)
Pitabas Panda Update: ଆଜି ଦିନ ତମାମର ସବୁଠାରୁ ବଡ଼ ଖବର ରାଜ୍ୟରେ ହୋଇଥିଲା ବ୍ରହ୍ମପୁରର ପୀତବାସ ହତ୍ୟାକାଣ୍ଡ । ପ୍ରଥମେ ପୀତବାସଙ୍କୁ ହତ୍ୟା କରିବା ପାଇଁ ୩ଥର ଯୋଜନା କରାଯାଇଥିଲା । କିନ୍ତୁ ଯୋଜନା ଫେଲ୍ ମାରିଥିଲା । ପରେ ପୁଣି ପୀତବାସଙ୍କୁ ହତ୍ୟା କରିବା ପାଇଁ ମାଷ୍ଟରପ୍ଲାନ୍ ବନାଯାଇଥିଲା । ହତ୍ୟା ପୂର୍ବରୁ କିଛି ଦିନ ପୀତବାସଙ୍କୁ ରେକି କରିଥିଲେ ହତ୍ୟାକାରୀ । ଗାଡ଼ିରେ ଲଗାତାର ପିଛା କରିବା ସହ ପୀତବାସଙ୍କ ଗତିବିଧି ଉପରେ ପୂରା ନଜର ରଖିଥିଲେ । ଆଉ ସୁଯୋଗକୁ ଅପେକ୍ଷା କରିଥିଲେ ।
ବ୍ରହ୍ମପୁର ଏସପିଙ୍କ କହିବାନୁସାରେ ଏହି ହତ୍ୟାକାଣ୍ଡ ପାଇଁ ପାଖାପାଖି ମାସେ ଧରି ପ୍ଲାନ ଚାଲିଥିଲା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍ । ପ୍ରଥମ ପର୍ଯ୍ୟାୟରେ ବିହାରରୁ ଆସିଥିଲେ ସାର୍ପ ସୁଟର । ପୂରା ଫିଲ୍ମ ଷ୍ଟାଇଲରେ ହତ୍ୟା ପାଇଁ ହୋଇଥିଲା ଯୋଜନା । ମାତ୍ର ଯେତେବେଳେ ବିହାରୀ ସାର୍ପ ସୁଟର ଜାଣିଲେ ପୀତବାସ ପଣ୍ଡା ଆଇନଜୀବୀ ତତସହିତ ଆଉ ଜଣେ ଥିବା ବିହାରୀ ସାର୍ପ ସୁଟରଙ୍କ ପତ୍ନୀଙ୍କ ଦେହ ଖରାପ ହେବାରୁ ପ୍ଲାନ କ୍ୟାନସଲ କରାଯାଇଥିଲା । ଆଉ ପରେ ଲୋକାଲ ସାର୍ପ ସୁଟରଙ୍କୁ ହାଏର କରିଥିଲେ ମୁଖ୍ୟ ମାଷ୍ଟର ମାଇଣ୍ଡ ।
ଯେମିତି କୌଣସି ଫିଲ୍ମରେ ଜଣଙ୍କୁ ମାରିବା ପାଇଁ ସାର୍ପସୁଟରଙ୍କୁ ଡକାଯାଏ ଏବଂ ମାରିବା ପାଇଁ ଡିଲ୍ କରାଯାଏ ସେମିତି ପୀତବାସଙ୍କୁ ମାରିବା ପାଇଁ ହୋଇଥିଲା ଡିଲ୍ । ପ୍ରଥମେ ହତ୍ୟାକାରୀଙ୍କୁ ଆଡଭାନ୍ସ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ କରାଯାଇଥିଲା । ମାଷ୍ଟର ମାଇଣ୍ଡ ଥିଲେ ଦୁଇ ପରେ ଏହାକୁ କାର୍ଯ୍ୟକାରୀ କରିଥିଲେ ଦୁଇ ଜଣ। ପାଖାପାଖି ଏବେ ସୁଦ୍ଧା ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି ଆଜିର ରାଜନୀତି । ଏହି ଘଟଣାକୁ ବିଜେଡି ବିକ୍ରମ ପଣ୍ଡାଙ୍କ ଏଥିରେ ଦୋଷ ନାହିଁ ବୋଲି କହିବା ପରେ ବିଜେପି ମଧ୍ୟ ଟାର୍ଗେଟ୍ କରିଛି। ସେପଟେ ସବୁଠୁ ଆଶ୍ଚର୍ଯ୍ୟ କରିଛି ପୀତବାସଙ୍କ ସାନଭାଇଙ୍କ ପ୍ରତିକ୍ରିୟା।
ସେ କହିଛନ୍ତି ଯେ, ଏ ଖବର ଜଣାପଡ଼ିବା ପରେ ଆମ ପୂରା ପରିବାର ଚକିତ । କାରଣ ଏମାନେ ସମସ୍ତେ ମୋ ଭାଇଙ୍କ ଘନିଷ୍ଠ ଥିଲେ । ଖାସ କରି ବିକ୍ରମ ପଣ୍ଡା ମୋ ବଡ଼ ଭାଇଙ୍କ ଅତି ଘନିଷ୍ଠ ଥିଲେ । ଏମାନଙ୍କୁ ପରିଚିତ କରିଥିଲେ ମୋ ଭାଇ ଅର୍ଥାତ୍ ପୀତବାସ ପଣ୍ଡା । ହେଲେ ଘର ଢିଙ୍କି କୁମ୍ଭୀର ବାହାରିଲା ବୋଲି ସେ କହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଲା ଯେ, ଏମାନେ ହତ୍ୟା କରିବା ପରେ ଆମ ଘରକୁ ଆସି ଆମକୁ ସାନ୍ତ୍ୱନା ବି ଦେଇଛନ୍ତି । ଥରେ ନୁହେଁ ବାର୍ ବାର୍ ଘରକୁ ଆସିଥିଲେ। ହେଲେ ଏମାନେ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଆମେ ଜାଣି ଖୁବ ଚକିତ।