)
Helicopter Crash: ଅପରେସନ୍ 'ସିନ୍ଦୁର'କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଏ-କ ଦଃଖଦ ଖବର ସାମ୍ନାକୁ ଆସିଛି। ହେଲିକାପ୍ଟର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଘଟଣାସ୍ଥଳରେ ଜାରି ରହିଛି। ଉତ୍ତରକାଶୀର ଗଙ୍ଗାନାନୀରୁ ବାହାରୁଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ପାଇଲଟ୍ ଥିବା ଜଣାପଡିଛି।
ସୂଚନା ଅନୁସାରେ, ଆଜି ସକାଳେ ହେଲିକପ୍ଟରଟି ୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀ ଧାମ ଯାତ୍ରା କରୁଥିଲା। ହେଲେ, ଦଃର୍ଭାଗ୍ୟବସତଃ ଗଙ୍ଗାନାନି ନିକଟରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲ। ଫଳରେ ହେଲିକପ୍ଟରଟି କ୍ରାସ୍ ହୋଇଯାଇଥିଲା। ଆଉ ସେଥିରେ ଥିବା ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।