Top 10 Odia News Headlines: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ଅନୁମୋଦନ ଦେଇଛି । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 Odia News Headlines 14 May 2025: H1. Cabinet Approves 11.25% Reservation For SEBC: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ଅନୁମୋଦନ ଦେଇଛି । ୨୦୨୫- ୨୬ ଶିକ୍ଷାବର୍ଷରୁ ସରକାରୀ ବିଶ୍ୱବିଦ୍ୟାଳୟ, ମାଧ୍ୟମିକ (+୨) ଓ ବୃତ୍ତିମୂଳକ ଶିକ୍ଷା ଅନୁଷ୍ଠାନମାନଙ୍କରେ ଏହି ବ୍ୟବସ୍ଥା ଲାଗୁ ହେବ ।
H2. New Chairperson of ORERA: ଓଡ଼ିଶା ସ୍ଥାବର ସମ୍ଫତ୍ତି ନିୟାମକ ପ୍ରାଧିକରଣ (ORERA)ରେ ଏକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ପରିବର୍ତ୍ତନ ହୋଇଛି। ଅସିତ କୁମାର ମହାପାତ୍ରଙ୍କୁ ଏହାର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କ ସହିତ ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ମଧ୍ୟ ସଦସ୍ୟ ଭାବରେ ସାମିଲ କରାଯାଇଛି। ଯାହା ନିୟାମକ ସଂସ୍ଥା ପାଇଁ ଏକ ନୂତନ ଦୃଷ୍ଟିକୋଣ ଆଣିବ ବୋଲି କୁହାଯାଉଛି।
H3. Odisha CM Leads Tricolour Bike Rally: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।
H4. No cyclone threat to Odisha at present: ମିଡିଆ ରିପୋର୍ଟ ଅନୁଯାୟୀ ମେ ୨୩ ରୁ ମେ ୨୮ ମଧ୍ୟରେ ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହୋଇପାରେ। ଯାହା ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ସୃଷ୍ଟି କରିଛି। IMD ଏହା ଉପରେ ସ୍ପଷ୍ଟିକରଣ ଦେଇ କହିଛି ଯେ ବର୍ତ୍ତମାନ ଯାଏଁ ବାତ୍ୟା ହେବା ନେଇ କୌଣସି ନିଶ୍ଚିତ ସୂଚନା ନାହିଁ।
H5. Security tightened in Odisha’s Paradip Port: ପାରାଦୀପ ବନ୍ଦରରେ ୨୧ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କ ସହିତ ଏକ ବାଣିଜ୍ୟ ଜାହାଜ ପହଞ୍ଚିବା ପରେ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଯାଇ ଏହା ଉପରେ ନଜର ରଖାଯାଇଛି। ଜାତୀୟ ସୁରକ୍ଷାର ଯେକୌଣସି ଉଲ୍ଲଂଘନକୁ ପ୍ରତିହତ କରିବା ପାଇଁ ସାମୁଦ୍ରିକ ପୋଲିସ, CISF ଏବଂ କଷ୍ଟମ୍ସ ବିଭାଗର କର୍ମଚାରୀମାନେ ଜାହାଜର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି।
H6. Modi Cabinet Decisions: ମୋଦି କ୍ୟାବିନେଟ୍ ଦେଶର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ କୁ ଅନୁମୋଦନ କରିଛି। ଯାହା ବୈଷୟିକ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ଏବଂ ଚୀନ୍କୁ କଡ଼ା ଜବାବ ଦେବ। ଏହି ୟୁନିଟ୍ ଉତ୍ତର ପ୍ରଦେଶର ଜେୱାରରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ ୩୭୦୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ପ୍ରାୟ ୨୦୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ।
H7. JNU Turkey MoU Suspended: ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ବୁଧବାର ଦିନ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଦ୍ୱିପାକ୍ଷିକ ବୁଝାମଣାପତ୍ର (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। JNU ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ଏହି ସୂଚନା ସେୟାର କରିଛି।
H8. Bhargavastra rocket trials: ଭାରତ ସ୍ୱଦେଶୀ ଭାର୍ଗବସ୍ତ୍ର ଆଣ୍ଟି-ଡ୍ରୋନ୍ ସିଷ୍ଟମର ସଫଳତାର ସହ ପରୀକ୍ଷଣ କରିଛି। ଏହି ସିଷ୍ଟମ ଏକକାଳୀନ ୬୪ଟି ଗାଇଡେଡ୍ ମାଇକ୍ରୋ-ମିସାଇଲ୍ ନିକ୍ଷେପ କରିବାର କ୍ଷମତା ରଖେ। ଯାହାକୁ ଡ୍ରୋନ୍ ଗୁଡିକୁ ନିଷ୍କ୍ରିୟ କରିବାର ଏକ ଚମତ୍କାର ସମାଧାନ କରିଥାଏ। ଏହି ଡ୍ରୋନ୍-ବିରୋଧୀ ପ୍ରଣାଳୀକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ବିକଶିତ କରାଯାଇଛି।
H9. Indus Water Treaty suspension: ପାକିସ୍ତାନ ପୁଣିଥରେ ଭାରତକୁ ସିନ୍ଧୁ ଜଳ ଚୁକ୍ତିନାମା ପୁନଃସ୍ଥାପିତ କରିବାକୁ ନିବେଦନ କରିଛି। ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଆବେଦନ କରିଛି। ଇଣ୍ଡିଆ ଟୁଡେ ସୂତ୍ରକୁ ଉଦ୍ଧୃତ କରି ଲେଖିଛି ଯେ ଏହି ଚିଠିରେ ପାକିସ୍ତାନ କହିଛି ଯେ ଭାରତର ଏହି ପଦକ୍ଷେପ ପଡ଼ୋଶୀ ଦେଶରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ।
H10. BSF jawan PK Sahu returns safely: ପାକିସ୍ତାନ ସହିତ ଜାରି ଉତ୍ତେଜନା ମଧ୍ୟରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଚାପରେପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାର ସାହୁଙ୍କୁ ହେପାଜତରୁ ମୁକ୍ତ କରିଛି। ୨୩ ଏପ୍ରିଲରେ ପୂର୍ଣ୍ଣମ କୁମାର ସାହୁଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ଅନ୍ତର୍ଜାତୀୟ ସୀମାରୁ ଧରି ନେଇଥିଲେ। ସେବେଠାରୁ ତାଙ୍କୁ ଫେରାଇ ଆଣିବାକୁ ଦାବି ହେଉଥିଲା। ଆଜି ୧୪ ମଇରେ ସେ ପ୍ରାୟ ୨୦ ଦିନ ପରେ ଭାରତକୁ ଫେରିଛନ୍ତି।