Advertisement
Article Detail0/zeeodisha/odisha2762357
Zee OdishaTop 10 NewsTop 10 News: ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଲଗାଯିବ ୬ କୋଟି ଟଙ୍କାର ତାଳ ଗଛ, ୟୁଟୁବର ଜ୍ୟୋତି ମାଲହୋତ୍ରା ଗିରଫ୍, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News: ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଲଗାଯିବ ୬ କୋଟି ଟଙ୍କାର ତାଳ ଗଛ, ୟୁଟୁବର ଜ୍ୟୋତି ମାଲହୋତ୍ରା ଗିରଫ୍, ପଢ଼ନ୍ତୁ ୧୦ ବଡ଼ ଖବର

Top 10 Odia News Headlines: ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଏବଂ ପରିବେଶ ବିଭାଗ ରାଜ୍ୟ ସାରା ତାଳ ଗଛ ଲଗାଇବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଘୋଷଣା କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 Odia News Headlines 17 May 2025
Top 10 Odia News Headlines 17 May 2025

Top 10 Odia News Headlines 17 May 2025: H1. Bomb bag recovered near pipili puri: ପୁରୀ ଜିଲ୍ଲାର ପିପିଲି ଟୋଲ୍ ପ୍ଲାଜା ନିକଟବର୍ତ୍ତୀ ଓରକାଲ ଗ୍ରାମ ରାସ୍ତାରେ ରାସ୍ତା କଡ଼ରେ ଥିବା ଏକ ବୁଦାରୁ ୫ ରୁ ଅଧିକ ବୋମା ଥିବା ଏକ ବ୍ୟାଗ ଉଦ୍ଧାର କରାଯାଇଛି। ପୁରୀରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ପିପିଲି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତା ଯୋଗୁଁ ସମ୍ଭବତଃ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୋମାଗୁଡ଼ିକ ରଖାଯାଇଥିବା ସନ୍ଦେହ କରାଯାଉଛି।

H2. No New Covid-19 Cases Detected In Odisha: ହଂକଂ ଏବଂ ସିଙ୍ଗାପୁର ପରି ଏସୀୟ ଦେଶରେ ନୂତନ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ।  ଏହି ପରିପ୍ରେକ୍ଷୀରେ ମତ ରଖି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ କରୋନାର ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

H3. High Court To Remain Closed For Summer Vacation: ଓଡ଼ିଶା ହାଇକୋର୍ଟ ଏହାର ବାର୍ଷିକ ଗ୍ରୀଷ୍ମ ଛୁଟି ପାଇଁ ମେ ୧୯ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ। ଯଦିଓ ଜରୁରୀ ମାମଲା ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ତାରିଖରେ ଛୁଟି ବେଞ୍ଚଗୁଡ଼ିକ ବସିବେ ବୋଲି କୋର୍ଟ ଆଜି ଜାରି ଏକ ବିଜ୍ଞପ୍ତିରେ କହିଛନ୍ତି। ଛୁଟି ବେଞ୍ଚଗୁଡ଼ିକ ମେ ୨୦, ମେ ୨୩, ମେ ୨୭, ମେ ୩୦, ଜୁନ ୩, ଜୁନ ୪, ଜୁନ ୧୦ ଏବଂ ଜୁନ ୧୩ ରେ ସକ୍ରିୟ ରହିବେ।

Add Zee News as a Preferred Source

H4. Odisha To Invest Rs 6 Cr in Palm Tree: ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଏବଂ ପରିବେଶ ବିଭାଗ ରାଜ୍ୟ ସାରା ତାଳ ଗଛ  ଲଗାଇବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଘୋଷଣା କରିଛି। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୬ କୋଟି ଟଙ୍କାର ଆନୁମାନିକ ନିବେଶ ଲକ୍ଷ୍ୟ ରଖିଛି।

H5. Mohan Bhagwat On India-Pakistan: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ ଶନିବାର ଦିନ କହିଛନ୍ତି ଯେ ଦେଶ ଯେତେବେଳେ ଶକ୍ତିଶାଳୀ ହୁଏ ସେତେବେଳେ ବିଶ୍ୱ ପ୍ରେମର ଭାଷା ଶୁଣେ। ଶନିବାର ଦିନ ଜୟପୁରର ହର୍ମରାସ୍ଥିତ ରବିନାଥ ଆଶ୍ରମରେ ଆୟୋଜିତ ରବିନାଥ ମହାରାଜଙ୍କ ପୁଣ୍ୟତିଥି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଆରଏସଏସ ମୁଖ୍ୟ ଏହା କହିଛନ୍ତି।

H6. YouTuber Jyoti Malhotra Arrested: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ଜଣେ ଲୋକପ୍ରିୟ ୟୁଟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଗିରଫ କରିଛନ୍ତି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆସିଛି ଯେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଭାରତ ସହ ଜଡିତ ସମ୍ବେଦନଶୀଳ ସୂଚନା ସେୟାର କରିଥିଲେ।

H7. RBI To Roll Out New Rs 20 Notes: ଭାରତୀୟ ବଜାରରେ ନୂଆ ୨୦ ଟଙ୍କିଆ ନୋଟ ପ୍ରଚଳନ ହେବ। ଏହା ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତରେ ଜାରି ହେବ। ମହାତ୍ମା ଗାନ୍ଧି ସିରିଜରେ ଏହି ନୋଟ ପ୍ରଚଳନ ହେବ ବୋଲି ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବଭଳି ସମସ୍ତ ୨୦ ଟଙ୍କିଆ ନୋଟ ସଚଳ ରହିବ ବୋଲିବ ବ୍ୟାଙ୍କ ସୂଚନା ଦେଇଛି। 

H8. Congress accuses S Jaishankar: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର (୧୭ ମଇ ୨୦୨୫) ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ବୟାନକୁ ଉଦ୍ଧୃତ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ସମେତ କଂଗ୍ରେସ ନେତା ଜୟରାମ ରମେଶ ଏସ ଜୟଶଙ୍କରଙ୍କୁ ଦେଶ ସହିତ ବିଶ୍ୱାସଘାତକତାର ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିଛନ୍ତି।

H9. NIA arrests key operatives of ISIS: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ISISର ପୁଣେ ସ୍ଲିପର ମଡ୍ୟୁଲ୍ ସହ ଜଡିତ 2023 ମାମଲାରେ ଦୁଇ ପଳାତକଙ୍କୁ ଗିରଫ କରିଛି। ଏହି ମାମଲା ମହାରାଷ୍ଟ୍ରର ପୁଣେରେ ଆଇଇଡିର ନିର୍ମାଣ ଏବଂ ପରୀକ୍ଷଣ ସହିତ ଜଡିତ। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଅବଦୁଲ୍ଲା ଫୟାଜ ଶେଖ ଓରଫ ଡାଏପରୱାଲା ଏବଂ ତଲହା ଖାନ ବୋଲି ଚିହ୍ନଟ କରାଯାଇଛି।

H10. RCB vs KKR Match Updades: ଆଜିଠାରୁ ପୁଣି ଥରେ IPL 2025ର ଉତ୍ସାହ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସହିତ ପୁଣି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସିଜିନର ୫୮ ତମ ମ୍ୟାଚ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଖବର ଲେଖିବା ପର୍ଯ୍ୟନ୍ତ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ (ସନ୍ଧ୍ୟା ୭ଟା) ଟସ୍ ହୋଇପାରି ନାହିଁ। 

About the Author