)
Top 10 News Headlines 12 July 2025: Naveen Patnaik returns to Bhubaneswar: ମୁମ୍ବାଇରେ ଅସ୍ତ୍ରୋପଚାର ପରେ ଓଡ଼ିଶାର ବିରୋଧୀ ଦଳ ନେତା (LoP) ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ନବୀନଙ୍କୁ ବିଜୁ ଜନତା ଦଳ (BJD) ନେତା ଏବଂ କର୍ମୀମାନେ ଭବ୍ୟ ସ୍ୱାଗତ କରିବାର ନଜର ଆସିଥିଲା।
Goods train derails Biramitrapur: ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରର ଉପରମାର୍କେଟ ଅଞ୍ଚଳ ନିକଟରେ ଚୂନପଥର ବୋଝେଇ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ଟି ଚୂନଭଟା ରୋଡ୍ ରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
Driver Union Treasurer Aditya Behera arrest: ଡ୍ରାଇଭରମାନଙ୍କ 'ଷ୍ଟିୟରିଂ ଛାଡ଼' ଆନ୍ଦୋଳନରେ ଦେବଗଡ଼ ପୋଲିସ ଡ୍ରାଇଭରମାନଙ୍କ ପ୍ରତି ଅସଦାଚରଣ ଏବଂ ଅସମ୍ମାନ ଅଭିଯୋଗ ପରେ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ବେହେରାଙ୍କୁ ଗିରଫ କରିଛି।
Lightning Strike Claims Three Lives: ଶନିବାର ଦିନ ବାଲେଶ୍ୱରର ବ୍ରହ୍ମପୁର ଥାନା ଅନ୍ତର୍ଗତ ଛତ୍ରପୁର ଅଞ୍ଚଳରେ ଏକ କେନାଲ ନିର୍ମାଣ ସ୍ଥାନ ନିକଟରେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବଜ୍ରପାତ ହେବାରୁ ଅତି କମରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
Minister Appeals To Drivers To Call Off Strike: ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୁଣିଥରେ ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସମସ୍ତ ଡ୍ରାଇଭରଙ୍କ ଦାବି ସମାଧାନ କରାଯିବ।
CM Majhi Meets PM Modi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟର ବିକାଶ ଏବଂ ଭବିଷ୍ୟତ ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ତାଙ୍କ ସାକ୍ଷାତ ପରେ ମାଝୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭ କଲି । ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରେରଣା ଓ ଅତୁଟ ସମର୍ଥନ ନିମନ୍ତେ କୃତଜ୍ଞ ।
NEET UG Counselling 2025 Schedule: ମେଡିକାଲ କାଉନସେଲିଂ କମିଟି (MCC) MBBS ଏବଂ BDS ରେ ପ୍ରବେଶ ପାଇଁ କାଉନସେଲିଂର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ କରିଛି। ସୂଚୀ ଅନୁଯାୟୀ ଚଳିତ ବର୍ଷ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ୨୧ ଜୁଲାଇ ୨୦୨୫ ରୁ କାଉନସେଲିଂ ପ୍ରକ୍ରିୟା ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ।
Abdu Rozik Arrested At Dubai Airport: ଟେଲିଭିଜନ ଜଗତରୁ ଏକ ବଡ଼ ଖବର ଆସୁଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ 'ବିଗ୍ ବସ୍ ୧୬' ଫେମ୍ ଅବଦୁ ରୋଜିକ୍ଙ୍କୁ ଦୁବାଇ ବିମାନବନ୍ଦରରେ ଅଟକ ରଖାଯାଇଛି। ତାଙ୍କ ଉପରେ ଚୋରି ଅଭିଯୋଗ ଆସିଛି। ଯଦିଓ ଅବଦୁଙ୍କ ଉପରେ କ'ଣ ଚୋରି ଅଭିଯୋଗ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
Isro moves closer to Gaganyaan launch: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମହାକାଶ ଗବେଷଣାରେ ଆଉ ଏକ ସଫଳତା ପାଇଛି। ISRO ଶନିବାର ଦନ କହିଛି ଯେ ଏହା 'କ୍ୱାଲିଫିକେସନ୍ ଟେଷ୍ଟ ପ୍ରୋଗ୍ରାମ' ସମାପ୍ତ କରି ଗଗନଯାନ ମିଶନ ପାଇଁ 'ସର୍ଭିସ୍ ମଡ୍ୟୁଲ୍ ପ୍ରପଲ୍ସନ୍ ସିଷ୍ଟମ୍' (SMPS) ସଫଳତାର ସହ ବିକଶିତ କରିଛି। ଏହି ସିଷ୍ଟମକୁ ଗଗନଯାନର ଇଞ୍ଜିନ୍ କୁହାଯାଇପାରେ।
KL Rahul Century: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଲର୍ଡସରେ ଖେଳାଯାଉଛି। ଏହି ମ୍ୟାଚ୍ରେ କେଏଲ୍ ରାହୁଲ ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଏହା କେଏଲ୍ ରାହୁଲଙ୍କ ଲର୍ଡସ ଗ୍ରାଉଣ୍ଡରେ ଦ୍ୱିତୀୟ ଶତକ। ସେ ଏହି ଗ୍ରାଉଣ୍ଡରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।