Advertisement
Article Detail0/zeeodisha/odisha2767943
Zee OdishaTop 10 NewsTop 10 News: ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News: ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 Odia News Headlines: ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ରାଜଧାନୀରେ CHSE ମୁଖ୍ୟାଳୟରେ ଫଳାଫଳ ପ୍ରକାଶ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 Odia News Headlines 21 May 2025
Top 10 Odia News Headlines 21 May 2025

Top 10 Odia News Headlines 21 May 2025: H1. CHSE Odisha Class 12 results declared: ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ରାଜଧାନୀରେ CHSE ମୁଖ୍ୟାଳୟରେ ଫଳାଫଳ ପ୍ରକାଶ କରିଛନ୍ତି। ଯୁକ୍ତ ୨ ପରୀକ୍ଷା ଦେଇଥିବା ମୋଟ ୩.୯୧ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩.୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୮୨.୭୭ ରହିଛି।

H2. Odisha hikes pension for senior citizens: ରାଜ୍ୟ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧିକୁ ବିଜ୍ଞପିତ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜୁନ ମାସରୁ ସେମାନଙ୍କ ଭତ୍ତା ପରିମାଣକୁ ୩୫୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଛି ସେମାନଙ୍କୁ ଏହି ବରଦ୍ଧିତ ଭତ୍ତା ଜୁନ୍‍ ମାସରୁ ମିଳିବ। ଏହାସହ  ୮୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ନିଜର ବର୍ଦ୍ଧିତ ଭତ୍ତା ମାସିକ ୩୫୦୦ ଟଙ୍କା ପାଇବେ ବୋଲି ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ କଲ୍ୟାଣ ବିଭାଗ ପ୍ରକାଶ କରିଛି। 

H3. CM Majhi Reviews PM Janman Yojana: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Add Zee News as a Preferred Source

H4. Odisha clarifies maternity leave rules: ବିଭିନ୍ନ ପରିସ୍ଥିତିରେ ଯୋଗ୍ୟତା ଏବଂ ଛୁଟିର ଅବଧି ସମ୍ପର୍କରେ ଥିବା ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ ଓଡ଼ିଶା ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରସୂତି ଛୁଟି ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରଣୟନ କରିଛନ୍ତି। ପ୍ରଚଳିତ ନିୟମ ଅନୁଯାୟୀ, ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟି ଜୀବିତ ସନ୍ତାନ ପର୍ଯ୍ୟନ୍ତ ୧୮୦ ଦିନର ମାତୃତ୍ୱ ଛୁଟି ପାଇବାର ହକଦାର।

H5. 112 newly constructed police quarters inaugurated: କଟକ-ଭୁବନେଶ୍ୱରର ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ନିମନ୍ତେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ଇତ୍ୟାଦିରେ ଆମ କମିଶନରେଟ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଟକ କମିଶନରେଟ ପୋଲିସର ୧୭ତମ ସ୍ଥାପନା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । 

H6. Odisha Plus 3 classes from July: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ନାମଲେଖା ପ୍ରକ୍ରିୟା ସମାପ୍ତ ହେବା ପରେ ଜୁଲାଇ ୧୫ ରୁ ଯୁକ୍ତ ୩ କ୍ଲାସ୍ ଆରମ୍ଭ ହେବ। ସେ ଆଶ୍ୱାସନା ଦେଇଛନ୍ତି ଯେ କର୍ତ୍ତୃପକ୍ଷ ଗତ ବର୍ଷର ବିଳମ୍ବକୁ ଏଡାଇବା ପାଇଁ ପଦକ୍ଷେପ ନେଇଛନ୍ତି।

H7. State Election Commission Cancels Panchayat By-Election: ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ସଂସ୍ଥାର ଅନେକ ଖାଲି ପଦବୀ ପାଇଁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବାର ମାତ୍ର ଗୋଟିଏ ଦିନ ପରେ ଏହାକୁ ବାତିଲ କରିଦେଇଛନ୍ତି। ରାଜ୍ୟରେ ମୌସୁମୀ ଶୀଘ୍ର ଆରମ୍ଭ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଯାହା ନିର୍ବାଚନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରେ ଏବଂ ଭୋଟରମାନଙ୍କୁ ଅସୁବିଧାର ସମ୍ମୁଖୀନ କରିପାରେ।

H8. India Expels Another Pak High Commission Official: ଭାରତ ସରକାର ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଦେଶ ଛାଡିବାକୁ କହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଭାରତ 'ଅବାଞ୍ଚିତ ବ୍ୟକ୍ତି' (persona non grata)  ଘୋଷଣା କରିଛି। ଏହା ପୂର୍ବରୁ ମଧ୍ୟ ଭାରତ ସରକାର ଦାନିଶ ନାମକ ଜଣେ ଅଧିକାରୀଙ୍କୁ 'ଅବାଞ୍ଛିତ ବ୍ୟକ୍ତି' ଘୋଷଣା କରିଥିଲେ ।

H9. CPEC will expand to afghatnistan: ଭାରତ ସହିତ ତାଲିବାନର ବଢ଼ୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଚୀନ୍ ପାକିସ୍ତାନ ସହିତ ମିଶି ଏକ ନୂତନ ପଦକ୍ଷେପ ନେଇଛି। ବେଜିଂରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପରେ ଚୀନ୍ ଘୋଷଣା କରିଛି ଯେ ଏବେ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡରକୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର କରାଯିବ।

H10. IPL 2025 MI vs DC Match: ବୁଧବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ IPL 2025ର ୬୩ ତମ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ପ୍ଲେଅଫ୍ ପାଇଁ ଚତୁର୍ଥ ଏବଂ ଶେଷ ଟିକେଟ୍ ପାଇଁ MI ଏବଂ DC ମଧ୍ୟରେ ଲଢ଼େଇ ଚାଲିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ MI ଡିସି ପାଇଁ ୧୮୧ ରନର ଏକ କଷ୍ଟକର ଟାର୍ଗେଟ ରଖିଛି। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। 

About the Author