)
Top 10 News Today
Headlines 01- ସାହାରା ଗ୍ରୁପର ପୂର୍ବତନ ଡେପୁଟି ଡାଇରେକ୍ଟର ଓପି ଶ୍ରୀବାସ୍ତବଙ୍କୁ ଗିରଫ କରିଛି ଇଡି। ନିବେଶକଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ ଏବଂ ସେଲ୍ କମ୍ପାନୀ ମାଧ୍ୟମରେ ପାଣ୍ଠିକୁ ସ୍ଥାନାନ୍ତର କରିବାରେ ତାଙ୍କ ଉପରେ ଅନିୟମିତତା ଅଭିଯୋଗ ରହିଛି। ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ସାହାରାର ଅନେକ ସମ୍ପତ୍ତି ବିକ୍ରୟରେ ତାଙ୍କର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରାଯାଉଥିଲା ।
Headlines 02- ବିହାରର ଏନ୍ଡିଏର ବିପୁଳ ବିଜୟ ପରେ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍ଡିଏ ବିଜୟୀ ହୋଇଛି ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି । ପୂରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ NDA ଆସ୍ଥାଭାଜନ ହୋଇପାରିଛି ଏବଂ ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡ଼ାରେ ବିଜେପି ବିପୁଳ ଭୋଟ୍ରେ ବିଜୟୀ ହୋଇଛି ଏହା ଅଦ୍ଭୁତପୂର୍ବ ବିଜୟ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Headlines 03- କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ NHRCଙ୍କ ଜବାବ ତଲବ । ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଜବାବ ତଲବ । ୨ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବ୍ରୁଆରୀ ୧୬ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ଉପୁଜିଥିଲା ।
Headlines 04- ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ହୋଇଛି । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ପରେ ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା ହୋଇଛି । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ମଧ୍ୟ ବିରୋଧ କରାଯାଇଛି ।
Headlines 05- ଜଗତସିଂହପୁରରେ ବାଂଲାଦେଶୀ ଧରପଗଡ଼ ଜୋରଦାର୍ ଚାଲିଛି । ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ଧରପଗଡ଼ ଆରମ୍ଭ ହୋଇଛି । ଆଜି ବେହେରାମପୁର ବସ୍ତିରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇଛି ।
Headlines 06- ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଶୁବମନ ଗିଲ୍ । ବେକରେ ଆଘାତ କାରଣରୁ ମ୍ୟାଚରୁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ଗିଲ୍ଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ନେତୃତ୍ବ ନେବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ନେତୃତ୍ବ ନେବେ ପନ୍ତ ।
Headlines 07- ଭୁବନେଶ୍ବରରେ ଜମି ଠକେଇ ମାମଲାରେ SSB ଯବାନ ଗିରଫ ହୋଇଛନ୍ତି । SSB ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି SSB ଯବାନ । ସଚିତ୍ର ସେନାପତି ପୂର୍ବରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ ବୋଲି ସୂଚନା ମିଳିଛି ।
Headlines 08- ଚିଲିକାରେ ଡିସେମ୍ବର ୧ରୁ ଫେବ୍ରୁଆରୀ ୨୮ ଯାଏଁ ଚାଲିବ ବିହଙ୍ଗ ଉତ୍ସବ । ଏବେଠୁ ପର୍ଯ୍ୟଟକଙ୍କୁ ନଳବଣ ଅଭୟାରଣ୍ୟ ବୁଲିବାର ସୁଯୋଗ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ୍ କୁମାର ଝା । ଶନିବାର ଓ ରବିବାର ଦୁଇ ଦିନ ବୁଲିବା ସୁଯୋଗ ପାଇବେ ପର୍ଯ୍ୟଟକ । ଦୈନିକ ୪୫ ଜଣ ପର୍ଯ୍ୟଟକଙ୍କୁ ମାତ୍ର ୩ ଘଣ୍ଟା ପାଇଁ ଅନୁମତି ମିଳିବ । ପ୍ୟାକେଜ ୧୮ ଶହ ଟଙ୍କା ରହିଛି । ପୂର୍ବରୁ କେବଳ ମଙ୍ଗଳାଯୋଡ଼ି ପର୍ଯ୍ୟନ୍ତ ବୁଲିବାର ସୁଯୋଗ ଥିଲା ।
Headlines 09- କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍ ପହଞ୍ଚି ବୁଲି ଦେଖିଛନ୍ତି । ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ପୂର୍ବରୁ ଷ୍ଟାଡିୟମ ସ୍ଥିତି ପରଖିଛନ୍ତି ଟିମ୍ । ୮ ଜଣିଆ ଟିମ୍ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି । ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ଦେବ ଟିମ୍ । ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ ।
Headlines 10- ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ସମୟରେ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପି, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।