Advertisement
Article Detail0/zeeodisha/odisha2761133
Zee OdishaTop 10 NewsTop 10 News: ଆସନ୍ତା ମାସ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ, ରାଜା ଚକ୍ର ଜାମିନ ଆବେଦନ ହେଲା ଖାରଜ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News: ଆସନ୍ତା ମାସ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ, ରାଜା ଚକ୍ର ଜାମିନ ଆବେଦନ ହେଲା ଖାରଜ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 Odia News Headlines: ଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 Odia News Headlines 16 May 2025
Top 10 Odia News Headlines 16 May 2025

Top 10 Odia News Headlines 16 May 2025: H1. CM Majhi Launches Dubuna Mine On OMC: ଓଡ଼ିଶା ଖଣି ନିଗମର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡୁବୁନା ଖଣିର ପୁନଃ ଆରମ୍ଭ ସହ ବଡ଼ବିଲ ଏବଂ କୋଇଡ଼ା ଖଣି ଅଞ୍ଚଳର ୯୨୦ କି.ୱାଟ ପି ସୋଲାର ପ୍ଲାଣ୍ଟ ଓ ତିରିଙ୍ଗପାହାଡ଼ ଖଣି ଏବଂ ରେଙ୍ଗାଲବେଡ଼ାସ୍ଥିତ ଆର୍.ଆର୍ କଲୋନୀକୁ ବିଦ୍ୟୁତ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

H2. PM Narendra Modi likely to visit Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଭାରତୀୟ ଜନତା ପାର୍ଟି ନେତୃତ୍ୱର ସରକାରଙ୍କ ବାର୍ଷିକୀ ଉତ୍ସବରେ ସାମିଲ ହେବା ପାଇଁ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଓଡ଼ିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା କରିଛନ୍ତି । ମନ୍ତ୍ରୀ ପୂଜାରୀ ଆହୁରି ସୂଚନା ଦେଇଛନ୍ତି ଯେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କ୍ୟାବିନେଟର ଅନେକ ସଦସ୍ୟ ରହିବେ।

H3. Vande Bharat Express between Tatanagar-Puri soon: ଭାରତୀୟ ରେଳବାଇ ଝାଡ଼ଖଣ୍ଡର ଟାଟାନଗରକୁ ଓଡ଼ିଶାର ପୁରୀ ସହିତ ସଂଯୋଗ କରୁଥିବା ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯାହାର ଲକ୍ଷ୍ୟ ଉଭୟ ରାଜ୍ୟରେ ଆଞ୍ଚଳିକ ପରିବହନ ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା।

Add Zee News as a Preferred Source

H4. High Court Denies Bail To Raja Chakra: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଶୁକ୍ରବାର ଦିନ ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ର ଏବଂ ତାଙ୍କର ତିନି ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଏବଂ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

H5. 16 IAS officers promoted: ରାଜ୍ୟ ସରକାର ଲୋକସେବା ଭବନରେ ନିକଟରେ ନିଯୁକ୍ତି ପାଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଗତକାଲି (୧୫ ମଇ) ଏହି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।

H6. Grap one restrictions imposed in delhi: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରଦୂଷଣ ଦେଖାଦେଇଛି। ଯାହା ଯୋଗୁଁ GRAP 1 କଟକଣା ମଧ୍ୟ ଲାଗୁ କରାଯାଇଛି। ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇ ଆସୁଥିଲା। ଏବେ ପରିସ୍ଥିତି ଆହୁରି ଖରାପ ହେବା ପରେ, ଗ୍ରେପ୍ ୱାନ୍ ଉପରେ କଟକଣା ଲାଗୁ କରାଯାଇଛି। 

H7. Supreme Court To West Bengal Government: ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ୨୫% DA (ମହଙ୍ଗା ଭତ୍ତା) ଦେବାକୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି, ବିଚାରପତି ସଞ୍ଜୟ କାରୋଲ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ତିନି ମାସ ମଧ୍ୟରେ ଦେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

H8. NIA Raids 15 Locations In Punjab: ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ବବର ଖାଲସା ଇଣ୍ଟରନ୍ୟାସନାଲ (BKI)ର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣକୁ ଆହୁରି କଡ଼ାକଡ଼ି କରି ଜାତୀୟ ତଦନ୍ତ ସଂସ୍ଥା (NIA) ଗତ ବର୍ଷ ଡିସେମ୍ବରରେ ଗୁରୁଦାସପୁର ଜିଲ୍ଲାର ଏକ ପୋଲିସ ଷ୍ଟେସନ ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ଶୁକ୍ରବାର ଦିନ ପଞ୍ଜାବର ୧୫ଟି ସ୍ଥାନରେ ଚଢାଉ କରିଛି। 

H9. MHA transferred 66 IAS and IPS officers: ଗୃହ ମନ୍ତ୍ରଣାଳୟ ୬୬ ଜଣ IAS ଏବଂ IPS ଅଧିକାରୀଙ୍କ ପୋଷ୍ଟିଂକୁ ବଦଳି କରିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ଅନୁଯାୟୀ ଡିସିପି ନୂଆଦିଲ୍ଲୀ ଦେବେଶ ମହାଲା ଏବଂ ଡିସିପି ଦକ୍ଷିଣ ପଶ୍ଚିମ ସୁରେନ୍ଦ୍ର ଚୌଧୁରୀଙ୍କୁ ଅରୁଣାଚଳ ପ୍ରଦେଶ ପଠାଯାଇଛି। ଯେତେବେଳେ କି ସଞ୍ଜୀବ କୁମାର ଯାଦବଙ୍କୁ ଜମ୍ମୁ କାଶ୍ମୀରରୁ ଦିଲ୍ଲୀ ଫେରାଇ ଅଣାଯାଇଛି।

H10. India A’s squad for tour of England: ଆଇପିଏଲ୍ ୨୦୨୫ ଶେଷ ହେବା ପରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ଏ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦୁଇଟି ଚାରି ଦିନିଆ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବ। ବିସିସିଆଇ ୧୮ ମଇ ସନ୍ଧ୍ୟାରେ ଏହି ଦୁଇଟି ମ୍ୟାଚ୍ ପାଇଁ ଭାରତ ଏ ଦଳ ଘୋଷଣା କରିଛି। ଅଭିମନ୍ୟୁ ଈଶ୍ୱରନ୍ ଏହି ଦୁଇଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବେ। ଯେତେବେଳେ ଧ୍ରୁବ ଜୁରେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।

About the Author