Top 10 News Headlines: ଶନିବାର ଦିନ NEET-UG-2025 ରେଜଲ୍ଟ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପ୍ରକାଶ ପାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 14 Jun 2025: NEET UG 2025 results out: ଶନିବାର ଦିନ NEET-UG-2025 ରେଜଲ୍ଟ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପ୍ରକାଶ ପାଇଛି। ଏହି ପରୀକ୍ଷା ୨୨ ଲକ୍ଷ ୯ ହଜାର ୩୧୮ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ଏଥିମଧ୍ୟରୁ ମୋଟ ୧୨ ଲକ୍ଷ ୩୬ ହଜାର ୫୩୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସ୍ନେହାଶିଷ ଦାସ NEET UG 2025 ରେ ଓଡ଼ିଶାରୁ ଟପର୍ ହୋଇ ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନ ହାସଲ କରିଛନ୍ତି।
CRPF Jawan Killed In IED Blast: ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲାରେ ମାଓ ବିରୋଧୀ ଅପରେସନ ସମୟରେ ଏକ ଶକ୍ତିଶାଳୀ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ଯୋଗୁଁ ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କ ମୃତ୍ୟୁ ଘଟିଛି। ଘଟଣାଟି କେ. ବଲାଙ୍ଗ ଥାନା ଅନ୍ତର୍ଗତ କୁଆରୀ ପାହାଡ଼ ଅଞ୍ଚଳର ବାଙ୍କୋ ପଥର ଖଣି ନିକଟରେ ଘଟିଛି।
Jajpur District Admin Bans Mass Feasts: ଯାଜପୁର ଜିଲ୍ଲାରେ ହଇଜା ପ୍ରକୋପ ଯୋଗୁଁ ପ୍ରଶାସନ ରଜ ପର୍ବରେ ସାମୁହିକ ଭୋଜି ଏଡାଇବାକୁ ଏଠାକାର ବାସିନ୍ଦାଙ୍କୁ ପରାମର୍ଶ ଦେଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଲୋକମାନଙ୍କୁ ଘରେ ରନ୍ଧା ଖାଦ୍ୟ ଖାଇବା, ଫୁଟା କିମ୍ବା ଫିଲ୍ଟର କରାଯାଇଥିବା ପାଣି ପିଇବା ଏବଂ ଭଲ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।
IMD Issues Orange Alert: ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଚାରି ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ସାରା ଅଗ୍ରଗତି କରୁଥିବାରୁ ଝଡ଼ବର୍ଷା, ବିଜୁଳି, ପବନ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି।
PM Modi To Hold Road Show In Bhubaneswar:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ରୋଡ୍ ଶୋ କରିବେ।
Air India announces additional Rs 25 lakh compensation: ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମ୍ପର୍କରେ ଶନିବାର ଏୟାର ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ତୁରନ୍ତ ଆର୍ଥିକ ଆବଶ୍ୟକତା ପାଇଁ ବିମାନ କମ୍ପାନୀ ମୃତକଙ୍କ ପରିବାର ଏବଂ ଏକମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଘୋଷଣା କରିଛି। ଏହି ରାଶି ଟାଟା ସନ୍ସ ଦ୍ୱାରା ଘୋଷଣା କରାଯାଇଥିବା ୧ କୋଟି ଟଙ୍କାର ସହାୟତା ସହିତ ଅତିରିକ୍ତ ଭାବେ ମିଳିବ।
PM to visit 3 countries: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ଶୀଘ୍ର ତିନୋଟି ଦେଶ ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ଆଜି ଏହି ସୂଚନା ଜାରି କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ବିଶ୍ୱ ଅଂଶୀଦାର ମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ଏବଂ ରଣନୈତିକ ସହଭାଗୀତାକୁ ମଜବୁତ କରିବା।
SCO Statement on Iran-Israel Conflict: ସାଂଘାଇ ସହଯୋଗ ସଂଗଠନ (SCO) ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। ଏହାର ବୟାନରେ SCO ଇରାନ ଉପରେ ଇସ୍ରାଏଲ ଦ୍ୱାରା ଆକ୍ରମଣକୁ ନିନ୍ଦା କରିଛି। ତଥାପି ଭାରତ ଶନିବାର (ଜୁନ୍ ୧୪) SCO ବୟାନରୁ ନିଜକୁ ଦୂରେଇ ରଖିଛି।
Iran threatens America, France and UK: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଏହି ସମୟରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲୀୟ ଆକ୍ରମଣରେ ପରମାଣୁ ବୈଜ୍ଞାନିକ, ସାମରିକ କମାଣ୍ଡରଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଅନୁଯାୟୀ ଇରାନ ମଧ୍ୟ ପ୍ରତିଶୋଧ ନେଇଛି। ଇରାନ ଏବେ ଫ୍ରାନ୍ସ, ଆମେରିକା ଓ ୟୁକେକୁ ଧମକ ଦେଇ କହିଛି ଯେ ଯଦି ସେମାନେ ଆକ୍ରମଣ ବନ୍ଦ କରିବାରେ ସାହାଯ୍ୟ କରନ୍ତି, ତେବେ ସେମାନଙ୍କର ଜାହାଜ ଏବଂ ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରାଯିବ।
South africa won wtc final 2025: ଦକ୍ଷିଣ ଆଫ୍ରିକା ଶନିବାର ଦିନ ଅଷ୍ଟ୍ରେଲିଆକୁ ପରାସ୍ତ କରି ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ ଜିତିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ପାଇଁ ୨୮୨ ରନର ଟାର୍ଗେଟ ରଖିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ଏଡେନ୍ ମାକ୍ରମଙ୍କ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ୧୪୭ ରନର ଭାଗୀଦାରୀ ଯୋଗୁଁ ୫ ୱିକେଟରେ ହାସ କରିନେଇଥିଲା। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୧୯୯୮ ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।