)
Top 10 News Today
Headlines 01- ଉପନିର୍ବାଚନ ପୂର୍ବରୁ ନୂଆପଡାରେ ସମସ୍ତ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ପ୍ରଚାର କରିଛନ୍ତି । ସହରରେ ରୋଡ୍ ସୋ କରିଛନ୍ତି ବୈଜୟନ୍ତ ପଣ୍ଡା । ଦଳର ଅନେକ ନେତା ଏବଂ କର୍ମୀ ଏହି ପ୍ରଚାରରେ ସାମିଲ୍ ହୋଇଥିଲେ ।
Headlines 02- କ୍ରାଇମବ୍ରାଞ୍ଚ ଅଫିସ୍ରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟିର ଗିରଫଦାରି ନେଇ ପ୍ରେସ୍ ରିଲିଜ ଦେଇ କ୍ରାଇମବ୍ରାଞ୍ଚ କହିଛି ଯେ, ଶଙ୍କର ଠାରୁ ଗୋଟିଏ ଫର୍ଚୁନର, ୨ଟି ଆଇଫୋନ୍, ପାସପୋର୍ଟ ଜବତ ହୋଇଛି । ଞ୍ଜାମ ଜଗନ୍ନାଥପୁର ଜଙ୍କସନ୍ SBI ରୋଡ୍ ଡିଫେନ୍ସ କଲୋନୀ ବାସିନ୍ଦା ଶଙ୍କର । ଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରା.ଲି.ର ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲା ।
Headlines 03- ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟି ବଡ଼ ଖୁଲାସା କରି ଗଣମାଧ୍ୟମରେ ସୂଚନା ଦେଇଛି ଯେ, ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ ହୋଇଛି, ମୁଁ ଯଦି ସରେଣ୍ଡର କରି ନ ଥାନ୍ତି ହଜାରେ କୋଟିର ଡିଲ୍ କେମିତି ଆସିଥାନ୍ତା, ଷଡ଼ଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ, ମୁଁ ଲୁଚି ନଥିଲି, ଆଇନ ଅନୁଯାୟୀ ସମ୍ମୁଖୀନ ହେଉଥିଲି ବୋଲି ଶଙ୍କର କହିଛି । ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି ଏବଂ ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି ବୋଲି ଶଙ୍କର ପୃଷ୍ଟି ଗଣମାଧ୍ୟମରେ କହିଛି ।
Headlines 04- ଶଙ୍କର ପୃଷ୍ଟି ଧରାପଡ଼ିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଚଟୁ ଆମିଷ ବେଣ୍ଟ ନିରାମିଷ ହେବାଭଳି ଘଟଣା, ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ କଥା କହୁଛି, ତଦନ୍ତ କରାନ୍ତୁ, କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ ନୁହଁ, ନହେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ବିଜେଡି କହିଛି ।
Headlines 05- ଚୋର୍ ମଚାଏ ସୋର୍ କହି ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ମୁଖପାତ୍ର ମନୋଜ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଥିଲେ ପାତାଳରେ ଥିଲେ ବି ଦୋଷୀକୁ ଧରାଯିବ, ନେପାଳ ସୀମାରୁ ଶଙ୍କର ପୃଷ୍ଟିକୁ ଧରାଯାଇଛି । ସେ ସଂସ୍ଥାକୁ ବିଜେଡି ସରକାର ସମୟରେ ଅନୁବନ୍ଧିତ କରାଯାଇଥିଲା ତେଣୁ ବିଜେଡି ଭୟ କରୁଛି ଯେ, ତାର ଲିଙ୍କ୍ ନବୀନ ନିବାସ ଯାଏ ଥିବ ବୋଲି ।
Headlines 06- ପୁରୀ ପିପିଲି ଥାନା ନିଜିଗଡ଼ କୁଳକୀରେ ଚଢ଼ାଉ କରି ୧୫୧ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । ଏଥିସହ ୪ଜଣଙ୍କୁ ଗିରଫ କରାଯାଇଛି । ସେମଧ୍ୟରୁ ଜଣେ ଫେରାର୍ ହୋଇଥିବା ସୂଚନା । ୬ ଲକ୍ଷ ଟଙ୍କା ସହ ୭ଟି ଫୋନ୍, କାର୍, ବୁଲେଟ୍ ଓ ୨ଟି ବାଇକ୍ ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
Headlines 07- ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଜୟ ଢୋଲକିଆ । ସେ କହିଛନ୍ତି ଯେ, ଅସୁସ୍ଥ ଥିଲା ବେଳେ ବିଜେଡି ବାପାଙ୍କୁ ପଚାରିଲା ନାହିଁ , ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ । ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା, ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି ବୋଲି ଜୟ ଢୋଲକିଆ କହିଛନ୍ତି ।
Headlines 08- ମାଲକାନଗିରି ପାତ୍ରଗୁଡ଼ାରୁ ୨ ଦେହଜୀବୀ ଏବଂ ୨ ଗ୍ରାହକ ଗିରଫ ହୋଇଛନ୍ତି । ଏଥିସହ ଗୋଟିଏ ସ୍କର୍ପିଓ, ୨ଟି ବାଇକ୍, ଆପତ୍ତିଜଣକ ସାମଗ୍ରୀ ଓ ଟଙ୍କା ଜବତ କରାଯାଇଛି । ଗିରଫ ୨ ଦେହଜୀବୀଙ୍କ ଘର ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳରେ । ଗିରଫ ୨ ଗ୍ରାହକ ସୁକୁମା ଅଂଚଳର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Headlines 09- ଟି-୨୦ ସିରିଜରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ । ପାଞ୍ଚ ମ୍ୟାଚ୍ ସିରିଜ୍ରେ ଅଷ୍ଟ୍ରେଲିଆ ୧-୦ରେ ଆଗରେ ରହିଥିବା ସମୟରେ ଆଜିର ମ୍ୟାଚ ବଡ଼ ଚ୍ୟାଲେଞ୍ଜଦାୟକ ।
Headlines 10- ଧର୍ମ ମାସ କାର୍ତ୍ତିକର ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଭକ୍ତମାନଙ୍କ ପାଇଁ ସିଂହଦ୍ଵାରରେ ପ୍ରବେଶ, ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।