Top 10 Odia News Headlines: ଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 Odia News Headlines 15 May 2025: H1. CM Majhi issues stern warning to CDOs BDOs: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ।
H2. Unseasonal rains declared a state-wide disaster: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ।
H3. Puri Howrah Vande Bharat Express Expands: ଭାରତୀୟ ରେଳବାଇ ପ୍ରିମିୟମ୍ ସେମି-ହାଇ-ସ୍ପିଡ୍ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ରେ ଚାରୋଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ଯୋଡିବାକୁ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ଯାତ୍ରୀମାନଙ୍କ ପାଇଁ କ୍ଷମତା ଏବଂ ଆରାମ ଆହୁରି ବୃଦ୍ଧି ପାଇବ।
H4. Jharsuguda is the hottest town in Odisha: ଗୁରୁବାର ଦିନ ଝାରସୁଗୁଡା ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି। ରାଜ୍ୟ ସାରା ଜାରି ରହିଥିବା ଗ୍ରୀଷ୍ମ ଲହରୀ ମଧ୍ୟରେ ଏଠାରେ ୪୨.୨° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ X (ପୂର୍ବରୁ ଟ୍ୱିଟର) ରେ ନିଜ ଅଫିସିଆଲ୍ ହ୍ୟାଣ୍ଡେଲ ମାଧ୍ୟମରେ ଏହି ତଥ୍ୟ ସେୟାର କରିଛନ୍ତି।
H5. Woman dies at OYO hotel: ବୁଧବାର ଦିନ ରାତିରେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଥିବା ଏକ OYO ହୋଟେଲର ଦ୍ୱିତୀୟ ମହଲାରୁ ପଡ଼ି ଜଣେ ଯୁବତୀଙ୍କ ରହସ୍ୟମୟ ଭାବରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନୟାଗଡ ଜିଲ୍ଲାର ସୋନାଲି ମହାପାତ୍ର ବୋଲି ଚିହ୍ନଟ କରାଯାଇଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି।
H6. President Murmu asked 14 questions to Supremcourt: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମ୍ କୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି। ଏସବୁ ପ୍ରଶ୍ନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ କ୍ଷମତା ବାବଦରେ ସମ୍ବିଧାନର ବ୍ୟବସ୍ଥାକୁ ଅନୁଶୀଳନ ଲାଗି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲ-୮ ତାରିଖରେ ସୁପ୍ରିମକୋର୍ଟ କୌଣସି ବିଧେୟକକୁ ଅନୁମୋଦନ ଦେବା ଲାଗି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସମୟସୀମା ନିର୍ଦ୍ଧାରଣ ଲାଗି ରାୟ ଦେଇଥିଲେ କୋର୍ଟ। ଏହି ରାୟକୁ ଅନୁଶୀଳନ କରି ରାଷ୍ଟ୍ରପତି ଏକ ଶକ୍ତ ଜବାବ ଦେଇଛନ୍ତି।
H7. Former CJI Chandrachud got Big Responsibility: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) DY ଚନ୍ଦ୍ରଚୂଡ଼ଙ୍କୁ ଦିଲ୍ଲୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU)ରେ ବିଶିଷ୍ଟ ପ୍ରଫେସର ଭାବରେ ନିଯୁକ୍ତ କରାଯାଇଛି। ପ୍ରତିଷ୍ଠାନ ଏହାକୁ ଭାରତୀୟ ଆଇନ ଶିକ୍ଷାରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ ବୋଲି କହିଛି। ପୂର୍ବତନ CJI ତାଙ୍କ ଅବସରର ଛଅ ମାସ ପରେ ଏହି ଦାୟିତ୍ୱ ପାଇଛନ୍ତି। ସେ ନଭେମ୍ବର ମାସରେ CJI ପଦରୁ ଅବସର ନେଇଥିଲେ।
H8. Jammu kashmir Encounter: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ ତ୍ରାଲ ଏବଂ ଶୋପିଆନ ଅଞ୍ଚଳରେ ଦୁଇଟି ବଡ଼ ଏନକାଉଣ୍ଟର କରିଥିଲା। ଏହି ଅପରେସନରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
H9. UPSC Exam calendar 2026: UPSC ନିଜର ପରୀକ୍ଷା କ୍ୟାଲେଣ୍ଡର ଜାରି କରିଛି। UPSC ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ଏହି ପରୀକ୍ଷା କ୍ୟାଲେଣ୍ଡର ଯାଞ୍ଚ କରିପାରିବେ। ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ କମ୍ବାଇନ୍ ଜିଓଲୋଜିଷ୍ଟ ପରୀକ୍ଷା ପାଇଁ ବିଜ୍ଞପ୍ତି ୩ ସେପ୍ଟେମ୍ବରରେ ପ୍ରକାଶିତ ହେବ। ଯେତେବେଳେ କି ପ୍ରିଲିମ୍ସ ପରୀକ୍ଷା ୮ ଫେବୃଆରୀରେ ଅନୁଷ୍ଠିତ ହେବ।
H10. India Squad For England Tour: ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ଜୁନ୍-ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି। ଯେଉଁଠାରେ ଦୁଇ ଦଳ ମଧ୍ୟରେ ୫ଟି T20 ଏବଂ ୩ଟି ODI ମ୍ୟାଚ୍ ଖେଳାଯିବ। ଉଭୟ ସିରିଜରେ ହରମନପ୍ରୀତ କୌର ଟିମ୍ ଇଣ୍ଡିଆର ଅଧିନାୟକ ରହିବେ। ଯେତେବେଳେ କି ସ୍ମୃତି ମନ୍ଧାନାଙ୍କୁ ଉଭୟ ସିରିଜ ପାଇଁ ଦଳର ଉପ-ଅଧିନାୟିକା ଭାବରେ ମନୋନୀତ କରାଯାଇଛି।