Top 10 Odia News Headlines: ବୁଧବାର ଦିନ ଯୁକ୍ତ ୨ ପରୀକ୍ଷାର ଫଳାଫଳ ଘୋଷଣା କରିବ। କଳା, ବିଜ୍ଞାନ ଏବଂ ବାଣିଜ୍ୟ ସମେତ ସମସ୍ତ ଷ୍ଟ୍ରିମର ଫଳାଫଳ ୨୧ ମେ' ୨୦୨୫ ଅପରାହ୍ନ ୪ଟାରେ ଏକକାଳୀନ ଘୋଷଣା କରାଯିବ ବୋଲି CHSE କହିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 Odia News Headlines 20 May 2025: H1. Plus-II Results To Be Announced Tomorrow: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ବୁଧବାର ଦିନ ଯୁକ୍ତ ୨ ପରୀକ୍ଷାର ଫଳାଫଳ ଘୋଷଣା କରିବ। କଳା, ବିଜ୍ଞାନ ଏବଂ ବାଣିଜ୍ୟ ସମେତ ସମସ୍ତ ଷ୍ଟ୍ରିମର ଫଳାଫଳ ୨୧ ମେ' ୨୦୨୫ ଅପରାହ୍ନ ୪ଟାରେ ଏକକାଳୀନ ଘୋଷଣା କରାଯିବ ବୋଲି CHSE କହିଛି। ଫଳାଫଳ CBSE ୱେବସାଇଟ୍ ଏବଂ ଡିଜିଲକର ଉଭୟରେ ଉପଲବ୍ଧ ହେବ।
H2. Odisha DGP suspends two officers: ଜଣେ ବିଲଡରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଆଜି ଓଡ଼ିଶା ଡିଜିପି ୱାଇବି ଖୁରାନିଆ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ଡିଜିପି ଇନ୍ସପେକ୍ଟର ରଞ୍ଜନ ବିଶ୍ୱାଳ ଏବଂ ସବ-ଇନ୍ସପେକ୍ଟର ଅଭିଷେକ ପ୍ରଧାନଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି।
H3. Deputy Ranger of Forests arrested: ସରକାରୀ କାମ ପାଇଁ ଗାଡ଼ି ଭଡ଼ା ରିଲିଜ୍ କରିବାକୁ ନେଇ ଗାଡ଼ି ମାଲିକଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ ଅଧୀନରେ ଥିବା ବିସ୍ରା ଫରେଷ୍ଟ ରେଞ୍ଜରେ ନିଯୁକ୍ତ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟଙ୍କୁ ଗିରଫ କରିଛି।
H4. Odisha Govt Extends e-Admission Timeline: ଓଡ଼ିଶାରେ CHSE +୨ ପରୀକ୍ଷା ୨୦୨୫ ର ଫଳାଫଳ ଘୋଷଣାରେ ବିଳମ୍ବକୁ ଦୃଷ୍ଟିରେ ରଖି ଯୁକ୍ତ ୩ ନାମଲେଖା ଆବେଦନ ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଏହାର ଅବଧିକୁ ବର୍ତ୍ତମାନ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରଯାଇଛି। ବିଜ୍ଞପ୍ତି ଅନୁଯାୟୀ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ଆବେଦନ ଅବଧି ୧ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
H5. Odisha Govt Defines Role of Secretaries: ରାଜ୍ୟରେ ଚାଲିଥିବା ଅମଲା ଶାସନକୁ ସଙ୍କୁଚିତ କରିବା ତଥା ନିୟନ୍ତ୍ରିତ କରିବା ପାଇଁ ମୋହନ ମାଝିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ଭୂମିକା ନ୍ୟୁନ ଥିବା ଅଭିଯୋଗ ହେଉଥିଲା। ସଚିବମାନେ ମନ୍ତ୍ରୀଙ୍କୁ ନପଚାରି କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିବା ନେଇ ଅଭିଯୋଗ ହେଉଥିଲା। ବିଜେଡି ସରକାର ସମୟର ଏହି ଢାଞ୍ଚାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାରଙ୍କ ଆଦେଶକ୍ରମେ ପ୍ରତି ସଚିବଙ୍କ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗର ସଚିବ ନୋଟିସ ଦେଇଛନ୍ତି।
H6. Monsoon To Hit Kerala Coast In Next 4-5 Days: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪-୫ ଦିନ ମଧ୍ୟରେ କେରଳ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାର ଆଗମାନ ପାଇଁ ପାଣିପାଗ ମଧ୍ୟ ଅନୁକୂଳ ରହିଛି। ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସଙ୍କ ଅନୁଯାୟୀ ମୌସୁମୀ ମେ' ୧୩ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିସାରିଛି ଏବଂ ବଙ୍ଗୋପସାଗର ଓ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଅଗ୍ରସର ହେଉଛି।
H7. Attari-Wagah border ceremony: ୧୦ ମଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଲା। ଏହି ସମୟରେନିଷ୍ପତ୍ତି ନିଆଯାଇଛି ଯେ ବିଏସଏଫ ଦ୍ୱାରା ବିଟିଂ ରିଟ୍ରିଟ୍ ସମାରୋହ ମଙ୍ଗଳବାର ଦିନ ସନ୍ଧ୍ୟାରୁ ଅଟାରୀ-ୱାଘା, ହୁସେନିୱାଲା ଏବଂ ଫାଜିଲକା ସୀମାରେ ଆରମ୍ଭ ହେବ। ଯଦିଓ କିଛି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି।
H8. Pakistan Army chief General Asim Munir promoted: ଅପରେସନ ସିନ୍ଦୁର ସମୟରେ ଚାରି ଦିନିଆ ସାମରିକ ସଂଘର୍ଷରେ ଭାରତଠାରୁ ହାରିବା ସତ୍ତ୍ୱେ ପାକିସ୍ତାନ ସରକାର ଏହାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ଦେଇଛନ୍ତି। ପାକିସ୍ତାନର ଟିଭି ଚ୍ୟାନେଲ 'ଜିଓ ନ୍ୟୁଜ୍' ଅନୁଯାୟୀ, ଶାହବାଜ ସରିଫ ସରକାର ଆଜି ଏକ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।
H9. RCB vs SRH IPL 2025 match has been shifted: ଖରାପ ପାଗ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2025 ର ୬୫ତମ ମ୍ୟାଚ୍ ବେଙ୍ଗାଲୁରୁରୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଥିବାରୁ ମଙ୍ଗଳବାର ଦିନ ବିସିସିଆଇ ଏବଂ ଆଇପିଏଲ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
H10. IPL 2025 CSK vs RR Match: IPL 2025 ର ୬୨ ତମ ମ୍ୟାଚ୍ ମଙ୍ଗଳବାର ଦିନ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଚେନ୍ନାଇ ପକ୍ଷରୁ ଆୟୁଷ ମହାତ୍ରେ ୪୩ ଏବଂ ଡେୱାଲ୍ଡ ବ୍ରେଭିସ୍ ୪୨ ରନ୍ କରିଥିଲେ। ରାଜସ୍ଥାନ ପକ୍ଷରୁ ଆକାଶ ଏବଂ ଯୁଦ୍ଧବୀର ୩ଟି ଲେଖାଁଏ ୱିକେଟ୍ ନେଇଥିଲେ।