Top 10 News Headlines: ମଙ୍ଗଳବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା ଯାଜପୁର, କେଉଁଝର, ଭଦ୍ରକ, କଟକ ଓବ ଢେଙ୍କାନାଳ ଜିଲ୍ଲାର ଡାଇରିଆ ପରିସ୍ଥିତି ଏବଂ ପ୍ରତିରୋଧୀ ପଦକ୍ଷେପ ସମୀକ୍ଷା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 17 Jun 2025: CA Ahuja Reviews Diarrhoea Situation: ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା ଯାଜପୁର, କେଉଁଝର, ଭଦ୍ରକ, କଟକ ଓବ ଢେଙ୍କାନାଳ ଜିଲ୍ଲାର ଡାଇରିଆ ପରିସ୍ଥିତି ଏବଂ ପ୍ରତିରୋଧୀ ପଦକ୍ଷେପ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ଏବଂ ସଚିବ ଅଶ୍ୱତୀ ଏସ୍ ପରିସ୍ଥିତି ସମ୍ପର୍କରେ ସୂଚନା ଉପସ୍ଥାପନ କରିଥିଲେ। ପ୍ରଭାବିତ ଜିଲ୍ଲାଗୁଡ଼ିକର କଲେକ୍ଟରମାନେ ମଧ୍ୟ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ।
Odisha To Launch Online Ambulance Booking Service: ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଡିଜିଟାଇଲାଜ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆମ୍ବୁଲାନ୍ସ ସେବାକୁ ଖୁବ୍ ଶୀଘ୍ର ଓଡ଼ିଶା ଯାତ୍ରୀ ମୋବାଇଲ୍ ଆପ୍ ସହିତ ସଂଯୁକ୍ତ କରାଯିବ। ଯାହା ଦ୍ୱାରା ଲୋକମାନେ କ୍ୟାବ୍ କିମ୍ବା ଅଟୋ ବୁକ୍ କରିବା ପରି ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସ ଅନଲାଇନରେ ବୁକ୍ କରିପାରିବେ।
Excise SI Arrested For Taking Bribe: ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜଣେ ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର (SI) ଅମରେନ୍ଦ୍ର ଶତପଥୀଙ୍କୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଛି। ଅମରେନ୍ଦ୍ର ଶତପଥୀ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅବକାରୀ ଷ୍ଟେସନର ଇନଚାର୍ଜ ଭାବରେ କାର୍ଯ୍ୟ କରୁଥିଲେ।
CM Majhi on Gopalpur Beach Case: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ।
Naveen Patnaik On Gopalpur Beach Case: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ X ରେ ଏକ ପୋଷ୍ଟ କରି ଏହା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି...।"
SJTA Chief Invites Odisha Governor: ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀର ମୁଖ୍ଯ ପ୍ରଶାସକ, ଡ଼. ଅରବିନ୍ଦ କୁମାର ପାଢ଼ୀ ଆଜି ରାଜଭବନରେ ମାନ୍ଯବର ରାଜ୍ଯପାଳ ଶ୍ରୀ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଭେଟି, ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ମାନ୍ଯବର ରାଜ୍ଯପାଳ ଏହି ଆମନ୍ତ୍ରଣ ପାଇଁ ଡ଼.ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ଘୋଷଯାତ୍ରା ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛି।
Air India Cancels Six International Flights: ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ବିଭିନ୍ନ କାରଣ ଯୋଗୁଁ ମଙ୍ଗଳବାର ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିଛି। ଏହି କାରଣଗୁଡ଼ିକ ମଧ୍ୟରେ ବୋଇଂର ଡ୍ରିମଲାଇନର ବିମାନ ସମ୍ପର୍କରେ ଚାଲିଥିବା କଡ଼ା ତଦନ୍ତ ମଧ୍ୟ ଅନ୍ତର୍ଭୁକ୍ତ। ଆଜି ଏୟାର ଇଣ୍ଡିଆ ଦ୍ୱାରା ବାତିଲ କରାଯାଇଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟରେ ଲଣ୍ଡନ-ଅମୃତସର ଏବଂ ଦିଲ୍ଲୀ-ଦୁବାଇ ବିମାନ ଅନ୍ତର୍ଭୁକ୍ତ।
Israel Warn Ali Khamenei: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଇରାନର ସମସ୍ତ ପରମାଣୁ ସ୍ଥାନକୁ ଧ୍ୱଂସ କରିବାକୁ ପ୍ରତିଜ୍ଞା କରିଛି। ପ୍ରଥମେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କୁ ଧମକ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଖାମେନି ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ପରି ସମାନ ଭାଗ୍ୟ ଭୋଗିପାରନ୍ତି।
India moves students out of Tehran: ଇସ୍ରାଏଲ-ଇରାନ ସାମରିକ ସଂଘର୍ଷ ମଧ୍ୟରେ ତେହେରାନରୁ ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ ଆର୍ମେନିଆରେ ପହଞ୍ଚିଛି। ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ଥଳପଥରେ ଆର୍ମେନିଆରେ ପ୍ରବେଶ କରିଛନ୍ତି। ସେମାନେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ବିମାନ ଯୋଗେ ଦିଲ୍ଲୀ ଅଣାଯିବ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷ ଯୋଗୁଁ ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି।
ICC plans 4 day Tests: ଟେଷ୍ଟ ମ୍ୟାଚ୍ ନାମ ଶୁଣିବା ମାତ୍ରେ ପ୍ରଥମେ ମନକୁ ଆସେ ଯେ ଏହା ଏକି ପାଞ୍ଚ ଦିନିଆ ମ୍ୟାଚ୍। କିନ୍ତୁ ବର୍ତ୍ତମାନ ଏହାର ପରିବର୍ତ୍ତନ ହୋଇପାରେ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚକ୍ର ଆରମ୍ଭ ହୋଇଛି। କିନ୍ତୁ ଏହା ସମ୍ଭବ ଯେ ଆଗାମୀ ସମୟରେ ଟେଷ୍ଟ ମ୍ୟାଚ୍ ଗୁଡ଼ିକରେ କମ ଦିନ ରହିପାରେ। ଆଇସିସି ୪ ଦିନିଆ ଟେଷ୍ଟ ମ୍ୟାଚ୍ କିରବାକୁ ଯୋଜନା କରୁଛି। ଖୁବ୍ ଶୀଘ୍ର ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇପାରେ।