Advertisement
Article Detail0/zeeodisha/odisha2677305
Zee OdishaTop 10 NewsTop 10 News: ମରିସସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଆଜି ଅନୁଭବଙ୍କ ବାହାଘର ଏବଂ ଅନ୍ୟ ଖବର

Top 10 News: ମରିସସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଆଜି ଅନୁଭବଙ୍କ ବାହାଘର ଏବଂ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମରିସସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଆଜି ଅନୁଭବଙ୍କ ବାହାଘର ଏବଂ ଅନ୍ୟ ଖବର

Top 10 News Today

Headlines 01- ମରିସସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ମୋଦୀ ପହଞ୍ଚିବା ପରେ କିଛି ସ୍କୁଲ ପିଲାଙ୍କ ସହ କଥା ହୋଇଛଥିଲେ । 

Headlines 02- ବିଧାନସଭାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ପ୍ରଶ୍ନକାଳ ଚାଲିଥିବା ସମୟରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଠେଲା ପେଲା ହୋଇଥିଲେ । ପ୍ରଶ୍ନକାଳ ବନ୍ଦ ପାଇଁ ମନ୍ତ୍ରୀଙ୍କ ମାଇକ ଛଡାଇବାକୁ ଉଦ୍ୟମ ସମୟରେ ତାରା-ଜୟନାରାୟଣ ହାତାହାତି ହୋଇଥିଲେ। ପୋଡିୟମ ଆଗରେ ଠେଲାପେଲା ସ୍ଥିତିରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। 

Add Zee News as a Preferred Source

Headlines 03- ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି କ୍ରାଇମବ୍ରାଞ୍ଚ, EOW ଓ ଏସ୍‌ଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ରେଡ୍ ହୋଇଛି । ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ସୁରକ୍ଷା ହଟାଇବାକୁ ପ୍ରମାଣପତ୍ର ଦାଖଲ କରିବ EOW ।

Headlines 04- ଓଡ଼ିଶାର କୋରାପୁଟରେ ଚାଲିଛି ଏସଏସ୍ ରାଜାମୌଲୀଙ୍କ ସିନେମା ସୁଟିଂ। ସାଉଥ୍ ସିନେମା ସୁଟିଂ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ମିଳିଛି ।

Headlines 05- କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି । ୪ଟି ଥାନା ଅଞ୍ଚଳରୁ ୮୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

Headlines 06- ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ସୂଚନା ଦେଇଛନ୍ତି । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦନ ହୋଇଛି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ କଇଁଛଙ୍କ ଗଣଅଣ୍ଡାଦାନରେ ୬.୬ ଲକ୍ଷ ଅଣ୍ଡାଦନ ହୋଇଥିବା କୁହାଯାଉଛି ।

Headlines 07- ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ଜୀବନ ଯାଇଛି । ଗତ ୧୦ ବର୍ଷରେ ମୋଟ୍‌ ୮୮୮ଟି ହାତୀ ମୃତ୍ୟୁବରଣ କରିଥିବା ବିଧାନସଭାରେ କୁହାଯାଇଛି । ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ ମୃତ୍ୟୁବରଣ କରିଛନ୍ତି । ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ ହାତୀଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ଦେଇଛନ୍ତି ।

Headlines 08- ବନ୍ଦେ ଉତ୍କଳ ଜନନୀ ସମ୍ପର୍କିତ ବିବାଦ ଉପରେ ମୁହଁ ଖୋଲିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ, 'ମୁଁ ସ୍ପଷ୍ଟ କରୁଛି ଯେ ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ, ରାଜ୍ୟ ସଙ୍ଗୀତ ରହିପାରିବନି ଏବଂ ରାଜ୍ୟ ପତାକା ରହିପାରିବନି, କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ ଏବଂ ଗୋଟିଏ ଜାତୀୟ ପତାକା, ଉତ୍କଳ, କଳିଙ୍ଗ, କୋଶଳ ମିଶିକି ଓଡ଼ିଶା ତିଆରି ହୋଇଥିଲା’ ବୋଲି ଜୟନାରାୟଣ କହିଛନ୍ତି ।

Headlines 09- ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତ ୭ ତାରିଖରୁ ପୋଲିସ ପକ୍ଷରୁ ଏହି  ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୪୫୬ ଟି ମାମଲା ରୁଜୁ କରାଯାଇଥିବା ବେଳେ ୫୨୪ ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି ।  ଏହା ସହ ୩୬୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୧ ଶହରୁ ଅଧିକ ଲୋକଙ୍କୁ ନୋଟିସ ଦିଆଯାଇଛି ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Headlines 10- ଆଜି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ବାହାଘର । ଉଭୟେ ରାଜ୍ୟ ବାହାରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହାତଗଣତି ମାତ୍ର କିଛି ଅତିଥି ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ । ବିବାହ ପୂର୍ବରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

About the Author