଯାତ୍ରୀମାନଙ୍କୁ ଆଉ କେତେ ସମୟ ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିବାକୁ ପଡିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ବର୍ତ୍ତମାନ ସମସ୍ତ ଯାତ୍ରୀ ବିମାନବନ୍ଦରରେ ଭୋକ ଉପାସରେ ରହିବା ସହ ଥଣ୍ଡାରେ ଥରୁଛନ୍ତି ।
 
3.Allu Arjun: ନୂଆଦିଲ୍ଲୀ: ଅଭିନେତା ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ସନ୍ଧ୍ୟା ସିନେମା ଥିଏଟର ଦଳାଚକଟା ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି। ଅଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ ହାଇଦ୍ରାବାଦର ଚିକକଡପାଲି ପୋଲିସ ଷ୍ଟେସନକୁ ନେଇଥିଲା। ଏହି ବିଷୟରେ ଅଭିନେତାଙ୍କୁ ଏଠାରେ ପଚରାଉଚରା କରାଯିବ। ମହିଳାଙ୍କ ମୃତ୍ୟୁକୁ ନେଇ ଅଲୁ ଅର୍ଜୁନ ଏବଂ ତାଙ୍କ ଦଳ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ। ଏହି ଅଭିନେତା ତାଙ୍କ ପରିବାରକୁ ମଧ୍ୟ ଭେଟି ୨୫ ଲକ୍ଷ ଟଙ୍କା ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
 
4.Odisha News:ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ୪ ଡିସିମିଲ ଜାଗା ; ଯେଉଁମାନଙ୍କୁ କମ୍ ଜାଗା ମିଳିଛି ସେମାନଙ୍କୁ ମଧ୍ୟ ମିଳିବ ସମାନ ପରିମାଣର ଜାଗା। ଏନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
 
5.Odisha News: ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା, ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପତ୍ର ପାଇଛନ୍ତି।
 
6.Delhi Election 2025: ଦିଲ୍ଲୀରେ ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଆମ୍ ଆଦମୀ ପାର୍ଟି ଶୁକ୍ରବାର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତୃତୀୟ ତାଲିକାରେ କେବଳ ଗୋଟିଏ ନାମ ଘୋଷଣା କରାଯାଇଛି। ଆଜ ଆଦମୀ ପାର୍ଟି ନଜଫଗଡରୁ ତରୁଣ ଯାଦବଙ୍କୁ ଟିକେଟ ଦେଇଛି।
 
7.Delhi: ଦିଲ୍ଳୀର ଅତି କମ୍‌ରେ ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ବୋମା ଧମକ ମିଳିବା ପରେ ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା ପାଇଁ ଇ‌-ମେଲ୍‌ର ରିପ୍ଲାଏ କର। 
 
8.CM’s Grievance on 16th:  ଆସନ୍ତା ସୋମବାରଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଅକ୍ଟୋବର ୨୮ ତାରିଖରୁ ଏହି ଅଭିଯୋଗ ଶୁଣାଣି ବନ୍ଦ ରହିଛି। ଏଣୁ ସେହଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲାଗି ଯେଉଁମାନେ ନିଜର ଆବେଦନ କରିଥିଲେ ସେମାନେ ହିଁ ଏହି ଶୁଣାଣୀରେ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। 
 
9.Disaster Management 2004 Bill passed: ଲୋକସଭାରେ ବିପର୍ଯ୍ୟୟ ପ୍ରଶମନ ବିଧେୟକ ୨୦୨୪ ପାରିତ ହୋଇଛି। ଏବେ ଏହା ରାଜ୍ୟସଭାରେ ଅନୁମୋଦନ ଲାଗି ଉପସ୍ଥାପନ କରାଯିବ। ଏହି ବିଧେୟକରେ ବିପର୍ଯ୍ୟୟ ପ୍ରଶମନକୁ ଅଧିକ ମଜଭୁତ କରିବା ପାଇଁ ଉଦ୍ୟମ ହୋଇଛି। ବିଶେଷକରି ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣଗୁଡ଼ିକୁ ମଜଭୁତ କରିବା, ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି ଓ ଉଚ୍ଚକ୍ଷମତାପନ୍ନ କମିଟିକୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ କରିବାକୁ ଏହି ସଂଶୋଧନ ବିଧେୟକ ଲକ୍ଷ୍ୟ ରଖିଛି। 
 
10.IND vs AUS 3rd Test: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ସିରିଜର ତୃତୀୟ ମ୍ୟାଚ୍ ଶନିବାର ଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ୧୪ ଡିସେମ୍ବରରୁ ଗାବାର ଐତିହାସିକ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଭଭୟ ଦଳ ନିଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ଏପରିକି ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ପ୍ଲେଇଂ ଇଲେଭେନ୍ ଘୋଷଣା କରି ସାରିଛି। ତେବେ ଟିମ୍ ଇଣ୍ଡିଆର ନିଜର ପ୍ଲେଇଂ ଇଲେଭେନର ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଶନିବାର ମ୍ୟାଚ୍ ଆରମ୍ଭ ହେବ, ସେତେବେଳେ ହିଁ ରୋହିତ ଶର୍ମା ଟସ୍ ସମୟରେ ନିଜ ପ୍ଲେଇଂ ଇଲେଭେନ୍ ବିଷୟରେ ସୂଚନା ଦେବେ।