Top 10 Odia News Headlines: ଶନିବାର ଦିନ ସନ୍ଧ୍ୟାରେ କଟକ ସହରରେ ଏକ ବଡ଼ ଅଘଟଣ ଘଟିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
)
Top 10 Odia News Headlines 3 May 2025: H1. Cuttack Bridge Mishap: ଶନିବାର ଦିନ ସନ୍ଧ୍ୟାରେ କଟକ ସହରରେ ଏକ ବଡ଼ ଅଘଟଣ ଘଟିଛି। କାଠଯୋଡି ନଦୀ ଉପରେ ନିର୍ମାଣ ହେଉଥିବା ଏକ ସେତୁର ନିର୍ମାଣ ସ୍ଥାନରେ ହଠାତ୍ ଏକ ଭାରୀ କଂକ୍ରିଟ୍ ସ୍ଲାବ୍ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ସାଇଟ୍ ଇଞ୍ଜିନିୟରଙ୍କ ସମେତ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
H2. CM Majhi On Cuttack Bridge Mishap: କଟକ ଖାନ୍ ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଅଘଟଣ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
H3. CHSE Plus 2 exam result 2025: ବାର୍ଷିକ +୨ ପରିକ୍ଷାଫଳ ମେ ୬ ତାରିଖରେ ଘୋଷଣା କରାଯିବ କି? ଏପରି ଏକ ନୋଟିସ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଶନିବାର ଦିନ ଏହି ଭାଇରାଲ୍ ନୋଟିସ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ନିଜର ସ୍ଫଷ୍ଟିକରଣ ରଖି ଏହାକୁ ନକଲି ବୋଲି କହିଛି।
H4. Digha Jagannath Temple Row: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ସମସ୍ତ ସେବାୟତ ସଂଗଠନ (ନିଯୋଗ)ର ସଭାପତି ଏବଂ ସଚିବମାନଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ସହିତ ଜଡିତ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ସେମାନଙ୍କର ମତାମତ ଲିଖିତ ଭାବରେ ଦେବାକୁ କହିଛି। ଏହି ଉତ୍ତର ୪ ମଇ ସନ୍ଧ୍ୟା ୫ଟା ସୁଦ୍ଧା SJTA କାର୍ଯ୍ୟାଳୟରେ ମନ୍ଦିର ପ୍ରଶାସକ (ରୀତି ନୀତି)ଙ୍କ ପାଖରେ ପହଞ୍ଚିବା ଉଚିତ୍ ବୋଲି କହିଛି।
H5. Navy chief meet pm Narendra modi: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି। ଦକ୍ଷିଣ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଏହି ବୈଠକ ହୋଇଛି।
H6. CRPF Dismisses Jawan Munir Ahmed: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ତାଙ୍କ ବିବାହର ସତ୍ୟତା ଲୁଚାଇବା ଅଭିଯୋଗରେ ଏହାର ଯବାନ ମୁନିର ଅହମ୍ମଦଙ୍କୁ ଚାକିରିରୁ ବହିଷ୍କାର କରିଛି। ମୁନିର ଅହମ୍ମଦଙ୍କ ଏହି କାର୍ଯ୍ୟ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ବୋଲି ଜଣାପଡିଥିଲା।
H7. UPI New Rule: UPI ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଜୁନ୍ ୧୬ ତାରିଖରୁ UPI ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କହିରଖୁଛୁ ଯେ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଘୋଷଣା କରିଛି। ଯାହା ଜୁନ୍ ୧୬, ୨୦୨୫ ରୁ କାର୍ଯ୍ୟକାରୀ ହେବ।
H8. Omar Abdullah Meets PM Modi: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। କହି ରଖୁଛୁ ଯେ ପହଲଗାମରେ ଉତ୍ତେଜନା ମଧ୍ୟରେ ଓମର ଅବଦୁଲ୍ଲା ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା।
H9. Pakistan threat to india: ଭାରତକୁ ଚେତାବନୀ ଦେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆକ୍ରମଣ କେବଳ ବନ୍ଧୁକ ଏବଂ ଗୁଳି ଦ୍ୱାରା କରାଯାଏ ନାହିଁ, ପାଣିକୁ ଅଟକାଇବା କିମ୍ବା ଏହାର ଦିଗ ବଦଳାଇବା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ। ଯଦି ଭାରତ ପାଣି ବନ୍ଦ କରେ ତେବେ ପାକିସ୍ତାନ ପାଣି ବନ୍ଦ କରୁଥିବା ବନ୍ଧକୁ ଧ୍ୱଂସ କରିଦେବ।
H10. IPL 2025 RCB vs CSK: ଆଇପିଏଲ୍ ୨୦୨୫ ର ୫୨ତମ ମ୍ୟାଚ୍ ଶନିବାର ଦିନ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୨୧୩ ରନ୍ କରିଛି। ବିରାଟ କୋହଲି ୬୨ ଏବଂ ଜାକବ ବେଥେଲ ୫୫ ରନ କରିଥିଲେ। ଚେନ୍ନାଇ ପାଇଁ ପାଥିରାନା ତିନୋଟି ୱିକେଟ୍ ନେଇଥିଲେ।