Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବେଙ୍ଗଳୁରୁ ସ୍ଥିତ ବାସଭବନରୁ ଅବସରପ୍ରାପ୍ତ ଡିଜିପି ଓମପ୍ରକାଶଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସଂଧ୍ୟାରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ସେପଟେ ସନ୍ଦେହ ଘେରରେ ରହିଛି ପତ୍ନୀଙ୍କ ଭୂମିକା । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Headlines 02- କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରକୁ ଅତିଥି ହୋଇ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟନୀ ଉତ୍ସବରେ ସାମିଲ୍ ହୋଇଥିଲେ ଧର୍ମେନ୍ଦ୍ର । କେବଳ ସେତିକି ନୁହେଁ, ବଲାଙ୍ଗିର ଜିଲ୍ଲାର ୩ଜଣ ବିଜେପି ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୂଚନା ମୁତାବକ, ନରସିଂହଙ୍କ ଦୁଇ ପୁଅଙ୍କ ସହ ଧର୍ମେନ୍ଦ୍ର ବୈଠକ ମଧ୍ୟ କରିଛନ୍ତି । ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଲୋକମାନେ ବିଭିନ୍ନ ଚିନ୍ତା କରିବେ କାରଣ ସେମାନଙ୍କ ଚିନ୍ତା ଉପରେ ଆମର ନିୟନ୍ତ୍ରଣ ନାହିଁ । କେବଳ ସେତିକି ନୁହେଁ, ବିଜେପିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ମୁହଁ ଖୋଲି ରୋକଠୋକ ଭାବେ ମନା କରିଛନ୍ତି ।
Headlines 03- ଆସିବାକୁ ଯାଉଛି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ । ତେଣୁ ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରା କରିବା । ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ରେଲୱେ ଲଞ୍ଚ୍ କରିବ କରିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ହାୱଡ଼ା ଟ୍ରାକ୍ରେ ଗଢ଼ିବ ଏହି ସ୍ଲିପର ବନ୍ଦେ ଭାରତ ।
Headlines 04- ଢେଙ୍କାନାଳ ହିନ୍ଦୋଳ ଥାନା ଅଞ୍ଚଳରେ ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି । ନାବାଳିକା ଜଣକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Headlines 05- ପୁରୀ ଜଗନ୍ନାଥ ମନ୍ଦିରରେ ସୋମବାର ଦିନ ପ୍ରାୟ ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଜାରି କରିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ପାଇଁ ଦର୍ଶନ ବନ୍ଦ ରହିବ । ଅନ୍ୟପଟେ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ ୪ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।
Headlines 06- କିଛି ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟରେ ତାତି ବଢିଛି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ବୋଲି ପରିଗଣିତ ହୋଇଛି । ସେହିପରି ବଲାଙ୍ଗିରରେ ତାପମାତ୍ରା ୪୨.୪ ସେଲସିୟସ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ୪୨ ଡିଗ୍ରୀ ଏବଂ ସମ୍ବଲପୁରରେ ୪୧.୯ ଡିଗ୍ରୀ ତାପମାତ୍ରା ରହିଥିଲା । ସୁନ୍ଦରଗଡ଼ରେ ୪୧.୮, ବୌଦ୍ଧରେ ୪୧.୫, ହୀରାକୁଦ ଏବଂ ସୋନପୁରରେ ତାପମାତ୍ରା ୪୧.୩ ଡିଗ୍ରୀ ରହିଥିଲା । ଏହା ତଳକୁ ନୂଆପଡ଼ାରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ ଏବଂ ରାଉରକେଲା ୪୦.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
Headlines 07- ବଲାଙ୍ଗିର ଜିଲ୍ଲାରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଟଣାଗଡ଼ରେ ଯୁବକ ଓ ଟିଟିଲାଗଡ଼ରେ ମହିଳାଙ୍କ ମୃତ୍ୟୁ ହୋଇଛି । ପାଟଣାଗଡ଼ ବେଲପଡ଼ା ଭରୁଆପଡ଼ାରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଏବଂ ଟିଟିଲାଗଡ଼ ସଇଁତଳା ତୁଷ୍ଟାପାଲିରେ ଛେଳି ଚରାଉଥିବା ମହିଳା ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
Headlines 08- କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ଛକରେ ସିରିଜ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଟ୍ରକ ଭାରସାମ୍ୟ ହରାଇବା କାରଣରୁ ଜିଲା ଶିକ୍ଷାଅଧିକାରୀ୍ଙ୍କ କାର୍ଯ୍ୟାଳୟ ସାମ୍ନାରେ ଭାରସ୍ୟାମ ହରାଇଥିଲା । ୨ଟି ଦୋକାନକୁ ପିଟିବା ସହ ବାଇକ୍କୁ ଘୋଷାଡି ନେଇଛି ଯାତ୍ରାପାର୍ଟି ଟ୍ରକ୍ । ତେବେ ଆଶ୍ୱସ୍ତିର କଥା ଏହା ଯେ, ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Headlines 09- ବଲାଙ୍ଗିର ସୁଦପଡ଼ା ଓଭରବ୍ରିଜରେ ହାଇଡ୍ରାର ସିରିଜ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାସ୍ତାକଡ଼ରେ ଥିବା ୭ଟି ବାଇକ୍କୁ ପିଟିଲା ହାଇଡ୍ରା । ଫଳରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
Headlines 10- ରାଜ୍ୟରେ ଉଦ୍ଘାଟିତ ହୋଇଛି 'ଖେଲୋ ଇଣ୍ଡିଆ' ସେଣ୍ଟର୍ । ୩୦ ଜିଲ୍ଲାର ୩୦ଟି ସ୍କୁଲ୍ରେ 'ଖେଲୋ ଇଣ୍ଡିଆ' ସେଣ୍ଟର୍ ଉଦଘାଟନ ନେଇ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି । ସେଣ୍ଟର୍ଗୁଡ଼ିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ଏବଂ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର୍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ଏଥିସହ ସ୍ଥାନୀୟ ଅଞ୍ଚଳର ପୂର୍ବତନ ଖେଳାଳିଙ୍କୁ ପ୍ରଶିକ୍ଷକ ଦାୟିତ୍ବ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।
Also Read- Vaishakh Amavasya 2025: ବୈଶାଖ ଅମାବାସ୍ୟା ପୂର୍ବରୁ ଶୁକ୍ରଙ୍କ ପ୍ରଭାବ, ୩ରାଶିକୁ ମିଳିବ ଧନ !