)
ଭୁବନେଶ୍ୱର: ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଓ ଭୂସ୍ଖଳନ ହେତୁ ଦୁଇଜଣଙ୍କ ମୃତ୍ୟୁ ଘଟିଛ। ମୃତକମାନେ ହେଲେ ବସ୍ତ୍ରୀଗୁଡ଼ାର ତ୍ରିନାଥ ନାୟକ ଏବଂ ମେରିପଲ୍ଲୀର ଲକ୍ଷ୍ମଣ ନାୟକ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ଅର୍ଥକୁ ପ୍ରଦାନ କରିବାକୁମ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଏଠାରେ ପରିସ୍ଥିତି ସଙ୍କଟଜନକ ହୋଇଛି। ଲଗାଣ ବର୍ଷାରେ ସହରରର ବିଭିନ୍ନ ସ୍ଥାନ ଜଳବନ୍ଦୀ ହେବା ସହ ନଦୀଗୁଡ଼ିକ ମଧ୍ୟ ଫୁଲି ଉଠିଛି। ଏହି ସମୟରେ ମଧ୍ୟ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଧନ ଜୀବନ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟକୁ ଆଖି ଆଗରେ ରଖି ଉଦ୍ଧାର କାର୍ଯ୍ୟ ଓ ଆବଶ୍ୟକ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ମନ୍ତ୍ରିମଣ୍ଡଳ ସଦସ୍ର ବିଭୁତି ଭୂଷଣ ଜେନାଙ୍କୁ ମଧ୍ୟ ତୁରନ୍ତ ଗଜପତି ଜିଲ୍ଲାରେ ଉପସ୍ଥିତ ହୋଇ ସରକାର ଓ ପ୍ରଶାସନ ମମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଗୁରୁତ୍ୱ ଦେଇଥିଲେ।