Naresh Balyan: ଯଦି ଲକ୍ଷ୍ମୀ-ଗଣେଶଙ୍କ ଯୋଗୁଁ କିଛି ଅସୁବିଧା ହେଉଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ, ବିଜେପିକୁ କହିଲେ ଆପ୍ ବିଧାୟକ
Advertisement
Article Detail0/zeeodisha/odisha1412505

Naresh Balyan: ଯଦି ଲକ୍ଷ୍ମୀ-ଗଣେଶଙ୍କ ଯୋଗୁଁ କିଛି ଅସୁବିଧା ହେଉଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ, ବିଜେପିକୁ କହିଲେ ଆପ୍ ବିଧାୟକ

Naresh Balyan: ଆମ୍ ଆଦମୀ ପାର୍ଟିର ବିଧାୟକ ନରେଶ ବାଲିୟାନ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଲକ୍ଷ୍ମୀ-ଗଣେଶଙ୍କ ସହ କିଛି ସମସ୍ୟା ଅଛି, ତେବେ ପାକିସ୍ତାନ ଚାଲି ଯାଆନ୍ତୁ । ବାସ୍ତବରେ, ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ନୂତନ କରେନ୍ସି ନୋଟରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ପ୍ରକାଶିତ କରାଯାଇପାରିବ ।

Naresh Balyan: ଯଦି ଲକ୍ଷ୍ମୀ-ଗଣେଶଙ୍କ ଯୋଗୁଁ କିଛି ଅସୁବିଧା ହେଉଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ, ବିଜେପିକୁ କହିଲେ ଆପ୍ ବିଧାୟକ

AAP MLA Naresh Balyan To BJP: ଭାରତୀୟ ମୁଦ୍ରା ନୋଟ ଉପରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ପ୍ରକାଶିତ କରିବାକୁ ବିଚାର କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅପିଲ୍ କରିଥିଲା । ଯାହା ପରେ ଏହି ବୟାନକୁ ନେଇ ରାଜନୀତି ସରଗରମ ହୋଇଉଠିଛି । କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ନରେଶ ବାଲିୟାନ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଲକ୍ଷ୍ମୀ-ଗଣେଶଙ୍କ ସହ କିଛି ସମସ୍ୟା ଅଛି, ତେବେ ପାକିସ୍ତାନ ଚାଲି ଯାଆନ୍ତୁ । ବାସ୍ତବରେ, ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ନୂତନ କରେନ୍ସି ନୋଟରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ପ୍ରକାଶିତ କରାଯାଇପାରିବ ।

ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଏହି ବୟାନ ପରେ ରାଜନୈତିକ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି । ଏହା ଉପରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତାଙ୍କ ବୟାନ ମଧ୍ୟ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏହି ବିଷୟରେ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଏହି ବୟାନ ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟିର ବିଧାୟକ ନରେଶ ବାଲିୟାନ୍ ଏହାର ପାଲଟା ଜବାବ ଦେଇ କହିଛନ୍ତି ଯେ, "ଯଦି ବିଜେପିକୁ ଗଣେଶ-ଲକ୍ଷ୍ମୀଙ୍କ ସହ କିଛି ଅସୁବିଧା ଅଛି ତେବେ ପାକିସ୍ତାନ ଚାଲି ଯାଆନ୍ତୁ ।"

ସିଏମ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି ଯେ, ନୂଆ ନୋଟ୍ ଉପରେ ଗୋଟିଏ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ପଟେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଛବି ଛପା ଯାଇପାରିବ । ଯଦି ଆମର ଦେବୀ ଦେବତାଙ୍କ ଆଶୀର୍ବାଦ ନାହିଁ, ତେବେ ଅନେକ ଥର ଚେଷ୍ଟା କରିବା ପରେ ମଧ୍ୟ ଆମର ଉଦ୍ୟମ ସଫଳ ହୁଏ ନାହିଁ । ମୁଁ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦି) ଙ୍କୁ ଆମ କରେନ୍ସି ନୋଟ ଉପରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ଚିତ୍ର ପ୍ରକାଶିତ କରାଇବାକୁ ନିବେଦନ କରୁଛି ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ପାଖରେ ଇତିହାସ ରଚିବାର ବଡ଼ ସୁଯୋଗ, ଟି-୨୦ ବିଶ୍ୱକପର ଏହି 'ମହା ରେକର୍ଡ' ଭାଙ୍ଗିବାଠୁ ମାତ୍ର ଏତେ ରନ ଦୂରରେ

ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ, ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ

କେଜ୍ରିୱାଲ ଆଗକୁ କହିଛନ୍ତି ଯେ, "ଯଦି ଆମର କରେନ୍ସି ନୋଟରେ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କର ଛବି ହେବ, ତେବେ ଆମ ଦେଶ ଅଗ୍ରଗତି କରିବ । ଏହି ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦିନେ ଦି ଦିନ ମଧ୍ୟରେ ଚିଠି ଲେଖିବି ।" ସେ ଇଣ୍ଡୋନେସିଆର ଉଦାହରଣ ଦେଇଛନ୍ତି, ଯାହା ଏକ ମୁସଲିମ ଦେଶ ଯାହାର କରେନ୍ସି ନୋଟରେ ଭଗବାନ ଗଣେଶଙ୍କ ଚିତ୍ର ଅଛି । ସେ ପ୍ରଶ୍ନ କରିଛନ୍ତି ଯେ, "ଯେତେବେଳେ ଇଣ୍ଡୋନେସିଆ ଏହା କରିପାରେ ତ ଆମେ କାହିଁକି ଏପରି କରିପାରିବୁ ନାହିଁ? ନୂଆ କରେନ୍ସି ନୋଟରେ ଏହି ଚିତ୍ରଗୁଡ଼ିକ ପ୍ରକାଶିତ ହୋଇପାରିବ ।"